ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ରୋମାଞ୍ଚକ ବର୍ତ୍ତମାନ ଜାରିଅଛି। ବର୍ତ୍ତମାନ ସୁଦ୍ଧା ଆଇପିଏଲ ୨୦୨୨ରେ ୩୦ ଟି ମ୍ୟାଚ ଖେଳାଯାଇସାରିଲାଣି। ସବୁ ଟିମଙ୍କ ପାଇଁ ଏବେ ପ୍ଲେଅଫରେ ପହଁଚିବା ପାଇଁ ପ୍ରତ୍ୟେକ ଟି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ଅଟେ। ବର୍ତ୍ତମାନର ପଏଣ୍ଟ ଟେବୁଲ କଥା କହିବାତ ଗୁଜୁରାଟ ଟାଇଟନ୍ସ ୧୦ ଅଙ୍କ ସହ ପ୍ରଥମ, ରାଜସ୍ଥାନ ୮ ଅଙ୍କ ସହ ଦ୍ୱିତୀୟ, LSG ୮ ଅଙ୍କ ସହ ତୃତୀୟ, ଆରସିବି ୮ ଅଙ୍କ ସହ ଚତ୍ରୁର୍ଥ, ହାଇଦ୍ରାବାଦ ୮ ଅଙ୍କ ସହ ପଞ୍ଚମ, କେକେଆର ୬ ଅଙ୍କ ସହ ଷଷ୍ଠ, ପଞ୍ଜାଵ ୬ ଅଙ୍କ ସହ ସପ୍ତମ, ଦିଲ୍ଲୀ ୪ ଅଙ୍କ ସହ ଅଷ୍ଟମ, ଚେନ୍ନାଇ ୨ ଅଙ୍କ ସହ ନବମ ସ୍ଥାନରେ ଅଛି ଓ ସଭା ଶେଷରେ ମୁମ୍ବାଇ ଅଛି ଜିଏକି ଏବେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ମ୍ୟାଚ ଜିତିପାରିନାହିଁ ସବୁ ଯାକ ୬ ଟି ଯାକ ମ୍ୟାଚ ହାରିଛି।

ପ୍ଲେଫ ରେ ପହଁଚିବା ପାଇଁ ଟିମଙ୍କୁ ପାଖାପାଖି ଜିତିବାକୁ ହେବ ଆଉ ଏତିକି ମ୍ୟାଚ?:
ପ୍ଲେଅଫରେ ପହଁଚିବା ପାଇଁ ଗୁଜୁରାଟକୁ ୮ ଟି ମ୍ୟାଚରୁ ୩ ଟି ମ୍ୟାଚ ଜିତିବାକୁ ହେବ, LSG କୁ ୮ ଟି ମ୍ୟାଚରୁ ୪ ଟି ଜିତିବାକୁ ହେବ, ଆରସିବିକୁ ୮ ରୁ ୪ ଟି ମ୍ୟାଚ ଜିତିବାକୁ ହେବ, ହାଇଦ୍ରାବାଦକୁ ୮ ରୁ ୪ ଟି ମ୍ୟାଚ ଜିତିବାକୁ ହେବ, ରାଜସ୍ଥାନକୁ ୯ ରୁ ୫ ଟି ମ୍ୟାଚ ଜିତିବାକୁ ହେବ,କେକେଆରକୁ ୮ ରୁ ୫ ଟି ମ୍ୟାଚ ଜିତିବାକୁ ହେବ,ପଞ୍ଜାଵକୁ ୮ ରୁ ୫ ଟି ମ୍ୟାଚ ଜିତିବାକୁ ହେବ,ଦିଲ୍ଲୀକୁ ୯ ରୁ ୬ ଟି ମ୍ୟାଚ ଜିତିବାକୁ ହେବ,ଚେନ୍ନାଇକୁ ୮ ରୁ ୭ ଟି ମ୍ୟାଚ ଓ ମୁମ୍ବାଇକୁ ୮ ରୁ ୮ ଟି ଯାକ ମ୍ୟାଚ ଜିତିବାକୁ ହେବ।
ଆଇପିଏଲ ଇତିହାସର ସବୁଠୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଏବେ ପର୍ଯ୍ୟନ୍ତ ଜିତିପାରିନାହିଁ। ମୁମ୍ବାଇ ନିଜର ସବୁ ୬ ଟି ଯାକ ମ୍ୟାଚ ହାରିଛି। ଆଇପିଏଲର ସବୁଠୁ ଦ୍ୱିତୀୟ ସଫଳ ଟିମ ଚେନ୍ନାଇ ମଧ୍ୟ ୬ ରୁ ମାତ୍ର ଗୋଟେ ମ୍ୟାଚରେ ବିଜୟ ହାସଲ କରିଛି। ଏବେ ଦୁଇ ଟିମଙ୍କର ପ୍ଲେ ଅଫରେ ପହଁଚିବା ବହୁତ କଷ୍ଟକର ଅଟେ।

ଅରେଞ୍ଜ କ୍ୟାପ କଥା କହିବା ତ ଏହା ଏବେ ରାଜସ୍ଥାନର ଜୋସ ବଟଲରଙ୍କ ପାଖରେ ଅଛି। ବଟଲର ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚରେ ୩୭୫ ରନ କରିଛନ୍ତି। ସେହିପରି ପର୍ପଲ କ୍ୟାପ କଥା କହିବା ତ ଏହା ମଧ୍ୟ ରାଜସ୍ଥାନର ୟୁଜବେନ୍ଦ୍ର ଚାହଲଙ୍କ ପାଖରେ ଅଛି। ଚାହଲ ଆଇପିଏଲ ୨୦୨୨ ରେ ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚରେ ୧୭ ଟି ୱିକେଟ ନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।