ଯଶପ୍ରୀତ ବୁମରାଙ୍କ ରେକର୍ଡ ଭାଙ୍ଗିଲେ ଯୁବ ବୋଲର ଉମରାନ ମଲ୍ଲିକ! ହାସଲ କଲେ ଏହି ବଡ଼ ରେକର୍ଡ

ବ୍ୟୁରୋ ରିପୋର୍ଟ: ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୨ର ୬୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ହରାଇ ପ୍ଲେ ଅଫରେ ପହଁଚିବାର ଆଶାକୁ ବଜାଇରଖିଛି। ଏହି ବିଜୟ ପରେ ହାଇଦ୍ରାବାଦର ୧୩ମ୍ୟାଚରେ ୧୨ ପଏଣ୍ଟ ହୋଇଯାଇଛି ଓ ସେ ଅଙ୍କ ତାଲିକାରେ ୮ମ ସ୍ଥାନରେ ଅଛି। ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦର ପେସର ଉମରାନ ମଲିକ ନିଜ ଗତିର ଧାର ଦେଖାଇଥିଲେ। ସେ ଏହି ମ୍ୟାଚରେ ତିନୋଟି ୱିକେଟ ନେଇଥିଲେ ଓ ସେ ଏହା ସହିତ ଯଶପ୍ରୀତ ବୁମରାଙ୍କ ରେକର୍ଡ ମଧ୍ୟ ଭାଙ୍ଗିଦେଇଛନ୍ତି। ଉମରାନ ଆଇପିଏଲର କୌଣସି ସିଜନରେ ସବୁଠୁ ଅଧିକ ୱିକେଟ ନେଇଥିବା ସବୁଠୁ କମ ବୟସର ଭାରତୀୟ ବୋଲର ହୋଇଛନ୍ତି।

ଏହି ବୋଲର ଆଇପିଏଲ ୨୦୨୨ରେ ନିଜ ୱିକେଟ ସଂଖ୍ୟା ୨୦ ପାର କରିଛନ୍ତି। ସେ ଏହି ସିଜନରେ ସବୁଠୁ ଅଧିକ ୱିକେଟ ନେବା ଲିଷ୍ଟରେ ଚତ୍ରୁର୍ଥ ସ୍ଥାନରେ ଅଛନ୍ତି। ସେ ମୁମ୍ବାଇ ବିରୁଦ୍ଧରେ ମ୍ୟାଚରେ କରବା ମର ମ୍ୟାଚରେ ତିନି ଓଭର ବୋଲିଙ୍ଗ କରି ୨୩ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଏହା ସେ ସେ ଆଇପିଏଲରେ ଏକ ସିଜନରେ ୨୦ ବା ତାଠୁ ଅଧିକ ୱିକେଟ ନେଇଥିବା ସବୁଠୁ କମ ବୟସର ଭାରତୀୟ ବୋଲର ହୋଇଛନ୍ତି।

ଉମରାନ ୨୨ବର୍ଷ ବୟସରେ କଲେ ଏହି କାରନାମା:

ଏହା ପୂର୍ଵରୁ ଏହି ରେକର୍ଡ ମୁମ୍ବାଇର ବୋଲର ଯଶପ୍ରୀତ ବୁମରାଙ୍କ ନାମରେ ଥିଲା। ସେ ବର୍ଷ ୨୦୧୭ରେ ଏହି ରେକର୍ଡ କରିଥିଲେ। ଉମରାନ ଆଇପିଏଲର ଏହି ସିଜନରେ ୨୦ ବା ତାଠୁ ଅଧିକ ୱିକେଟ ନେବା ମାମଲାରେ କାଗିସୋ ରବାଡ଼ାଙ୍କ ପରେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ରବାଡ଼ା ୧୩ ମ୍ୟାଚରେ ୨୨ ୱିକେଟ ନେଇଛନ୍ତି। ଉମରାନ ୨୨ ବର୍ଷ ୧୭୬ ଦିନରେ ଆଇପିଏଲର ଏକ ସିଜନରେ ୨୦ ୱିକେଟ ଛୁଇଁଛନ୍ତି। ଏହା ପୂର୍ବରୁ ବୁମରା ବର୍ଷ ୨୦୧୭ରେ ୨୩ ବର୍ଷ ୧୬୫ ଦିନରେ ଏହି ରେକର୍ଡ କରିଥିଲେ।

 

ଆରପି ସିଂହ ତୃତୀୟ ନମ୍ବରକୁ ଖସିଲେ:

ଏହି ଲିଷ୍ଟରେ ତୃତୀୟ ନମ୍ବରରେ ପୂର୍ଵ ଭାରତୀୟ ପ୍ରେସର ଆରପି ସିଂହ ଅଛନ୍ତି। ସେ ଆଇପିଏଲ ୨୦୦୯ରେ ୨୩ ବର୍ଷ ୧୬୬ ଦିନରେ ଏହି ଉପଲବ୍ଧି ହାସଲ କରିଥିଲେ। ଯେବେକି ପୂର୍ଵ ସ୍ପିନର ପ୍ରଜ୍ଞାନ ଓଝା ୨୦୧୦ରେ ୨୩ ବର୍ଷ ୨୨୫ ଦିନରେ ଆଇପିଏଲର ଗୋଟେ ସିଜନରେ ୨୦ ୱିକେଟ ନେଇଥିଲେ। ଉମରାନ ନିଜ ଗତି ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ମୁମ୍ବାଇ ବିରୁଦ୍ଧରେ ଟିମକୁ ସଫଳତା ଦେଇଥିଲେ ଯେବେ ରୋହିତ ଓ ଇସାନ କିସନଙ୍କ ଯୋଡି ୯୫ ରନ ଯୋଡିଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *