IPL ରେ ରାଇନା ନ ବିକ୍ରି ହେବାର କାରଣ ଆସିଲା ସାମ୍ନାକୁ! ପୂର୍ବ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କ ଖୁଲାସା!

ବ୍ୟୁରୋ ରିପୋର୍ଟ: IPL ରେ ପରିଚିତ ଅଟନ୍ତି ସୁରେଶ ରାଇନା। ସେ CSK ପଟୁ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ମିଷ୍ଟର ଆଇପିଏଲ ନାମରେ ପରିଚିତ ସୁରେଶ ରାଇନା ଏ ବର୍ଷ ଆଇପିଏଲ ଅକ୍ସନରେ କିଣା ହୋଇନାହାନ୍ତି। ବିଶେଷ ରିପୋର୍ଟରୁ ଯାହା ଜଣା ପଡୁଛି ଯେ ସେ ଏହି ବର୍ଷ କମେଣ୍ଟ୍ରୀ ବକ୍ସରେ କମେଣ୍ଟ୍ରୀ କରିପାରନ୍ତି।

Google

ସେ କାହିଁକି ଏ ବର୍ଷ ଆଇପିଏଲ ଖେଳିବେ ନାହିଁ ତାହା ରାଜସ୍ଥାନ କ୍ରିକେଟ ଡାଇରେକ୍ଟର କୁମାର ସାଙ୍ଗାକାରା ଏହା ବିଷୟରେ କିଛି କହିଛନ୍ତି। ଏହି ବର୍ଷ ଆଇପିଏଲ ଅକ୍ସନରେ ସୁରେଶ ରାଇନା ବିକ୍ରି ନହେବାରୁ ସୁରେଶ ରାଇନା ସମର୍ଥକ ସୋସିଆଲ ମିଡିଆରେ ବହୁତ ପ୍ରଶ୍ନ ଉଠାଇଥିଲେ।

ଏହି ବାବଦରେ ରାଜସ୍ଥାନ ରୟାଲର ଡାଇରେକ୍ଟର କୁମାର ସାଙ୍ଗାକାରା କହିଲେ ଯେ ଆଇପିଏଲରେ ମାଲିକ ମାନେ ପୂର୍ବ ପ୍ରଦର୍ଶନ ନ ଦେଖି ଭବିଷ୍ୟତକୁ ଦେଖି ଖେଳାଳି ବଛା କରୁଛନ୍ତି। ଯେମିିତି ସମୟ ବଦଳେ ସେହିପରି ଭାବରେ ପୁରୁଣା ଖେଳାଳିଙ୍କ ଜାଗାରେ ନୂଆ ଯୁବ ଖେଳାଳି ବଛା ଯାଉଛନ୍ତି। ସେ ଆଉ କହିଛନ୍ତି ଯେ ଆଇପିଏଲରେ ତାଙ୍କ ପ୍ରତି ବର୍ଷ ପ୍ରଦର୍ଶନ ବହୁତ ଭଲ ଅଛି। ଖେଳାଳିଙ୍କୁ ବାଛିବା ପାଇଁ କୋଚ, ଟିମ ମାଲିକ ଓ ଡାଇରେକ୍ଟର ମିଳି ତ ଭାବରେ ନିଷ୍ପତ୍ତି ନେଇଥାନ୍ତି।

Google

ସୁରେଶ ରାଇନା ଗୋଟେ ଭଲ ଖେଳାଳି ହେଲେ ତାଙ୍କ ଗତ ବର୍ଷ ପ୍ରଦର୍ଶନ ଏତେ ବି ଖାସ ନଥିଲା। ସେ ଗତ ବର୍ଷ ଅଳ୍ପ ମ୍ୟାଚ ମଧ୍ୟ ଖେଳିଥିଲେ। ଏହି ବର୍ଷ ଚେନ୍ନାଇ ସୁପର କିଙ୍ଗସ ସୁରେଶ ରାଇନାଙ୍କୁ ଛାଡି ଦେଇଥିଲା। ସୁରେଶ ରାଇନାଙ୍କ ଅନୁପ୍ଥିତି ତାଙ୍କ ସମର୍ଥକ ମାନଙ୍କ ପାଇଁ ଦୁଃଖର ବିଷୟ ହୋଇପାରେ। ସୁରେଶ ରାଇନା ଆଇପିଏଲରେ ୨୦୫ ମ୍ୟାଚରେ ୫୫୨୮ ରନ କରିଛନ୍ତି ଯେଉଁଥିରେ ୩୯ ଟି ଅର୍ଦ୍ଧଶତକ ଓ ଗୋଟେ ଶତକ ସାମିଲ। ହେଲେ ତାଙ୍କୁ ଏହି ବର୍ଷ IPL ରେ କେଉଁ ଟିମ କିଣି ନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *