MI vs CSK: ଚେନ୍ନାଇକୁ ହରାଇଲା ମୁମ୍ବାଇ! ଚେନ୍ନାଇ ପାଇଁ IPL 2022 ପ୍ଲେ ଅଫର ସବୁ ରାସ୍ତା ହୋଇଗଲା ଅନ୍ତ ।

IPL 2022 ରେ ଖେଳାଯାଇଥିବା ଏକ ମୁକାବିଲା ଯାହାକି ମୁମ୍ବାଇ ଓ ଚେନ୍ନାଇ ଥିଲା ସେହି ମ୍ୟାଚକୁ ମୁମ୍ବାଇ ଜିତି ନେଇଛି। ମ୍ୟାନ ଅଫ ଦି ମ୍ୟାଚ ରହିଛନ୍ତି ଡାନିଏଲ ସାମସ୍। ଆଗ ବ୍ୟାଟିଂ କରି ଚେନ୍ନାଇ ୯୭ ରନ କରିଥିଲା ଏହାର ଜବାବରେ ମୁମ୍ବାଇ ୫ ୱିକେଟରେ ଏହି ମ୍ୟାଚ ଜିତି ନେଇଛି।

Google

ଚେନ୍ନାଇ ପକ୍ଷରୁ ମହେନ୍ଦ୍ର ସିଂ ଧୋନି ସୁନ୍ଦର ପାରି ଖେଳିଥିଲେ। ସେ ୩୩ ବଲରେ ୩୬ କରି ନଟ ଆଉଟ ଥିଲେ। ସେ ୪ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ଅମ୍ବତି ରାୟୁଡୁ ୧୪ ବଲରେ ୧୦ କରିଥିଲେ। ଦୁବେ ୧୦, ବ୍ରାଭୋ ୧୨ କରିଥିଲେ। ଆଉ କେଉଁ ବ୍ୟାଟ୍ସମାନ ଦୁଇ ଅଙ୍କର ରନ କରିପାରିନଥିଲେ।

ମୁମ୍ବାଇ ପକ୍ଷରୁ ଡାନିଏଲ ସାମସ୍ ୩ଟି, ବୁମରା ୧ଟି ,ମେରିଡିଥ ୨ଟି, କୁମାର ୨ଟି, ରମନଦୀପ ଗୋଟିଏ ୱିକେଟ ନେଇଥିଲେ।

Google

ମୁମ୍ବାଇ ପକ୍ଷରୁ ରୋହିତ ୧୪ ବଲରେ ୧୮ କରି ଆଉଟ ହୋଇଯାଇଥିଲେ । ତିଲକ ବର୍ମା ସୁନ୍ଦର ପାରି ଖେଳିଥିଲେ। ସେ ୩୨ ବଲରେ ୩୪ କରି ନଟ ଆଉଟ ଥିଲେ। ତାଙ୍କର ଏହି ପାରିରେ ୪ଟି ଚୌକା ସାମିଲ ଥିଲା। ସୌକିନ ୨୩ ବଲରେ ୧୮ କରିଥିଲେ। ଟିମ ଡ଼ାଭିଡ ୭ ବଲରେ ୧୬ କରିଥିଲେ।

ଏହି ମ୍ୟାଚ ବିଜୟ ସହ ମୁମ୍ବାଇ ୧୦ ନମ୍ବରରେ ଥିବା ବେଳେ ଚେନ୍ନାଇ ୯ ନମ୍ବରରର ଅଛି। IPL 2022 ର ପ୍ଲେ ଅଫ ରୁ ବାଦ ପଡିଛନ୍ତି ଏହି ଦୁଇ ଦଳ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *