IPL 2022: KKR କୁ ହରାଇ ବାଜି ମାରିଲା SRH! ୭ମ ସ୍ଥାନରେ ପହଁଚିଲା ସନରାଇଜର୍ସ ହାଇଦ୍ରାବାଦ, ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: ସନରାଇଜର୍ସ ହାଇଦ୍ରାବାଦ କେକେଆରକୁ ୭ ୱିକେଟରେ ହରାଇ ଆଇପିଏଲ ୨୦୨୨ରେ ତୃତୀୟ ବିଜୟ ହାସଲ କରିଛି। ହାଇଦ୍ରାବାଦ ୧୭୬ ରନର ଲକ୍ଷ୍ୟକୁ ୧୭.୫ ଓଭରରେ ହିଁ ରାହୁଲ ତ୍ରିପାଠୀ ଓ ଏଡନ ମାର୍କରମଙ୍କ ଅର୍ଦ୍ଧଶତକ ଦ୍ଵାରା ହାସଲ କରିଥିଲା। ହାଇଦ୍ରାବାଦ ଟିମ ଏହି ବିଜୟ ସହ ଆଇପିଏଲ ୨୦୨୨ ପଏଣ୍ଟ ଟେବୁଲରେ ୭ ମ ସ୍ଥାନରେ ପହଁଚିଯାଇଛି। ହାଇଦ୍ରାବାଦ ଲଗାତର ତିନୋଟି ବିଜୟ ପାଇଛି। ସେହିପରି କେକେଆର ଚତ୍ରୁର୍ଥ ସ୍ଥାନରେ ପହଁଞ୍ଚିଯାଇଛି। କେକେଆର ଆଗରୁ ଆରମ୍ଭରୁ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିଲା।

Google

ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ଅଷ୍ଟମ ସ୍ଥାନରେ ଅଛି। ଶୀର୍ଷରେ ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ଅଛି। ରାଜସ୍ଥାନର ଓପନର ଜୋସ ବଟଲରଙ୍କ ପାଖରେ ଅରେଞ୍ଜ କ୍ୟାପ ଅଛି। ସେ ଏବେ ପର୍ଯ୍ୟନ୍ତ ୫ ଟି ମ୍ୟାଚରେ ୨୭୨ ରନ କରିଛନ୍ତି। ଦ୍ୱିତୀୟ ନମ୍ବରରେ ହାର୍ଦିକ ପାଣ୍ଡ୍ୟା ଅଛନ୍ତି ସେ ୨୨୮ ରନ କରିଛନ୍ତି।

ୟୁଜବେନ୍ଦ୍ର ଚାହଲଙ୍କ ପାଖରେ ପର୍ପଲ କ୍ୟାପ ଅଛି:

ପର୍ପଲ କ୍ୟାପ ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲଙ୍କ ପାଖରେ ଅଛି। ସେ ଏବେ ପର୍ଯ୍ୟନ୍ତ ଏହି ଆଇପିଏଲରେ ୧୨ ଟି ୱିକେଟ ନେଇଛନ୍ତି। ଦ୍ୱିତୀୟ ସ୍ଥାନରେ ଟି ନଟରାଜନ ଅଛନ୍ତି ଯିଏକି କେକେଆର ବିରୁଦ୍ଧରେ ତିନୋଟି ୱିକେଟ ନେଇଥିଲେ ଓ ତାଙ୍କ ନାମରେ ୧୧ ଟି ୱିକେଟ ଅଛି। ୧୦ ୱିକେଟ ସହ ତୃତୀୟ ସ୍ଥାନରେ ଉମେଶ ଯାଦବ ଅଛନ୍ତି। ତାଙ୍କୁ ହାଇଦ୍ରାବାଦ ବିରୁଦ୍ଧରେ କୌଣସି ୱିକେଟ ମିଳିନଥିଲା।

Google

କେକେଆର ଓ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ ୨୦୨୨ରେ ଖେଳାଯାଇଥିବା ୨୫ ତମ ମ୍ୟାଚ କଥା କହିବାତ କେକେଆର ଆଗ ବ୍ୟାଟିଙ୍ଗ କରି ୨୦ ଓଭରରେ ୮ ୱିକେଟ ହରାଇ ୧୭୫ ରନ କରିଥିଲା। କେକେଆରପାଇଁ ନୀତିସ ରାଣା ସବୁଠୁ ଅଧିକ ୫୪ ରନ କରିଥିଲେ। ଆନ୍ଦ୍ର ରସେଲ ୨୫ ବଲରେ ୪୯ ରନର ନଟ ଆଉଟ ପାରି ଖେଳିଥିଲେ।ହାଇଦ୍ରାବାଦ ପାଇଁ ରାହୁଲ ତ୍ରିପାଠୀ ୩୭ ବଲରେ ୭୧ ରନ ଓ ଏଡମ ମାର୍କରମ ୬୮ ରନର ନଟଆଉଟ ପାରି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *