ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଗୁଜୁରାଟ ଟାଇଟନ୍ସର ଜଲୱା ଜାରି ଅଛି। ଟିମ ଶନିବାରକୁ ଏକ ମ୍ୟାଚରେ କେକେଆରକୁ ୮ ରନରେ ହରାଇଛି।ଏହିପରି ଟିମ ଏବେ ଅଙ୍କ ତାଲିକାରେ ନମ୍ବର ୧ରେ ପହଁଚିଯାଇଛି। ସେହିପରି ହାଇଦ୍ରାବାଦ ଟିମ ଆରସିବିକୁ ପରାଜୟର ମଜା ଚଖାଇଲା। ମାର୍କୋ ଯେନସନ ଓ ଟି ନଟରାଜନଙ୍କ ତିନି ତିନି ୱିକେଟ ଦ୍ଵାରା ହାଇଦ୍ରାବାଦ ଆରସିବିକୁ ମାତ୍ର ୬୮ ରନରେ ଅଲଆଉଟ କରିଥିଲା ଓ ଲକ୍ଷ୍ୟକୁ ୯ ୱିକେଟରେ ହାସଲ କରିଥିଲା। ଏହା ଏହି ସିଜନର ସବୁଠୁ କମ ଓ ଆଇପିଏଲ ଇତିହାସର ୬ ତମ ସବୁଠୁ କମ ସ୍କୋର ଅଟେ। ଆରସିବିର ମଧ୍ୟ ଦ୍ୱିତୀୟ ସବୁଠୁ ଛୋଟ ସ୍କୋର ଅଟେ। ହାଇଦ୍ରାବାଦ ୬୯ ରନର ଟାର୍ଗେଟକୁ ୮ ଓଭରରେ ଗୋଟେ ୱିକେଟ ହରାଇ ହାସଲ କରିନେଇଥିଲା।

ଆରମ୍ଭ ଦୁଇଟି ମ୍ୟାଚ ହାରିଥିବା କେନ ବିଲିୟମସନଙ୍କ ଟିମର ଏହା ଲଗାତର ପଞ୍ଚମ ବିଜୟ ଅଟେ। ହାଇଦ୍ରାବାଦ ୭ ଟି ମ୍ୟାଚରୁ ପାଞ୍ଚଟି ଜିତି ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଁଚିଯାଇଛି। ଆରସିବିର ଟିମ ଚତ୍ରୁର୍ଥ ସ୍ଥାନର୍ଡ ରହିଛି।
ଫାଫ ଡୁ ପ୍ଲେସିଙ୍କ ଅଧିନାୟକତ୍ୱ ଆରସିବି ଟିମକୁ ଏବେ ଅଧିକ ସତର୍କ ରହିବାକୁ ପଡିବ। ବିରାଟ କୋହଲି ବ୍ୟାଟିଙ୍ଗରେ ଭଲ କରିପାରୁନାହାଁନ୍ତି ଟିମ ୮ ରୁ ପାଞ୍ଚଟି ମ୍ୟାଚ ଜିତିଛି। ପ୍ଲେ ଅଫରେ ସ୍ଥାନ ପାଇଁ ଟିମକୁ ଆଉ କମ ସେ କମ ତିନୋଟି ମ୍ୟାଚ ଜିତିବାକୁ ପଡିବ।

ଅନ୍ୟପଟେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ଲଗାତର ରନ ଆସୁଛି। କେକେଆର ବିରୁଦ୍ଧରେ ହାର୍ଦିକ ୬୭ ରନର ପାରି ଖେଳିଥିଲେ। ସେ ସବୁଠୁ ଅଧିକ ରନ କରିବା ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ନମ୍ବରରେ ରାଜସ୍ଥାନର ଜୋସ ବଟଲର ଅଛନ୍ତି। ସେହିପରି ପର୍ପଲ କ୍ୟାପ କଥା କହିବା ତ ଏହା ରାଜସ୍ଥାନର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନାମରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।