RCB ର ଶେଷ ମ୍ୟାଚ କ୍ବାଟର ଫାଇନାଲ ପରି! ହାରିଲେ IPL 2022 ରୁ ହେବ ବାହାର

ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଏବେ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତି ନାହାଁନ୍ତି। ଆଇପିଏଲ ୨୦୨୨ ପୂର୍ବରୁ ସେ ଆରସିବିର ଅଧିନାୟକ ପଦ ଛାଡିଦେଇଥିଲେ। ତେଣୁ ଆଶା ଥିଲାକି ସେ ବ୍ୟାଟିଙ୍ଗରେ ଭଲ ପ୍ରଦର୍ଶନ କରିବେ ଓ ଟିମକୁ ଆଗକୁ ନେବେ। ଆଇପିଏଲ ୨୦୨୨ର ଆରମ୍ଭ ଆରସିବି ଭଲ କରିଥିଲା କିନ୍ତୁ ଫାଫ ଡୁ ପ୍ଲେସିଙ୍କ ଅଧିନାୟକତ୍ୱ ଟିମକୁ ଶେଷ ୬ ଟି ମ୍ୟାଚରୁ ୪ଟିରେ ପରାଜୟ ମିଳିଛି। ଏବେ ଆରସିବି ପାଇଁ ପ୍ଲେ ଅଫରେ ପହଁଚିବା କଷ୍ଟକର ହୋଇଯାଇଛି। ଟିମକୁ ଆଇପିଏଲ ୨୦୨୨ର ୬୦ ତମ ମ୍ୟାଚରେ ପଞ୍ଜାଵ କିଙ୍ଗସ ୫୪ ରନରେ ହରାଇଥିଲା। ଏହା ଟିମର ୧୩ ତମ ମ୍ୟାଚରେ ୬ ନମ୍ବର ପରାଜୟ ଅଟେ।ଟିମ ଏବେ ୧୪ ଅଙ୍କ ସହିତ ଚତ୍ରୁର୍ଥ ନମ୍ବରରେ ଅଛି। ଆରସିବି କେବେ ଆଇପିଏଲର ଟ୍ରଫି ଜିତିନାହିଁ।

Google

ଆରସିବିକୁ ନିଜ ଲିଗ ରାଉଣ୍ଡର ଶେଷ ମ୍ୟାଚ ୧୯ ମଇକୁ ଗୁଜୁରାଟ ଟାଇଟନ୍ସ ସହ ଖେଳିବାର ଅଛି।ଗୁଜରାଟ ଟିମ ପ୍ଲେ ଅଫରେ ପହଁଚିସାରିଛି ଓ ଏହି ଆଇପିଏଲ ସିଜନରେ ୧୨ ରୁ ୯ ମ୍ୟାଚ ଜିତିସାରିଛି। ଟପ-୬ ଟିମର କଥା କହିବା ତ କେବଳ ଆରସିବିର ରନରେଟ ହିଁ ମାଇନସରେ ଅଛି। ବର୍ତ୍ତମାନ ଆରସିବିର ରନରେଟ -୦.୩୨୩ ଅଟେ। ଯଦି ଶେଷ ମ୍ୟାଚରେ ଆରସିବି ଗୁଜରାଟ ସହ ହାରିଯାଏ ତେବେ ଆରସିବିର ପ୍ଲେଅଫରେ ପହଁଚିବାର ସମ୍ଭାବନା ପାଖାପାଖି ଶେଷ ହୋଇଯିବ। ଦୁହିଁଙ୍କ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ ଗୁଜରାଟ ଆରସିବିକୁ ୬ ୱିକେଟରେ ହରାଇଥିଲା।

ଲକ୍ଷନୌର ଅଛି ୧୬ ଅଙ୍କ:

ଲକ୍ଷନଉ ସୁପର ଜାଏଣ୍ଟସର ୧୨ ମ୍ୟାଚରେ ୧୬ ଅଙ୍କ ଅଛି। ଟିମ ବାକି ୨ ଟି ମ୍ୟାଚତୁ ଗୋଟେ ଜିତିଗଲେ ପ୍ଲେଅଫରେ ପହଁଚିଯିବ। ସେହିପରି ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାଵ କିଙ୍ଗସର ୨-୨ଟି ମ୍ୟାଚ ବାକି ଅଛି। ରାଜସ୍ଥାନର ୧୪ ଅଙ୍କ ଥିବା ବେଳେ ଦିଲ୍ଲୀ ଓ ପଞ୍ଜାଵର ୧୨-୧୨ ଅଙ୍କ ଅଛି। ରାଜସ୍ଥାନକୁ ବାକି ଦୁଇଟି ମ୍ୟାଚ ଲକ୍ଷନୌ ଓ ଚେନ୍ନାଇ ସହ ଖେଳିବାର ଅଛି। ଦିଲ୍ଲୀକୁ ପଞ୍ଜାଵ ଓ ମୁମ୍ବାଇ ସହ ମ୍ୟାଚ ଖେଳିବାର ଅଛି। ମାନେ ପଞ୍ଜାଵ ଓ ଦିଲ୍ଲୀ ମଧ୍ୟରୁ ଗୋଟେ ଟିମ ହିଁ ୧୬ ଅଙ୍କ ପର୍ଯ୍ୟନ୍ତ ପହଁଚିପାରିବ। ହାଇଦ୍ରାବାଦର ୧୧ ମ୍ୟାଚରେ ୧୦ ଓ କେକେଆରର ୧୨ ମ୍ୟାଚରେ ୧୦ ଅଙ୍କ ଅଛି।

Google

କେକେଆର ଓ ହାଇଦ୍ରାବାଦ ମଧ୍ୟରେ ୧୫ ମଇକୁ ମ୍ୟାଚ ଅଛି। କେକେଆର ପାଇଁ ଏହି ମ୍ୟାଚ କର ବା ମର ପୋଜିସନରେ ଅଛି। ଯଦି କେକେଆର ଏହି ମ୍ୟାଚ ହାରିବା ତେବେ ପ୍ଲେଅଫରୁ ବାହାର ହୋଇଯିବ। ତାକୁଶେଷ ମ୍ୟାଚରେ ୧୮ ମଇକୁ ଲକ୍ଷନଉ ସହ ଖେଳିବାର ଅଛି। ଯଦି କେକେଆର ଦୁଇଟି ଯାକ ମ୍ୟାଚ ଜିତିବ ତେବେ ତାର ୧୪ ଅଙ୍କ ହୋଇଯିବ ଓ ତାର ନେଟ ରନରେଟ ଆରସିବିଠୁ ଭଲ। ଆରସିବି ପାଖରେ ଏବେ ବିଜୟ ଛଡା ଅନ୍ୟ କୌଣସି ବାଟ ନାହିଁ। ହାଇଦ୍ରାବାଦକୁ ବାକିଥିବା ତିନୋଟି ମ୍ୟାଚ ଜିତିବାକୁ ପଡିବ। ମୁମ୍ବାଇ ଓ ଚେନ୍ନାଇ ପ୍ଲେଅଫରୁ ବାହାର ହୋଇଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.