ବ୍ୟୁରୋ ରିପୋର୍ଟ: ଆଇପିଏଲରେ ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱର ଜଲୱା ଦେଖିବାକୁ ମିଳିବ। ଶନିବାରକୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କିଛି ମ୍ୟାଚ ପରେ ଏହି ସିଜନରେ ସିଏସକେର ଅଧିନାୟକତ୍ୱ ଛାଡିଦେଇଛନ୍ତି। ତେଣୁ ମହେନ୍ଦ୍ର ସିଂହ ଧୋନି ଏହି ସିଜନରେ ବାକି ମ୍ୟାଚରେ ସିଏସକେର ଅଧିନାୟକତ୍ୱ ସମ୍ଭାଳିବାର ଅଛି।
I want Virat Kohli captain again of RCB #viratcaptainagainofRCB
Or aage dekho hota hai kya #ipl #rcb #ViratKohli #virat #virushka #gujaratvsrcb pic.twitter.com/iMc8COPLbU— PRASHANT SOLANKI (@solprashant7) April 30, 2022
ଧୋନି ପୁଣିଥରେ ଅଧିନାୟକତ୍ୱ ହେଲା ପରେ ବିରାଟ କୋହଲିଙ୍କ ପ୍ରସଂସକ ଚାହୁଁଛନ୍ତି କୋହଲି ପୁଣିଥରେ ଆରସିବିର ଅଧିନାୟକ ହୁଅନ୍ତୁ। କହିରଖିବୁ କି ଆଇପିଏଲ ୨୦୨୧ପରେ ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ପଦ ଛାଡିଦେଇଥିଲେ। ଏହି ସିଜନରେ ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ ଡୁ ପ୍ଲେସି ଆରସିବିର ଅଧିନାୟକତ୍ୱ ପଦ ସମ୍ଭାଳୁଛନ୍ତି।
ବିରାଟ କୋହଲି ପ୍ରଥମ ଥର ୨୦୧୧ରେ ଆରସିବିର ଅଧିନାୟକତ୍ୱ କରିଥିଲେ। ପରେ ୨୦୧୩ରେ ତାଙ୍କୁଡେନିୟଲ ବିଟୋରିଙ୍କ ଜାଗାରେ ଅଧିନାୟକ ନିଯୁକ୍ତି କରାଯାଇଛି। କୋହଲି ଆରସିବି ପାଇଁ ୧୪୦ ମ୍ୟାଚରେ ଆରସିବିର ଅଧିନାୟକତ୍ୱ କରିଛନ୍ତି। ଯେଉଁଥିରେ ସେ ୬୬ ମ୍ୟାଚ ଜିତିଥିବା ବେଳେ ୭୦ ମ୍ୟାଚରେ ପରାଜୟର ସାମ୍ନା କରିଛନ୍ତି। କୋହଲିଙ୍କ ଅଧିନାୟକତ୍ୱରେ ଆରସିବି ୨୦୧୫, ୨୦୨୦ ଓ ୨୦୨୧ରେ ପ୍ଲେ ଅଫରେ ପହଁଚିଥିଲା।
It's time to get his captainsy back from faf. @imVkohli will doing such wonderful for RCB.
If it is not happened this team will not be in playoffs.
MOCK MY WORDS.#ViratKohli #IPL2022 #RCB #GTvsRCB #GTvRCB #KingKohli #Kohli #Captain pic.twitter.com/BJpz5MsQxT— Naresh (@NareshKarubukta) April 30, 2022
ଆରସିବି ପଞ୍ଚମ ସ୍ଥାନରେ:
ଆଇପିଏଲ ୨୦୨୨ରେ ଫାଫ ଡୁ ପ୍ଲେସିଙ୍କ ଅଧିନାୟକତ୍ୱ ଆରସିବି ଟିମର ପ୍ରଦର୍ଶନ ମଧ୍ୟମ ଧରଣର ରହିଛି। ପୂର୍ଵ ତିନୋଟି ମ୍ୟାଚରେ ଆରସିବିର ବଡ଼ ପରାଜୟର ସାମ୍ନା କରିବାକୁ ପଡିଲା। ଆଇପିଏଲ ୨୦୨୨ରେ ଆରସିବିକୁ ୫ ଟି ମ୍ୟାଚରେ ବିଜୟ ଓ ୫ ଟି ମ୍ୟାଚରେ ପରାଜୟ ମିଳିଛି। ଅଙ୍କ ତାଲିକାରେ ଆରସିବି ଏବେ ପଞ୍ଚମ ସ୍ଥାନରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।