IPL 2022 ର କ୍ବାଲିଫାୟାର ମ୍ୟାଚର ପ୍ରଥମ ଇନିଂସ ସାରିଯାଇଛି। ଆଗ ବ୍ୟାଟିଂ କରି ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ବନାଇଛି ୧୮୮। ଗୁଜରାଟକୁ ଏହି ମ୍ୟାଚ ଜିତି ଫାଇନାଲରେ ପଂହଁଚିବା ପାଇଁ ଦରକାର ୧୮୯ ରନ।

ଜୋସ ବଟଲର ଏହି ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୫୬ ବଲରେ ୮୯ ରନ କରିଥିଲେ। ସେ ପ୍ରଥମରୁ ଧୀରେ ଖେଳୁଥିଲେ ହେଲେ ପରେ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୧୨ ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ୟସସ୍ୱି ଜୟସୱାଲ ୩ ରନ କରି ଆଉଟ ହୋଇଯାଇଥିଲେ।
ଦେବଦତ ପାଡିକଲ ୨୦ ବଲରେ ୨୮ (୨ଟି ଚୌକା, ୨ଟି ଛକା) କରିଥିଲେ। ରିୟାନ ପରାଗ ୪ କରି ଆଉଟ ହୋଇଥିଲେ। ସେ ଶେଷ ଓଭରରେ ଆଉଟ ହୋଇଥିଲେ। କ୍ୟାପଟେନ ସଂଜୁ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ୨୬ ବଲରେ ୪୭ କରିଥିଲେ। ସେ ୫ଟି ଚୌକା ଓ ୩ଟି ଛକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୮୦.୭୭ ଥିଲା।
End of a great knock by Sanju Samson – 47 (26). A brilliant batting display by RR captain, he put on a show at Eden Gardens. pic.twitter.com/HwUQ8HZTl0
— Mufaddal Vohra (@mufaddal_vohra) May 24, 2022
ହେଟମାୟାର ୪ କରି ଆଉଟ ହୋଇଯାଇଥିଲେ। ଏହି ମ୍ୟାଚ ଜିତିବା ପାଇଁ ଗୁଜରାଟକୁ ୧୮୯ ରନର ଆବଶ୍ୟକତା ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।