ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ କେକେଆରର ଆରମ୍ଭ ଭଲ ରହିଛି। କେକେଆର ଆରମ୍ଭ ତିନୋଟି ମ୍ୟାଚରୁ ଦୁଇଟି ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଏବେ ଟିମ ଆହୁରି ଶକ୍ତିଶାଳୀ ହୋଇଯିବ ଏହାର କାରଣ ଜଣେ ଘାତକ ବୋଲର ଟିମ ସହିତ ଯୋଡିହେବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଓ ପେସର ପ୍ୟାଟ କମିନ୍ସ କେକେଆର ସହିତ ଯୋଡି ହୋଇଯାଇଛନ୍ତି ଓ ତାଙ୍କର କ୍ୱାରେଣ୍ଟାଇନ ଅବଧି ସୋମବାରକୁ ଶେଷ ହୋଇଯାଇଛି। ସେ ୬ ଏପ୍ରିଲରୁ ମ୍ୟାଚ ଖେଳିବା ପାଇଁ ଉପଲବ୍ଧ ରହିବାର ଅଛି। କେକେଆରର ଆଗାମୀ ମ୍ୟାଚ ୬ ଏପ୍ରିଲକୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଅଛି। କମିନ୍ସ ଏହି ମ୍ୟାଚରେ ଖେଳିବାର ସମ୍ଭାବନା ଅଧିକ।

କେକେଆର ସହିତ କମିନ୍ସ ଯୋଡି ହୋଇଯିବା ଦ୍ଵାରା ହେର୍ଡ କୋଚ ବ୍ରେଣ୍ଡନ ମାକ୍ୟୁଲମ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି କମିନ୍ସ ଏପରି ଖେଳାଳି ଅଟନ୍ତି ଯିଏକି ପରିସ୍ଥିତିରେ ସହଜରେ ମିଶିଯାଆନ୍ତି। ସେ ଜଣେ ଭଲ ଲିଡ଼ର ମଧ୍ୟ ଅଟନ୍ତି ଯାହା ଅଧିନାୟକ ଶ୍ରେୟସ ଅୟରଙ୍କ ପାଇଁ ଭଲ ରହିବ। କିନ୍ତୁ କମିନ୍ସ ଆସିବା ପରେ କେକେଆରକୁ ଚୂଡାନ୍ତ ଏକାଦଶ ବାଛିବାରେ ଅସୁବିଧା ହେବ। କାରଣ ତାଙ୍କ ଅନୁପସ୍ଥିତରେ ଟିମ ସାଉଦି ଭଲ ବୋଲିଙ୍ଗ କରିଛନ୍ତି।
ସିଲେକ୍ସନକୁ ନେଇ ଆମକୁ କଷ୍ଟହେବ: ମ୍ୟାକ୍ୟୁଲମ:
କୋଚ ମାକ୍ୟୁଲମ ଏହାକୁ ନେଇ କହିଛନ୍ତି,”ଆମ ପାଇଁ ଏବେ ସିଲେକ୍ସନ କଷ୍ଟକର ହେବ। କାରଣ ଏବେ ଚୁଡାନ୍ତ ଏକାଦଶ ପାଇଁ ଆମ ପାଖରେ ବହୁତ ଖେଳାଳି ଉପଲବ୍ଧ ହେବେ। ଆମକୁ ବାଛିବାକୁ ଅସୁବିଧା ହେବ କିନ୍ତୁ ଟିମ ପାଇଁ ଏହା ଭଲ ଖବର”।

କମିନ୍ସ ଆସିବା ଦ୍ଵାରା କେକେଆର ହେବ ମଝବୁତ:
ପେଟ କମିନ୍ସ ଏହି ବର୍ଷ ଭଲ ଫର୍ମରେ ଅଛନ୍ତି କାରଣ ପାକିସ୍ତାନ ସହ ଟେଷ୍ଟ ସିରିଜରେ ସେ ସବୁଠୁ ଅଧିକ ୱିକେଟ ନେଇଥିଲେ। ସେ ୨୨.୫୦ ଔସତରେ ୩ଟି ଟେଷ୍ଟରେ ୧୨ ଟି ୱିକେଟ ନେଇଥିଲେ। ସେହିପରି ଏସେଜ ସିରିଜରେ ମଧ୍ୟ ଜଣେ ଅଧିନାୟକ ଓ ଖେଳାଳି ରୂପରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନକୁ ଆଇପିଏଲରେ ଦେଖାଇବାକୁ ଚାହିଁବେ।ଆଇପିଏଲରେ କମିନ୍ସ ୩୭ ମ୍ୟାଚରେ ୩୮ ୱିକେଟ ନେଇଛନ୍ତି। ସେ ପାୱାର ପ୍ଲେ ଓ ଡେର୍ଥ ଓଭରରେ ଭଲ ବୋଲିଙ୍ଗ କରିଥାନ୍ତି।
କେକେଆର ଆଗାମୀ ମ୍ୟାଚ ମୁମ୍ବାଇ ସହ:
କେକେଆର ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି ଯେଉଁଥିରୁ ୨ ଟି ମ୍ୟାଚ ଜିତିଛି। ପଞ୍ଜାଵ କିଙ୍ଗସ ସହ ଖେଳିଥିବା ପୂର୍ଵ ମ୍ୟାଚରେ କେକେଆର ୬ ୱିକେଟରେ ଜିତିଥିଲେ। ତେଣୁ ମୁମ୍ବାଇ ସହ ମ୍ୟାଚରେ ମଧ୍ୟ କେକେଆର ବିଜୟ ଆଶାରେ ଓହ୍ଲାଇବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।