ବ୍ୟୁରୋ ରିପୋର୍ଟ: :ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା କହିଛନ୍ତି ରୋହିତ ଶର୍ମାଙ୍କ ଠୁ କ୍ୟାପ ମିଳିବା ପରେ ତାଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ଆତ୍ମବିଶ୍ୱାସ ମିଳିଛି। ବର୍ମା ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ ୨୦୨୨ରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି। ସେ ଏହି ଆଇପିଏଲ ସିଜନରେ ୩୦୭ ରନ କରିଛନ୍ତି। କିନ୍ତୁ ଆଇପିଏଲ ୨୦୨୨ ୫ ଥରର ଚମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ରହିନାହିଁ। ଟିମ ୯ ରୁ ପ୍ରଥମ ୮ ମ୍ୟାଚ ହାରି ପ୍ଲେ ଅଫରୁ ବାହାର ହୋଇଯାଇଛି। କିନ୍ତୁ ମୁମ୍ବାଇକୁ ବର୍ମାଙ୍କ ରୂପରେ ଭଲ ଖେଳାଳି ମିଳିଛନ୍ତି। ଆଇପିଏଲ ୨୦୨୨ କଥା କହିବା ତ ଏବେ ଗୁଜୁରାଟ ଟାଇଟନ୍ସ ୧୬ ଅଙ୍କ ସହ ଟପରେ ଅଛି।

ତିଲକ ବର୍ମା ମୁମ୍ବାଇ ଡ଼ଟ କମ ସହିତ କଥା ହୋଇ କହିଛନ୍ତି,ମତେ ରୋହିତ ଶର୍ମା ବହୁତ ପସନ୍ଦ। ତେଣୁ ତାଙ୍କ ହାତରୁ କ୍ୟାପ ମିଳିବା ଦ୍ଵାରା ମୋର ଆତ୍ମ ବିଶ୍ୱାସ ବଢିଗଲା। ରୋହିତ ବର୍ମାଙ୍କୁ ଖେଳର ଆନନ୍ଦ ଉଠାଇବା ପାଇଁ କହିଛନ୍ତି।ବର୍ମା କହିଛନ୍ତିକି ସେ ମତେ (ରୋହିତ) କହିଥାନ୍ତି କୌଣସି ବି ପରିସ୍ଥିତିରେ ପ୍ରେସରରେ ରହିବା ଉଚିତ ନୁହେଁ।ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେଉଁପରି ତୁ ଖୋଲିକି ଖେଳିଥାଉ ସେହିପରି ଖେଳ।
କେବେ ଖରାପ ଦିନ ବି ଆସିବ:
ସେ କହିଛନ୍ତି,”ଅଧିନାୟକ କରିଥାନ୍ତି ତୁମେ ଯୁବ ଖେଳାଳି ଅଟ ଏବେ ତୁମର ଖେଳର ଆନନ୍ଦ ନେବାର ସମୟ ଅଟେ। ଯଦି ଆପଣ ଏହି ସମୟ ହରେଇ ଦେବେ ଆଉ ପାଇବେନି। ତେଣୁ ଯେତେ ତୁମେ ଖେଳର ଆନନ୍ଦ ନେବ ସେତେ ଆତ୍ମବିଶ୍ୱାସ ବଢିବ। କେବେ ଖରାପ ଦିନ ବି ଆସିବ ଭଲ ଦିନବି ଆସିବ”। କହିରଖିବୁ କି ମୁମ୍ବାଇ ଟିମ ପୁର୍ବ ସିଜନରେ ମଧ୍ୟ ପ୍ଲେ ଅଫରେ ପହଁଚିପାରିନଥିଲା, ଏହି ସିଜିନ ମଧ୍ୟ ସେ ପ୍ଲେ ଅଫକୁ ଯିବାର ଚାନ୍ସ ନାହିଁ।

୧୯ ବର୍ଷୀୟ ତିଲକ ବର୍ମା ଅଣ୍ଡର-୧୯ ବିଶ୍ୱକପ ଟିମର ଅଂଶ ରହିସାରିଛନ୍ତି। ଏହି ଆଇପିଏଲ ସିଜନରେ ତାଙ୍କ ବ୍ୟକ୍ତିତ ଅନ୍ୟ କୌଣସି ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ୩୦୦ ରନ ପର୍ଯ୍ୟନ୍ତ ପହଁଚିପାରିନାହିଁ। ସେ ୯ ପାରିରେ ୪୪ ଔସତରେ ୩୦୭ ରନ କରିଛନ୍ତି। ଏଥିରେ ତାଙ୍କ ଷ୍ଟାଇକରେଟ ୧୩୭ ର ରହିଛି ଓ ୨ ଟି ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ଅଧିନାୟକ ରୋହିତ ୯ ପାରିରେ ୧୫୫ ରନ କରିଛନ୍ତି।ବସେ ଏବେ ପର୍ଯ୍ୟନ୍ତ ଏହି ସିଜନରେ ଅର୍ଦ୍ଧଶତକ ମାରିପାରିନାହାଁନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।