RR ଏବଂ SRH ମ୍ୟାଚରର ହାଇଦ୍ରାବାଦକୁ ହରାଇଛି ରାଜସ୍ଥାନ। ଆଗ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ୨୧୦ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୧୪୯ ରନ ହିଁ କରିପାରିଲା। ରାଜସ୍ଥାନ ପକ୍ଷରୁ ବଟଲର ୩୫ ରନ, ଜୟସୱାଲ ୨୦ କରିଥିବା ବେଳେ ପାଡିକାଲ ସୁନ୍ଦର ବ୍ୟାଟିଂ କରି ୨୯ ବଲରେ ୪୧ କରିଥିଲେ। ତାଙ୍କର ଏହି ପାରିରେ ୨ଟି ଛକା ଏବଂ ୪ଟି ଚୌକା ସାମିଲ ଥିଲା।

କ୍ୟାପଟେନ ସଂଜୁ ୨୭ ବଲରେ ୫୫ ରନ ବନାଇଥିଲେ। ସେ ୫ଟି ଛକା ଏବଂ ୩ ଟି ଚୌକା ଲଗାଇଥିଲେ। ହେଟମେୟର ୩୨ କରିଥିଲେ। ରିୟାନ ପରାଗ ୧୨ ବଲରେ ୯ କରିଥିଲେ।
ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଏବଂ ଉମରାନ ମଲ୍ଲିକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଭୁବି,ସେଫ୍ରାଡ଼ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

ହାଇଦ୍ରାବାଦ ପକ୍ଷରୁ ଓପନ କରିବା ପାଇଁ ଆସିଥିବା କ୍ୟାପଟେନ ୱିଲିୟମସନ ୨ ରନ କରି ଆଉଟ ହୋଇଯାଇଥିଲେ। ଅଭିଷେକ ଶର୍ମା ୯ କରିଥିଲେ। ନିକୋଲସ ପୁରନ ଏବଂ ରାହୁଲ ତ୍ରିପାଠୀ ବିନା ରନ କରି ଆଉଟ ହୋଇଯାଇଥିଲେ। ଶେଷ ଆଡ଼କୁ ୱାସିଂଟନ ସୁନ୍ଦର ୧୪ ବଲରେ ୪୦ କରିଥିଲେ। ତାଙ୍କର ଏହି ପାରିରେ ୨ଟି ଛକା ଏବଂ ୫ଟି ଚୌକା ସାମିଲ ଥିଲା।
ରାଜସ୍ଥାନ ପକ୍ଷରୁ ୟୁଜି ଚାହଲ ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୨୨ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ବୋଲଟ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ରବି ଅଶ୍ୱିନୀ ୪ ଓଭରରେ ସୁନ୍ଦର ବୋଲିଂ କରିଥିଲେ। ସେ ୪ ଓଭରରେ ୨୧ ରନ ଦେଇଥିଲେ।
Also his 250th T20 scalp. 🤯 https://t.co/cdnDyBqMLs
— Rajasthan Royals (@rajasthanroyals) March 29, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।