IPL 2022 ର ଫାଇନାଲ ମ୍ୟାଚ ଗୁଜରାଟ ସହ ରାଜସ୍ଥାନର ଖେଳା ଯାଉଛି। ଏହି ମ୍ୟାଚରେ ଆଗ ବ୍ୟାଟିଂ କରୁଛି ରାଜସ୍ଥାନ। ନ୍ୟୁଜ ଲେଖା ହେବା ସମୟରେ ଜୋସ ବଟଲର ୩୫ ବଲରେ ୩୯ କରି ଆଉଟ ହୋଇଯାଇଛନ୍ତି । ରାଜସ୍ଥାନ ୭୯ ର ବନାଇଛି ୧୨.୧ ଓଭରରେ ଏବଂ ୪ଟି ୱିକେଟ ହରାଇଛି।

ରାଜସ୍ଥାନ ପକ୍ଷରୁ ୟସସ୍ୱି ଜୟସୱାଲ ୧୬ ବଲରେ ୨୨ କରି ଆଉଟ ହୋଇଥିଲେ। ସେ ଗୋଟିଏ ଚୌକା ଓ ୨ଟି ଛକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୩୭.୫ ଥିଲା। ଜୋସB ବଟଲର ୩୫ ବଲରେ ୩୯ କରି ଆଉଟ ହୋଇଯାଇଛନ୍ତି। ସେ ୫ଟି ଚୌକା ଲଗାଇଥିଲେ। ବଟଲରଙ୍କ ଷ୍ଟ୍ରାଇକ ରେଟ ୧୧୧.୪୩ ଥିଲା। ସଂଜୁ ସାମସନ ୧୧ ବଲରେ ୧୪ କରି ଆଉଟ ହୋଇଥିଲେ। ସେ ୨ଟି ଚୌକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୨୭.୨୭ ଥିଲା। ଦେବଦତ ପାଡ଼ିକଲ ୧୦ ବଲରେ ୨ କରି ଆଉଟ ହୋଇଥିଲେ। ତାଙ୍କର ଷ୍ଟ୍ରାଇଲ ରେଟ ୨୦ ଥିଲା।
ଗୁଜରାଟର ବୋଲର ସୁନ୍ଦର ବୋଲିଂ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଥିବା ବେଳେ ଦୟାଲ ଓ ରାଶିଦ ଗୋଟିଏ ଲେଖାଏଁ ୱିକେଟ ପାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।