ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୨୮ ତମ ମ୍ୟାଚ ହାଇଦ୍ରାବାଦ ଓ ପଞ୍ଜାଵ କିଙ୍ଗସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ହାଇଦ୍ରାବାଦ ଭୁବନେଶ୍ୱର କୁମାର ଓ ଉମରାଲ ମଲିକଙ୍କ ଧୂଆଁଧାର ବ୍ୟାଟିଙ୍ଗ ଦ୍ଵାରା ପଞ୍ଜାଵକୁ ୧୫୧ ରନରେ ଅଲଆଉଟ କରିଦେଇଥିଲା। ଏହା ପରେ ହାଇଦ୍ରାବାଦ ଲକ୍ଷ୍ୟକୁ ୩ ୱିକେଟ ହରାଇ ହାସଲ କରିନେଇଥିଲା। ଏଡମ ମାର୍କରନ ୪୧ ରନର ନଟ ଆଉଟ ପାରି ଓ ନିକୋଲସ ପୁରନ ୩୫ ରନର ନଟ ଆଉଟ ପାରି ଖେଳିଥିଲେ। ଏହା ସହ ଅଭିଷେଖ ଶର୍ମା ୩୧ ଓ ରାହୁଲ ତ୍ରିପାଠୀ ୩୪ ରନ କରିଥିଲେ।

ଏହା ସହ ହାଇଦ୍ରାବାଦ ଟିମ ଚତ୍ରୁର୍ଥ ସ୍ଥାନକୁ ଆସିଛି ଓ ପଞ୍ଜାଵ ଟିମ ସପ୍ତମ ସ୍ଥାନକୁ ଖସିଯାଇଛି। ଏହା ପୂର୍ବରୁ ଭୁବନେଶ୍ୱର କୁମାର ଓ ଉମରାନ ମଲିକଙ୍କ ଘାତକ ବୋଲିଙ୍ଗ ଦ୍ଵାରା ହାଇଦ୍ରାବାଦ ପଞ୍ଜାଵକୁ ୨୦ ଓଭରରେ ୧୫୧ ରନରେ ଅଲଆଉଟ କରିଦେଇଥିଲା। ପଞ୍ଜାଵ ପାଇଁ ଲିୟମ ଲିଭିଙ୍ଗଷ୍ଟୋନ ସବୁଠୁ ଅଧିକ ୩୩ ବଲରେ ୬୦ ରନ କରିଥିଲେ। ଏଥିରେ ତାଙ୍କର ୫ ଟି ଚୌକା ଓ ୪ ଟି ଛକା ସାମିଲ ଥିଲା। ଏହା ସହ ସାହରୁଖ ଖାନ ୨୮ ବଲରେ ୨୬ ରନ କରିଥିଲେ।
ଲିଭିଙ୍ଗଷ୍ଟୋନ ଓ ସାହରୁଖ ଖାନ ଟିମକୁ ମଝି ଓଭରରେ ସାମ୍ଭାଳିଥିଲେ କିନ୍ତୁ ଟିମ ଶେଷ ଓଭର ମାନଙ୍କରେ ୧୯ ରନରେ ୬ ଟି ୱିକେଟ ହରାଇଦେଇଥିଲା। ମଲିକ ୨୦ ତମ ଓଭର ବୋଲିଙ୍ଗ କରି ମେଡ଼ନ ନେଇଥିଲେ ଓ ସେହି ଓଭରରେ ଚାରିଟି ୱିକେଟ ଗଳିଥିଲା। ମଲିକ ୨୮ ରନ ଦେଇ ଚାରିଟି ଓ ଭୁବନେଶ୍ୱର ୨୨ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ଠିକ ନଥିବାରୁ ଖେଳିନଥିଲେ ଯାହାର କମି ଟିମକୁ ଜଣାପଡିଲା। ଧାୱନ କିଛି ଖାସ କରିପାରିନଥିଲେ। ଆରମ୍ଭ ଭଲ ହୋଇନଥିଲା ଟିମ ୩୩ ରନରେ ଦୁଇଟି ୱିକେଟ ହରାଇଥିଲା।
The #JammuExpress steams ahead. 🚂
A sizzling bouncer gets us our 4️⃣th wicket. 🔥#PBKSvSRH #OrangeArmy #ReadyToRise #TATAIPL pic.twitter.com/l1lgyf4Oeb
— SunRisers Hyderabad (@SunRisers) April 17, 2022
ଲିଭିଙ୍ଗଷ୍ଟୋନ ଏକ ବଡ଼ ପାରି ଖେଳି ଏକାକୀ ଟିମକୁ ୧୫୧ ରନର ସମ୍ମାନ ଜନକ ସ୍କୋର ପର୍ଯ୍ୟନ୍ତ ପହଁଞ୍ଚାଇଥିଲେ। ଟିମ ପାୱାରପ୍ଲେରେ ଦୁଇ ୱିକେଟ ହରାଇ ୪୮ ରନ କରିଥିଲା। ଏହା ପରେ ଜନି ବେୟରଷ୍ଟୋ (୧୨) ଆଉଟ ହୋଇଗଲେ। ଏହା ପରେ ଜିତେସ ଶର୍ମା (୧୧) ରନ କରି ଲଗାତର ଦୁଇଟି ଚୌକା ମାରି ମଲିକଙ୍କ ବଲରେ ଆଉଟ ହୋଇଗଲେ। ଲିଭିଙ୍ଗଷ୍ଟୋନ କିନ୍ତୁ ଆକ୍ରାମକ ଖେଳ ଜାରି ରଖିଥିଲେ ଓ ୨୬ ବଲରେ ନିଜର ଅର୍ଦ୍ଧଶତକ ପୁରା କରିଥିଲେ। ଏହା ପରେ ସାହରୁ ଖାନ ଭଲ ଆରମ୍ଭ କରି ମଧ୍ୟ ଭୁବନେଶ୍ୱର କୁମାରଙ୍କଶିକାର ହୋଇଯାଇଥିଲେ। ଏହାର ଆଗାମୀ ଓଭରରେ ଭୁବନେଶ୍ୱର ଲିଭିଙ୍ଗଷ୍ଟୋନଙ୍କୁ ମଧ୍ୟ ଆଉଟ କରିଦେଇଥିଲେ। ଶେଷ ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେବଳ ଓଡ଼ିୟନ ସ୍ମିଥ (୧୩) ଖାତା ଖୋଲିପାରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।