ବ୍ୟୁରୋ ରିପୋର୍ଟ: ମହାନତମ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଗୁଜୁରାଟ ଟାଇଟନ୍ସ ବିରୁଦ୍ଧରେ ୫ ଟି ୱିକେଟ ନେଇଥିବା ବୋଲର ଉମରାନ ମଲ୍ଲିକଙ୍କୁ ଇଂଲଣ୍ଡ ଗ୍ରସ୍ତରେ ଯିବାକୁ ଥିବା ଭାରତୀୟ ଟିମରେ ସାମିଲ କରାଯିବା କଥା ବୋଲି କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଆଇପିଏଲ ୨୦୨୨ ରେ ଖେଳୁଥିବା ଜାମ୍ମୁ କାଶ୍ମୀରର ଏହି ୨୨ ବର୍ଷିୟ ଯୁବ ପେସର ବୁଧବାର ରାତିରେ ଗୁଜୁରାଟ ଟାଇଟନ୍ସ ବିରୁଦ୍ଧରେ ୨୫ ରନ ଦେଇ ୫ ଟି ୱିକେଟ ନେଇଥିଲେ। ତାଙ୍କର ଏହି ସୁନ୍ଦର ପ୍ରଦର୍ଶନ ପରେ ମଧ୍ୟ ହାଇଦ୍ରାବାଦ ଏହି ମ୍ୟାଚ ଜିତି ପାରିନଥିଲା କାରଣ ରାଶିଦ ଖାନ ୧୧ ବଲରେ ୩୧ ଓ ରାହୁଲ ତେବଟିୟା ୨୧ ବଲରେ ୪୦ ରନର ପାରି ଖେଳି ଶେଷ ଚାରି ଓଭରରେ ୫୬ ରନ ମାରି ଶେଷ ବଲରେ ଗୁଜୁରାଟକୁ ବିଜୟ ଦେଇଥିଲେ। ଗୁଜୁରାଟ ଟାଇଟନ୍ସ ଶେଷ ଓଭରରେ ୨୨ ରନ ଚେଜ କରିବାରେ ସଫଳ ରହିଥିଲା।

ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ମ୍ୟାଚ ପରେ କମେଟ୍ରି କରିବା ସମୟରେ କହିଥିଲେ,”ତାଙ୍କ ପାଇଁ ଆଗାମି ଚ୍ୟାଲେଞ୍ଜ ଭାରତୀୟ ଟିମରେ ଜାଗା ପାଇବା ଅଟେ”। ସେ କହିଛନ୍ତି,”ତାଙ୍କୁ ହୁଏତ ଚୂଡାନ୍ତ ଏକାଦଶରେ ମୌକା ମିଳିନପାରେ କାରଣ ଭାରତ ପାଖରେ ମହମ୍ମଦ ସାମୀ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ଉମେଶ ଯାଦବ ଅଛନ୍ତି। ଏଥିପାଇଁ ତାଙ୍କୁ ମୌକା ନମିଳିପାରେ”। ଗାଭାସ୍କର କହିଛନ୍ତି,”କିନ୍ତୁ ସହିତ କେବଳ ଯାତ୍ରା କରିବା ଦ୍ୱାରା ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ସହିତ ଡ୍ରେସିଙ୍ଗ ରୁମରେ ରହିବା ଦ୍ଵାରା ଦେଖିବାକୁ ହେବ ତାଙ୍କ ଉପରେ କଣ ପ୍ରଭାବ ପଡିବ”।
ଉମରାନ ମଲ୍ଲିକ ଏହି ଆଇପିଏଲ ସିଜନରେ ଲଗାତରସବୁ ମ୍ୟାଚରେ ୧୫୦ କିଲୋମିଟର ବେଗରେ ବୋଲିଙ୍ଗ କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ଆଇପିଏଲ ୨୦୨୨ରେ ୮ ଟି ମ୍ୟାଚରେ ୧୫.୯୩ ଔସତରେ ୧୫ ଟି ୱିକେଟ ନେଇଛନ୍ତି। ଭାରତର ଇଂଲଣ୍ଡ ଗ୍ରସ୍ତ ଜୁନରେ ହେବ ଯେଉଁଠି ଭାରତ ସର୍ବପ୍ରଥମେ ୫ ଟି ଟେଷ୍ଟ ମ୍ୟାଚର ବାକିଥିବା ଶେଷ ଟେଷ୍ଟ ଖେଳିବ ଯାହା କୋଭିଡ-୧୯ କାରଣରୁ ପୂର୍ଵ ବର୍ଷ ରଦ୍ଦ କରିଦିଆଯାଇଥିଲା। ଏହା ପରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଓ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ମଧ୍ୟ ଖେଳିବାର ଅଛି। ଭାରତୀୟ ଟିମ ବ୍ରିଟେନ ଗ୍ରସ୍ତର ଆରମ୍ଭ ୨୬ ଜୁନରୁ ଡ଼ବଲିନରୁ ଆୟରଲାଣ୍ଡ ବିରୁଦ୍ଧରେ ଦୁଇଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରୁ କରିବାର ଅଛି।
Umran Malik with his 8th consecutive fastest delivery award. Tonight he clocked 152.8kmph. pic.twitter.com/iuQsg9oMLh
— Mufaddal Vohra (@mufaddal_vohra) April 27, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।