ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ବୁଧବାରକୁ କେକେଆର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚରେ କେକେଆର ମୁମ୍ବାଇକୁ ହରାଇଦେଇଛି। ପ୍ୟାଟ କମିନ୍ସଙ୍କ ଆଶ୍ଚର୍ଯ୍ୟ କଲାଭଳି ପାରିରେ କେକେଆର ଜିତିଥିଲା। ପାଞ୍ଚ ଥରର ଚାମ୍ପିୟାନ ଟିମ ମୁମ୍ବାଇ ଏହି ଆଇପିଏଲ ସିଜନରେ ଏବେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ମ୍ୟାଚ ଜିତିପାରିନାହିଁ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ନିଜର ତିନୋଟି ଯାକ ମ୍ୟାଚ ହାରିଯାଇଛି ଓ ମୁମ୍ବାଇକୁ ପ୍ରଥମ ବିଜୟର ଆଶା ଅଛି। ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ଅଛନ୍ତି ଓ ଶେଷ ସ୍ଥାନରେ ସନ ରାଜସର୍ସ ହାଇଦ୍ରାବାଦ ଅଛି। ଏପରି ପ୍ରଦର୍ଶନପରେ ମଧ୍ୟ ଏକ ପଏଣ୍ଟ ଟେବୁଲରେ ମୁମ୍ବାଇ ନମ୍ବର ୧ରେ।
ଏହି ପଏଣ୍ଟ ଟେବୁଲ ହେଲା ଫେୟାର ପ୍ଲେ ଆୱାର୍ଡ। ଏହି ପୁରସ୍କାର ଅନୁସାରେ ମୁମ୍ବାଇ ଆଗରେ ଅଛନ୍ତି। ମୁମ୍ବାଇର ଏହି ମାମଲାରେ ୩ ଟି ମ୍ୟାଚରେ ୩୧ ପଏଣ୍ଟ ଅଟେ। ଏହି ମାମଲାରେ କେକେଆର ଚାରିରି ମ୍ୟାଚରେ ୪୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି

କହିରଖିବୁ ଗ୍ରାଉଣ୍ଡରେ ଖେଳାଳିଙ୍କ ବ୍ୟବହାର ଓ ଖେଳ ଭାବନା ଦ୍ଵାରା ଫେୟାର ପ୍ଲେ ଆୱାର୍ଡ ଦିଆଯାଇଥାଏ ଶେଷରେ ଟପରେ ରହିଥିବା ଟିମକୁ ପୁରସ୍କାର ଦିଆଯାଇଥାଏ। ଆଇପିଏଲ ଇତିହାସରେ ସିଏସକେକୁ ସବୁଠୁ ଅଧିକ ଥର ଏହି ଆୱାର୍ଡ ମିଳିଛି। ଏହି ଲିଷ୍ଟରେ ଏହି ସିଜନରେ ସିଏସକେ ଏବେ ପର୍ଯ୍ୟନ୍ତ ତୃତୀୟ ନମ୍ବରରେ ଅଛି।
ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିପାରିନାହିଁ। ଟିମ ଆରମ୍ଭ ତିନୋଟି ଯାକ ମାଚରେ ଦିଲ୍ଲୀ କ୍ୟାପିଟଲ୍ସ, କେକେଆର ଓ ରାଜସ୍ଥାନ ବିରୁଦ୍ଧରେ ମ୍ୟାଚରେ ହାରିଛି। ଏହା ସିଜନର ଆରମ୍ଭ ଟିମ ପାଇଁ ଜିତିବାର ଭଲ ମୌକା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।