ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ମଙ୍ଗଳବାରକୁ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ହେବାର ଅଛି। ଏହି ମ୍ୟାଚ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳାଯିବାର ଅଛି। ଏହି ମ୍ୟାଚ ହାଇଦ୍ରାବାଦ ପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚ ହାରିବା ଦ୍ଵାରା ହାଇଦ୍ରାବାଦ ପ୍ଲେ ଅଫରୁ ବାହାର ହୋଇଯିବ।

ଦୁଇ ଟିମଙ୍କର ଆଇପିଏଲ ୨୦୨୨ରେ ପ୍ରଦର୍ଶନ ଭଲ ରହିନାହିଁ। ମୁମ୍ବାଇ ୧୨ ମ୍ୟାଚରୁ ତିନୋଟି ଜିତି ଅଙ୍କ ତାଲିକାରେ ଶେଷରେ ଅଛି। ସେହିପରି ହାଇଦ୍ରାବାଦ ୧୨ ମ୍ୟାଚରୁ ୫ ଟି ଜିତି ଅଷ୍ଟମ ସ୍ଥାନରେ ଅଛି।
ମୁମ୍ବାଇ ପାଇଁ ଏହି ସିଜନରେ ସବୁଠୁ ଅଧିକ ରନ ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା କରିଛନ୍ତି। ସେ ୧୨ ମ୍ୟାଚରେ ୩୬୮ ରନ କରିଛନ୍ତି। ସେହିପରି ବୁମରା ଓ ଡାନିୟଲ ସାମସ ଏହି ସିଜନରେ ୧୧-୧୧ ୱିକେଟ ହିଁ ନେଇଛନ୍ତି। ହାଇଦ୍ରାବାଦ ପାଇଁ ବାମହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ସବୁଠୁ ଅଧିକ ୩୭୪ ରନ କରିଛନ୍ତି। ସେହିପରି ଟି ନଟରାଜନ ଓ ଉମରାନ ମଲ୍ଲିକଙ୍କ ନାମରେ ୧୮-୧୮ ୱିକେଟ ଅଛି।

ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:
ଦେଖିବାତ ମୁମ୍ବାଇ ସହ ହାଇଦ୍ରାବାଦ ମଧ୍ୟ ପ୍ଲେ ଅଫରୁ ପାଖାପାଖି ବାହାର ହୋଇଯାଇଛି କିନ୍ତୁ ଦୁଇ ଟିମ ଏହି ମ୍ୟାଚ ଜିତିବାକୁ ଚାହିଁବେ। ଦୁଇ ଟିମ ଏବେ ପର୍ଯ୍ୟନ୍ତ ନିଜ ଭିତରେ ୧୮ ମ୍ୟାଚ ଖେଳିଛନ୍ତି ଯେଉଁଥିରୁ ମୁମ୍ବାଇ ୧୦ ଓ ହାଇଦ୍ରାବାଦ ୮ମ୍ୟାଚ ଜିତିଛି।
ମୁମ୍ବାଇ ଇଣ୍ଡିଆନ୍ସ: ଇସାନ କିସନ, ରୋହିତ ଶର୍ମା(ଅଧିନାୟକ), ତିଲକ ବର୍ମା, ଟିମ ଡେଭିଡ, ଟ୍ରେଷ୍ଟନ ଷ୍ଟାବସ,ରମନଦୀପ ସିଂହ,ଡେନିୟଲ ସାମସ,ରୀତିକ ସୌକିନ,କୁମାର କାର୍ତିକେୟ, ଯଶପ୍ରୀତ ବୁମରା,ରିଲେ ମେରିଡିଥ।

ସନରାଇଜର୍ସ ହାଇଦ୍ରାବାଦ:ଅଭିଷେକ ଶର୍ମା, କେନ ୱିଲିୟମସନ(ଅଧିନାୟକ),ରାହୁଲ ତ୍ରିପାଠୀ,ଏର୍ଡନ ମାର୍କରମ,ନିକୋଲସ ପୁରନ, ସଂସାଙ୍କ ସିଂହ,ୱାସିଙ୍ଗଟନ ସୁନ୍ଦର,ମାର୍କୋ ଯେନସନ, ଟି ନଟରାଜନ,ଭୁବନେଶ୍ୱର କୁମାର, ଉମରାନ ମଲ୍ଲିକ।
ବେଷ୍ଟ ଫାଣ୍ଟେସି ଏକାଦଶ: ଇସାନ କିସନ,ରୋହିତ ଶର୍ମା (ଉପ ଅଧିନାୟକ),ତିଲକ ବର୍ମା,ଅଭିଷେକ ଶର୍ମା, କେନ ୱିଲିୟମସନ(ଅଧିନାୟକ),ଏଡ଼ମ ମାର୍କରମ,ଡେନିୟଲ ସାମସ, କୁମାର କାର୍ତିକେୟ,ଯଶପ୍ରୀତ ବୁମରା, ଟି ନଟରାଇଜ, ଉମରାନ ମଲିକ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।