କିଏ ହେବ IPL 2022 ର ଚମ୍ପିୟାନ! ଆଗରେ ଅଛନ୍ତି ଲକ୍ଷନୌ,ବାଙ୍ଗାଲୋର,ରାଜସ୍ଥାନ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଧମାଲ ଜାରିରହିଛି,ଏଥର ୮ ବଦଳରେ ୧୦ ଟିମ ଖେଳୁଛନ୍ତି ଓ ମ୍ୟାଚ ସଂଖ୍ୟା ମଧ୍ୟ ୬୦ରୁ ୭୪କୁ ବୃଦ୍ଧି ହୋଇଛି। ଏହି ସିଜନରେ ମେଗା ଅକ୍ସନ ହୋଇଥିବାରୁ ପ୍ରାୟତଃ ସବୁ ଟିମର ଖେଳାଳି ଅଲଗା ଅଲଗା ହୋଇଯାଇଛନ୍ତି। ଏହି ଆଇପିଏଲରେ ଏବେ ପ୍ରତ୍ୟେକ ଟିମ ଗୋଟେ ଲେଖା ମ୍ୟାଚ ଜିତିସାରିଲେନି କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ଛାଡି। ଏହି ଆଇପିଏଲ ୨୦୨୨ରେ ତିନୋଟି ଟିମ ଉପରେ ଦାବି କରାଯାଉଛୁକି ଏହି ତିନୋଟି ଟିମ ଟ୍ରଫି ଜିତିପାରେ। ଆସନ୍ତୁ ଜାଣିବା ସେ କେଉଁ ତିନୋଟି ଟିମ।

Google

ରାଜସ୍ଥାନ ରୟାଲ୍ସ: ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସ ସୁନ୍ଦର ପ୍ରଦର୍ଶନ ଜାରିରଖିଛି।ରାଜସ୍ଥାନ ଏବେ ପର୍ଯ୍ୟନ୍ତ ୪ ଟି ମ୍ୟାଚରେ ତିନୋଟି ବିଜୟ ଓ +୦.୯୫୧ ନେଟ ରନରେଟ ସହ ପ୍ରଥମେ ସ୍ଥାନରେ ଅଛି। ଏହି ଟିମର ଅଧିନାୟକ ସଞ୍ଜୁ ସୈମସନ ଅଟନ୍ତି ଯିଏକି ଏହି ସିଜନରେ ସୁନ୍ଦର ଅଧିନାୟକତ୍ୱ କରୁଛନ୍ତି। ଏହି ଆଇପିଏଲ ସିଜନ ରାଜସ୍ଥାନ ଜିତିପାରେ ବୋଲି ଦାବି କରାଯାଉଛି ଏହାର କାରଣ ହେଉଛି ଓପନର ଜୋସ ଭଟଲର ଓ ଅଧିନାୟକସଞ୍ଜୁ ସୈମସନ ଓ ସିମରାନ ହେଟମାୟର ସୁନ୍ଦର ପ୍ରଦର୍ଶନ କରିଛନ୍ତି।ବୋଲିଙ୍ଗରେ ପ୍ରେସର ଟ୍ରେଣ୍ଟ ବୋଲଟ ଓ ପ୍ରସିଦ୍ଧ କୃଷ୍ଣା ଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ଆର ଅଶ୍ୱିନୀ ସ୍ପିନରେ ଜଲବା ଦେଖାଉଛନ୍ତି।

ଆରସିବି: ପୂର୍ଵ ବର୍ଷ ଆଇପିଏଲ ପରେ ଅଧିନାୟକ ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ଛାଡିଦେଇଥିଲେ। ଟିମ ମେଗା ଅକ୍ସନରେ ଡୁପ୍ଲେସିଙ୍କୁ ଟିମରେ ସାମିଲ କରି ତାଙ୍କୁ ନୂତନ ଅଧିନାୟକ କରିଥିଲା ଯିଏକି ଏହି ଆଇପିଏଲ ସିଜନରେସୁନ୍ଦର ଅଧିନାୟକତ୍ୱ କରୁଛନ୍ତି। ଏହି ଆଇପିଏଲରେ ଆରସିବି ଟିମ ଏବେ ପର୍ଯ୍ୟନ୍ତ ୫ ଟି ମ୍ୟାଚରୁ ତିନୋଟି ମ୍ୟାଚ ଜିତି+୦.୦୦୬ ରନରେଟ ସହ ୬ ନମ୍ବର ସ୍ଥାନରେ ଅଛନ୍ତି। କିନ୍ତୁ ଆରସିବି ପାଖରେ ଏପରି ଖେଳାଳି ଅଛନ୍ତି ଯିଏକି ଏଥର ଆରସିବିର ପ୍ରଥମ ଆଇପିଏଲ ଟ୍ରଫି ଜିତାଇପାରନ୍ତି। ଅଧିନାୟକ ଫାଫ ଡୁପ୍ଲେସି ,ଦିନେସ କାର୍ତିକ, ବିରାଟ କୋହଲି ,ମାକ୍ସୱେଲ ଓ ସାହବାଜ ଅହମ୍ମଦ ବ୍ୟାଟିଙ୍ଗରେ ସୁନ୍ଦର ପ୍ରଦର୍ଶନ କରୁଥିବା ବେଳେବେଳେ ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ବୋଲିଙ୍ଗ ସମ୍ଭାଳୁଛନ୍ତି।

Google

ଲକ୍ଷନୌ: ଏହି ଆଇପିଏଲ ସିଜନରେ ପ୍ରଥମ ଥର ଓହ୍ଲାଇଥିବା ଟିମ ଲକ୍ଷନୌ ସୁପର ଜାଏଣ୍ଟସ ମେଗା ଅକ୍ସନ ପୂର୍ବରୁ କେଏଲ ରାହୁଲଙ୍କୁ ଟିମରେସାମିଲ କରି ତାଙ୍କୁ ଅଧିନାୟକ କରିଥିଲା। ଏହି ସିଜନରେ ଏବେ ପର୍ଯ୍ୟନ୍ତ ଲକ୍ଷନୁ ସୁନ୍ଦର ପ୍ରଦର୍ଶନ କରିଚାଲିଛି। ଟିମ ଏହି ଆଇପିଏଲରେ ୫ ଟି ମ୍ୟାଚରୁ ତିନୋଟି ମ୍ୟାଚ ଜିତି +୦.୧୭୪ ନେଟ ରନରେଟ ସହ ଚତ୍ରୁର୍ଥ ସ୍ଥାନରେ ଅଛି। ଏହି ଟିମର ପ୍ରାୟତଃ ସବୁ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି।ଅଧିନାୟକ ରାହୁଲ ଓ କ୍ୱିଣ୍ଟନ ଡିକକଙ୍କ ଭଳି ସୁନ୍ଦର ଓପନିଙ୍ଗ ଯୋଡିଅଛି। ଆୟୁଷ ବଦୋନି ସୁନ୍ଦର ଭାବେ ମିଡ଼ିଲ ଅର୍ଡରରେ ବ୍ୟାଟିଙ୍ଗ କରୁଛନ୍ତି।ଆବେଶ ଖାନ ଓ ଦୁଷ୍ମନ୍ତ ଚମିରା ପେସ ବୋଲିଙ୍ଗରେ ଓ ରବି ବିସ୍ନୋଇ ସ୍ପିନରେ ଜଲବା ଦେଖାଉଛନ୍ତି। ତେଣୁ ଏହି ଆଇପିଏଲ ଟ୍ରଫି ଲକ୍ଷନୌ ଜିତିବାର ସମ୍ଭାବନା ମଧ୍ୟ ଅଧିକ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *