ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ କିଛି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଛନ୍ତି ଓ ଆଉ କିଛି ବ୍ୟାଟ୍ସମ୍ୟାନ ଅସଫଳ ରହିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ବ୍ୟାଟ୍ସମ୍ୟାନ ନିଜ ଫର୍ମ ହାସଲ କରିପାରିନାହାଁନ୍ତି କିନ୍ତୁ ଆଇପିଏଲ ୨୦୨୨ରେ ୱିକେଟ କିପର ବ୍ୟାଟ୍ସମ୍ୟାନ ମାନେ ଭଲ ପ୍ରଦର୍ଶନ କରିଛନ୍ତି। ଅରେଞ୍ଜ କ୍ୟାପରେ ପ୍ରଥମ ଦୁଇ ନମ୍ବରରେ ମଧ୍ୟ ୱିକେଟ କିପର(ବଟଲର, ରାହୁଲ) ଅଛନ୍ତି। ଆସନ୍ତୁ ଆଇପିଏଲ ୨୦୨୨ରେ ୱିକେଟ କିପରଙ୍କ ଭଲ ପ୍ରଦର୍ଶନ ବିଷୟରେ ଜାଣିବା।

ଜୋସ ବଟଲର: ଇଂଲଣ୍ଡର ୱିକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଆଇପିଏଲ ୨୦୨୨ରେ ରାଜସ୍ଥାନ ଟିମ ପଟୁ ଖେଳୁଛନ୍ତି। ଆଇପିଏଲ ୨୦୨୨ରେ ବଟଲର ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବଟଲର ଏବେ ପର୍ଯ୍ୟନ୍ତ ଆଇପିଏଲ ୨୦୨୨ରେ ୩୭୫ ରନ ସହ ଅରେଞ୍ଜ କ୍ୟାପ ନିଜ ନାମରେ କରିଛନ୍ତି। ଏଥିରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ଅଛି।
କେ ଏଲ ରାହୁଲ: LSGର କିପର ଅଧିନାୟକ କେଏଲ ରାହୁଲ ମଧ୍ୟ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ୱିକେଟ କିପର ଭୂମିକାରେ ନାହାଁନ୍ତି କିନ୍ତୁ ଆଗରୁ ଏହି ଦାୟୀତ୍ୱରେ ଥିଲେ। ସେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୭ ଟି ମ୍ୟାଚରେ ୨୬୫ ରନ କରିଛନ୍ତି ଯେଉଁଥିରେ ଏକ ଶତକ ଓ ଏକ ଅର୍ଦ୍ଧଶତକ ମାରିଥିଲେ।

କ୍ୱିଣ୍ଟନ ଡିକକ: LSG ର ୱିକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଛନ୍ତି।ସେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୭ ଟି ମ୍ୟାଚରେ ୨୧୫ ରନ କରିଛନ୍ତି ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ଅଛି। ଏହା ଦ୍ଵାରା ଲକ୍ଷନଉ ସୁପର ଜାଏଣ୍ଟସ ଟପ ୪ ରେ ଅଛି।
ଦିନେସ କାର୍ତ୍ତିକ: ଆଇପିଏଲ ୨୦୨୨ରେ ଯଦି କୌଣସି ବ୍ୟାଟ୍ସମ୍ୟାନ ସବୁଠୁ ଅଧିକ ପ୍ରଭାବିଛି ସେ ହେଉଛନ୍ତି ଆରସିବିର ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେସ କାର୍ତ୍ତିକ। ସେ ଆରସିବିକୁ ୨-୩ ମ୍ୟାଚ ଏକାକୀ ଜିତାଇଛନ୍ତି। ସେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୭ ମ୍ୟାଚରେ ୨୧୦ ରନ କରିଛନ୍ତି।

ରବିନ ଉଥାପା-: ଆଇପିଏଲ ୨୦୨୨ରେ ସିଏସକର ପ୍ରଦର୍ଶନ ଭଲ ରହିନାହିଁ କିନ୍ତୁ ଉଥାପା ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ସେ ଆଇପିଏଲ ୨୦୨୨ରେ ୬ ଟି ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ସହ ୧୯୭ ରନ କରିଛନ୍ତି। ସେ ଏବେ ୱିକେଟକିପିଙ୍ଗ କରୁନାହାଁନ୍ତି କିନ୍ତୁ ଆଗରୁ କରୁଥିଲେ।
ଇସାନ କିସନ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି କିନ୍ତୁ ୱିକେଟ କିପର ବ୍ୟାଟ୍ସମ୍ୟାନ ଇସାନ କିସନ ଭଲ ପ୍ରଦର୍ଶନ କରିଛନ୍ତି। ସେ ୬ ଟି ମ୍ୟାଚରେ ୧୯୧ ରନ କରିଛନ୍ତି।

ସଞ୍ଜୁ ସାମସନ: ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରିଛନ୍ତି। ସଞ୍ଜୁ ମଧ୍ୟ ଏହି ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏହି ଆଇପିଏଲ ୨୦୨୨ରେ ୧୫୫ ରନ କରିଛନ୍ତି ଯେଉଁଥିରେ ଗୋଟେ ଅର୍ଦ୍ଧଶତକ ସାମିଲ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।