ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ସିଜନ ବହୁତ ଖାସ ଅଟେ କାରଣ ଦ୍ୱିତୀୟ ଥର କୌଣସି ସିଜନରେ ୧୦ ଟି ଟିମଙ୍କୁ ମୌକା ମିଳିଛି। କିନ୍ତୁ ସବୁ ଟିମଙ୍କୁ ପୂର୍ଵ ପରି ହିଁ ୧୪-୧୪ ଲିଗ ମ୍ୟାଚ ଖେଳିବାକୁ ମିଳିବ। କିନ୍ତୁ ମ୍ୟାଚ ବଢି ୬୦ ରୁ ୭୪ ହୋଇଯାଇଛି। ପ୍ରତି ଟିମ ଅନ୍ୟ ୫ ଟିମ ସହ ୪-୪ ଟି ମ୍ୟାଚ ଓ ଅନ୍ୟ ୪ ଟିମ ସହ ୧-୧ ମ୍ୟାଚ ଖେଳିବ। ଏବେ ପ୍ଲେଅଫରେ ୪ ଟି ଟିମ ଯାଉଛନ୍ତି କିନ୍ତୁ ଆଗକୁ ଟିମ ବଢିବା ଦ୍ଵାରା ପ୍ଲେଅଫରେ ମଧ୍ୟ ଟିମ ସଂଖ୍ୟା ବଢିପାରେ। ଏହା ଉପରେ ଟିମ ଇଣ୍ଡିଆର ପୂର୍ଵ କୋଚ ରବି ଶାସ୍ତ୍ରୀ ବୟାନ ଦେଇଛନ୍ତି। ଏହି ସିଜନରେ ଏବେ ପର୍ଯ୍ୟନ୍ତ ୫୦ ମ୍ୟାଚ ଖେଳାଯାଇସାରିଲାଣି। ସବୁଠୁ ଅଧିକ୫ ଥର ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ଲଗାତର ୮ ଟି ମ୍ୟାଚ ହାରି ପ୍ଲେଅଫରୁ ବାହାର ହୋଇଯାଇଛି। ପୂର୍ଵ ଚମ୍ପିୟାନ ସିଏସକେ ମଧ୍ୟ ଭଲ ସ୍ଥିତିରେ ନାହିଁ।

କ୍ରିକଇନ୍ଫୋ ସହିତ କଥା ହୋଇ ରବି ଶାସ୍ତ୍ରୀ କହିଛନ୍ତି,ମୋ ହିସାବରେ ଏବେ ପ୍ଲେଅଫରେ ୪ ଟି ଟିମଙ୍କୁ ମୌକା ଦେବା ଆବଶ୍ୟକ। କିଛି ବର୍ଷ ଏପରି ଚାଲିବା ପରେ ଏହା ଉପରେ ବିଚାର କରିବା ଆବଶ୍ୟକ। କହିରଖିବୁକି ଅଷ୍ଟ୍ରେଲିଆର ଟି-୨୦ ଲିଗ ବିଗ ବାସ ଲିଗରେ ୫ ଟି ଟିମଙ୍କୁ ପ୍ଲେଅଫରେ ମୌକା ମିଳିଥାଏ। ଯେବେକି ସେଠାରେ କେବଳ ୮ ଟି ଟିମ ଓହ୍ଲାଇଥାନ୍ତି। ଶାସ୍ତ୍ରୀ କହିଛନ୍ତି କି କୋଭିଡ ସମୟରେ କୌଣସି ପ୍ରକାର ପରିବର୍ତ୍ତନ କରିବା ଉଚିତ ନୁହେଁ। ଟପ-୨ ଟିମଙ୍କୁ ସେମିତିରେ ମଧ୍ୟ ଦୁଇଟି ମୌକା ମିଳିଥାଏ। ଆଗାମୀ ଭବିଷ୍ୟତରେ ସେମିଫାଇନାଲରେ ଓ ଅନ୍ୟ ଫର୍ମାଟ ଉପରେ ବିଚାର କରାଯାଇପାରେ।
ଭିଟୋରି ୫ ଟି ଟିମ ସପକ୍ଷରେ:
ନ୍ୟୁଜିଲାଣ୍ଡର ପୂର୍ଵ ମହାନ ଖେଳାଳି ଡେନିୟଲ ଭିଟୋରିଙ୍କର କହିବାର ଅଟେକି ଏହି ଲିଗରେ ୧୦ ଟିମ ଓହ୍ଲାଉଛନ୍ତି ତେଣୁ ପ୍ଲେ ଅଫରେ ୫ ଟି ଟିମଙ୍କୁ ମୌକା ମିଳିବା ଉଚିତ। ୱେଷ୍ଟଇଣ୍ଡିଜର ପୂର୍ଵ ଖେଳାଳି ଇୟାନ ବିଶେଷ ମଧ୍ୟ ଅଧିକ ଟିମଙ୍କୁ ପ୍ଲେ ଅଫରେ ଜାଗା ମିଳିବା ସପକ୍ଷରେ ଅଛନ୍ତି। କେକେଆରର ସିଇଓ ବେଂକେ ମୈସୁରଙ୍କର କହିବାର ଅଟେ କି ଏଥର ଫର୍ମାଟ ରୋଚକ ଅଟେ। ଟିମ ବଢିବା ଦ୍ଵାରା ଏଥିରେ ପରିବର୍ତ୍ତନ ହୋଇଛି। କିନ୍ତୁ ସେ ପ୍ଲେ ଅଫ ବିଷୟରେ କୌଣସି ବୟାନ ଦେଇନାହାଁନ୍ତି।

ସେହିପରି ପିଉସ ଚାୱଲା କହିଛନ୍ତି ଏବେ ଏଥିରେ ପରିବର୍ତ୍ତନ ଆବଶ୍ୟକତା ନାହିଁ। ଆଗାମୀ ସମୟରେ ନିଶ୍ଚିତ ଏହା ଉପରେ ଆଲୋଚନା ହୋଇପାରେ। ଏହି ସିଜନରେ ନୂଆ ଟିମ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଗୁଜରାଟ ୧୦ ରୁ ୮ ମ୍ୟାଚ ଜିତି ଟପରେ ଅଛି। ସେହିପରି LSG ୧୦ ରୁ ୭ ଟି ଜିତି ଦ୍ୱିତୀୟ ସ୍ଥାନରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।