IPL 2022 ରେ ଦ୍ଵିତୀୟ ବିଜୟ ପାଇଛି ରାହୁଲଙ୍କ ଲକ୍ଷନୌ ଯେବେକି ହାଇଦ୍ରାବାଦକୁ ମିଳିଛି ଦ୍ୱିତୀୟ ପରାଜୟ। ଆଗ ବ୍ୟାଟିଂ କରି ଲକ୍ଷନୌ ୧୬୯ ରନ କରିଥିଲା ଜବାବରେ ହାଇଦ୍ରାବାଦ ୧୫୭ ରନ ହିଁ କରିପାରିଥିଲା।

କେ ଏଲ ରାହୁଲ ସୁନ୍ଦର ପାରି ଖେଳିଥିଲେ। ସେ ୫୦ ବଲରେ ୬୮ କରିଥିଲେ ଯେବେକି ତାଙ୍କର ଏହି ପାରିରେ ଗୋଟିଏ ଛକା ଏବଂ ୬ଟି ଚୌକା ଆସିଥିଲା। ଡି କକ ୧ କରି ଆଉଟ ହୋଇଯାଇଥିଲେ। ଲୁଇସ ୧ କରିଥିଲେ। ମନୀଷ ପାଣ୍ଡେ ୧୧ କରି ଆଉଟ ହୋଇଯାଇଥିଲେ। ଦୀପକ ହୁଡ୍ଡା ମଧ୍ୟ ସୁନ୍ଦର ପାରି ଖେଳିଥିଲେ। ୩୩ ବଲରେ ୫୧ କରିଥିଲେ। ତାଙ୍କର ଏହି ପାରିରେ ୩ଟି ଛକା ଏବଂ ୩ଟି ଚୌକା ସାମିଲ ଥିଲା। ଆୟୁଷ ବଦୋନି ୧୨ ବଲରେ ୧୯ କରିଥିଲେ।
ହାଇଦ୍ରାବାଦ ପକ୍ଷରୁ ୱାସିଙ୍ଗଟନ ସୁନ୍ଦର ୪ଓଭରରେ ୨୮ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ରୋମାରିଓ ସେଫାର୍ଡ ୪ ଓଭରରେ ୪୨ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ଟି ନଟରାଜନ ବି ୨ଟି ୱିକେଟ ହାସିଲ କରିଥିଲେ।

ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ୧୩, କେନ ୱିଲିୟମସନ ୧୬ କରିଥିଲେ। ଦୁହେଁ ବଡ଼ ପାରି ପାର୍ଟନରର୍ସିପ କରିପାରିନଥିଲେ। ରାହୁଲ ତ୍ରିପାଠୀ ଲଢ଼ୁଆ ପାରି ଖେଳିଥିଲେ। ସେ ୩୦ ବଲରେ ୪୪ କରିଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ଏବଂ ୧ଟି ଛକା ସାମିଲ ଥିଲା। ମାକର୍ମ ୧୨ ମାରିଥିଲେ। ନିକୋଲସ ପୁରନ ୨୪ ବଲରେ ୩୪ କରିଥିଲେ। ତାଙ୍କର ଏହି ପାରିରେ ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା।
ଏହି ମ୍ୟାଚ ଲକ୍ଷନୌ ୧୨ ରନରେ ଜିତିଯାଇଥିଲା। ଆଭେସ ଖାନ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ହୋଲଡ଼ର ୩ଟି ଓ କ୍ରୁନାଲ ପାଣ୍ଡ୍ୟା ୨ଟି ୱିକେଟ ପାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।