ମୋଇନ ଅଲ୍ଲୀଙ୍କୁ ମିଳିଲା ଭିଜା! ଜାଣନ୍ତୁ CSK ତରଫରୁ କେବେଠୁ ଖେଳିବେ ମ୍ୟାଚ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨କୁ ଆରମ୍ଭ ହେବାକୁ ଅଳ୍ପ ସମୟ ଅଛି। ଏହା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଭଲ ଖବର ଆସି ପହଁଚିଛି। ମିଡ଼ିଆ ରିପୋର୍ଟ ଅନୁସାରେ ସିଏସକେ ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ଭିଜା ମିଳିଯାଇଛି ଓ ସେ ସିଏସକେ ସହ ଦ୍ୱିତୀୟ ମ୍ୟାଚରୁ ଚୟନ ପାଇଁ ଉପଲବ୍ଧ ରହିବେ। ଚେନ୍ନାଇ ୩୧ ମାର୍ଚ୍ଚକୁ ନଜର ଦ୍ୱିତୀୟ ମ୍ୟାଚ ଲକ୍ଷନୌ ସୁପର ଜାଏଣ୍ଟସ ସହ ଅଛି।

Google

କିନ୍ତୁ ଭିଜା ସମସ୍ୟା କାରଣରୁ ସେ କେକେଆର ବିରୁଦ୍ଧରେ ପ୍ରଥମ ଉଦ୍ଘାଟିତ ମ୍ୟାଚ ଖେଳିପାରିବେ ନାହିଁ। ଏହାର ସୂଚନା ସିଏସକେର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି। ସିଏସକେ ଓ କେକେଆର ମଧ୍ୟରେ ୨୬ ମାର୍ଚ୍ଚକୁ ଲିଗର ପ୍ରଥମ ମ୍ୟାଚ ଖେଳାଯିବାର ଅଛି।

ମୋଇନଙ୍କୁ ତିନିଦିନ ରହିବାକୁ ହେବ ଆଇସୋଲେଟ:

ପ୍ରକୃତରେ ମୋଇନ ଅଲ୍ଲୀଙ୍କୁ ଭାରତ ପାଇଁ ଆସିବା ଓ ଲିଗରେ ସାମିଲ ହେବାକୁ ଏବେ ପର୍ଯ୍ୟନ୍ତ ଭିଜା ମିଳିନଥିଲା। ସେ ଆଜି ଭାରତରେ ପହଁଚିବେ ଓ ତିନିଦିନ କ୍ୱାରେଣ୍ଟାଇନ ରହିବେ। ଏହି କାରଣରୁ ତାଙ୍କୁ ପ୍ରଥମ ମ୍ୟାଚରେ ବାହରେ ରହିବାକୁ ପଡିବ।

Google

ମୋଇନ ବିଜା ପାଇଁ ଆବେଦନ ୨୮ ଫେବୃଆରୀକୁ କରିଥିଲେ। କିନ୍ତୁ ୨୦ ଦିନରୁ ଅଧିକ ସମୟ ପରେ ମଧ୍ୟ ତାଙ୍କୁ ବିଜା ମିଳିପାରିନଥିଲା। ତାଙ୍କୁ ଯାତ୍ରାର ଡ଼କ୍ୟୁମେଣ୍ଟ ମିଳିପାରିନଥିଲା। ମୋଇନ କହିଥିଲେ କି ଭିଜା ମିଳିବା ସଙ୍ଗେ ସଙ୍ଗେ ସେ ଭାରତ ଆସିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *