IPL ରେ ଏଯାଏ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଏହି ଏହି ଖେଳାଳି! ଫେରିପାରନ୍ତି ନେସନାଲ ଟିମକୁ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଧମାକା ଜାରିରହିଛି। ଟି-୨୦ ବିଶ୍ୱକପ ୨୦୨୨କୁ ଦେଖି ଅନେକ ଭାରତୀୟ ଖେଳାଳି ଆଇପିଏଲ ଜରିଆରେ ନିଜକୁ ସାବ୍ୟସ୍ତ କରିବାକୁ ଲାଗିଛନ୍ତି। ଟିମରୁ ବାହାରେ ଥିବା ଖେଳାଳିଙ୍କ ପାଖରେ ମଧ୍ୟ ଟିମକୁ ଫେରିବାର ମୌକା ଅଛି। ବାୟୋ ବବୁଲର ନିୟମକୁ ଦେଖିବାତ ୨୩ ଜଣିଆ ଟିମ ଚୟନ ହୋଇପାରେ। ଆସନ୍ତୁ ଜାଣିବା ସେହି ୫ ଜଣ ଖେଳାଳିଙ୍କ ବିଷୟରେ ଯିଏକି ଆଇପିଏଲ ଦ୍ଵାରା ଟିମରେ ଜାଗା ପକା କରିପାରନ୍ତି।

Google

ଦିଲ୍ଲୀ କ୍ୟାପିଟଲ୍ସର ଓପନର ପୃଥୀ ସ୍ୱ ଆଇପିଏଲ ୨୦୨୨ରେ ଧମାଲ କରୁଛନ୍ତି। ସେ କେକେଆର ଓ ଲକ୍ଷନୌ ବିରୁଦ୍ଧରେ ଧୂଆଁଧାର ଅର୍ଦ୍ଧଶତକ ମାରିଛନ୍ତି। ଟି-୨୦ରେ ତାଙ୍କର ଷ୍ଟାଇକରେଟ ୧୪୯ର ଅଟେ। ଓପନିଙ୍ଗ ସ୍ଲଟ ପାଇଁ ସେ ଚୟନ ହୋଇପାରନ୍ତି।

ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ନିଜ ପୁରୁଣା ଫର୍ମରେ ଦେଖାଯାଉଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ଏହା ସହ ସେ ଚାରି ଓଭର ବୋଲିଙ୍ଗ କରୁଛନ୍ତି। ସେ ଭାରତର ପ୍ରେସର ବୋଲର ଅଲରାଉଣ୍ଡର ହୋଇପାରନ୍ତି। ଅଷ୍ଟ୍ରେଲିଆରେ ତାଙ୍କର ଅନୁଭବ କାମରେ ଆସିପାରେ।

Google

ସ୍ପିନର କୁଲଦୀପ ଯାଦବ ଆଇପିଏଲର ଏହି ସିଜନରେ ୪ ଟି ମ୍ୟାଚରେ ୧୦ ଟି ୱିକେଟ ନେଇସାରିଲେଣି। ସେ ଏକମାତ୍ର ଏପରି ବୋଲର ଅଟନ୍ତି ଓ ସେ ବିଦେଶରେ କାମାଲ କରିପାରନ୍ତି। ତାଙ୍କର ଯୋଡି ୟୁଜବେନ୍ଦ୍ର ଚହଲଙ୍କ ସହ ଜମିବ। କୁଲଦୀପ ଭାରତର ତିନୋଟି ଯାକ ଫର୍ମାଟରେ ଖେଳିଛନ୍ତି।

ଭାରତୀୟ ବୋଲର ଉମେଶ ଯାଦବ ପୁଣିଥରେ ନିଜର ଫର୍ମକୁ ଫେରିଛନ୍ତି। ସେ ଏହି ଆଇପିଏଲରେ କେକେଆର ଟିମ ତରଫରୁ ୫ ଟି ମ୍ୟାଚରେ ୧୦ ଟି ୱିକେଟ ନେଇଛନ୍ତି। ତାଙ୍କୁ ଭାରତୀୟ ଏକଦିବସିୟ ଓ ଟି-୨୦ ଟିମରେ ପୁଣି ମୌକା ମିଳିପାରେ।

Google

ରାହୁଲ ଚାହରଙ୍କୁ ଆଇପିଏଲ ମେଗା ନିଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିଦେଇଥିଲା। ତାଙ୍କୁ ପଞ୍ଜାଵ କିଙ୍ଗସ ଟିମରେ ସାମିଲ କରିଛି ଓ ସେ ଭଲ ପ୍ରଦର୍ଶନ କରିଚାଲିଛନ୍ତି। ସେ ଚାହଲଙ୍କ ପରେ ଭାରତର ସବୁଠୁ ପସନ୍ଦର ଲେଗ ସ୍ପିନର ହୋଇପାରନ୍ତି। ସେ ଏହି ଆଇପିଏଲରେ ୪ ଟି ମ୍ୟାଚରେ ୭ ଟି ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *