ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନର ପ୍ରତ୍ୟେକଟି ମ୍ୟାଚ ରୋମାଞ୍ଚକର ହେବାରେ ଲାଗିଛି। କହିରଖିବୁ ଆଇପିଏଲ ୨୦୨୨ରେ ୮ ବଦଳରେ ୧୦ ଟିମ ଖେଳୁଛନ୍ତି। ଏହି ସିଜନରେ ମେଗା ଅକ୍ସନ ମଧ୍ୟ ହୋଇଥିଲା ଯାହା ଦ୍ୱାରା ସବୁ ଟିମର ସମିକରଣ ପୁରା ବଦଳିଯାଇଛି। ଏଥର ଆଇପିଏଲରେ ୬୦ ବଦଳରେ ୭୪ ମ୍ୟାଚ ଖେଳାଯିବ। ଟିମ ମାନଙ୍କୁ ଦୁଇଟି ଗ୍ରୁପରେ ବଣ୍ଟାଯାଇଛି। ପ୍ରତ୍ୟେକ ଟିମ ନିଜ ଗ୍ରୁପର ଅନ୍ୟ ଟିମ ସହ ଦୁଇଟି ଓ ଅନ୍ୟ ଗ୍ରୁପର ଗୋଟେ ଟିମ ସହ ଦୁଇଟି ଓ ବାକି ଟିମ ସହ ଗୋଟେ ଲେଖା ମୋଟ ୧୪ ଟି ମ୍ୟାଚ ଖେଳିବେ।

କହିରଖିବୁ ମେଗା ଅକ୍ସନ ପୂର୍ବରୁ ଦୁଇ ନୂଆ ଟିମ ଲକ୍ଷନୌ ସୁପର ଜାଏଣ୍ଟସ ଓ ଗୁଜୁରାଟ ଟାଇଟନ୍ସ ସାମିଲ ହୋଇଥିଲେ। ଦୁଇ ଟିମ ଦୁଇ ଯୁବ ଅଧିନାୟକଙ୍କ ସହ ଓହ୍ଲାଇଛି। ଲକ୍ଷନୌର ଅଧିନାୟକ କେ ଏଲ ରାହୁଲ ଓ ଗୁଜୁରାଟର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଅଟନ୍ତି। ରାହୁଲ ପଞ୍ଜାଵ କିଙ୍ଗସ ଓ ହାର୍ଦିକ ମୁମ୍ବାଇରୁ ବାହାରିବା ପରେ ଦୁଇ ନୂଆ ଟିମ ତାଙ୍କୁ ଅକ୍ସନ ପୂର୍ବରୁ ରିଟେନ କରି ଅଧିନାୟକ କରିଥିଲେ। IPL ୨୦୨୨ ଆରମ୍ଭ ପୂର୍ବରୁ କେହି ପ୍ରାୟ ଭାବିନଥିଲେ କି ଏହି ଦୁଇ ଯୁବ ଖେଳାଳିରେ ଭରପୁର ଟିମ ଏପରି ସୁନ୍ଦର ଆରମ୍ଭ କରିବ ବୋଲି।
ଦୁଇ ଟିମ ଆଇପିଏଲର ଏହି ସିଜନରେ ସୁନ୍ଦର ପ୍ରଦର୍ଶନ ଜାରିରଖିଛନ୍ତି। ଯାହା ଦ୍ୱାରା ବାକି ଟିମଙ୍କ ପାଇଁ ସତର୍କ ସୂଚନା ହୋଇଯାଇଛି। ଦୁଇ ଟିମର ପ୍ରଦର୍ଶନ କଥା କହିବାତ ଗୁଜୁରାଟ ଟିମ ଏବେ ତିନୋଟିରୁ ତିନୋଟି ଯାକ ମ୍ୟାଚ ଜିତି ୬ ଅଙ୍କ ଓ +୦.୩୪୯ ରନରେଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅନ୍ୟ ନୂତନ ଟିମ ଲକ୍ଷନୌ ଏବେ ପର୍ଯ୍ୟନ୍ତ ୪ ଟି ମ୍ୟାଚରୁ ତିନୋଟି ଜିତି ୬ ଅଙ୍କ ଓ +୦.୨୫୬ ରନରେଟସହ ଚତ୍ରୁର୍ଥ ସ୍ଥାନରେ ଅଛି। ଲକ୍ଷନଉ ଯେଉଁ ଗୋଟେ ମ୍ୟାଚ ହାରିଛି ତାହା ଗୁଜୁରାଟ ବିରୁଦ୍ଧରେ ହିଁ ଥିଲା। ଏବେ ବାକି ଟିମଙ୍କ ପାଇଁ ଏହି ଦୁଇ ନୂଆ ଟିମଙ୍କୁ ହରାଇବା କଷ୍ଟକର ହୋଇଯାଇଛି। ଦୁଇ ଟିମର ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

ଏବେ ପଏଣ୍ଟସ୍ ଟେବୁଲ କଥା କହିବା ତ କେକେଆର ପ୍ରଥମ, ଗୁଜୁରାଟ ଦ୍ୱିତୀୟ, ଆରସିବି ତୃତୀୟ ,ଲକ୍ଷନୌ ଚତ୍ରୁର୍ଥ,ରାଜସ୍ଥାନ ପଞ୍ଚମ, ପଞ୍ଜାଵ ଷଷ୍ଠ, ଦିଲ୍ଲୀ ସପ୍ତମ, ହାଇଦ୍ରାବାଦ, ଅଷ୍ଟମ, ମୁମ୍ବାଇ ନବମ ଓ ଚେନ୍ନାଇ ଶେଷ ସ୍ଥାନର୍ଡ ଅଛି। ମୁମ୍ବାଇ ଓ ଚେନ୍ନାଇ ଏବେ ପର୍ଯ୍ୟନ୍ତ ଗୋଟେ ଗୋଟେ ମ୍ୟାଚ ମଧ୍ୟ ଜିତିପାରିନାହାଁନ୍ତି। ଦୁଇ ଚମ୍ପିୟାନ ଟିମ ନିଜର ଆରମ୍ଭ ୪-୪ ମ୍ୟାଚ ହାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।