ମହିଳା ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହି ମ୍ୟାଚକୁ ସୁପରନୋଭା ୪ ରନରେ ଜିତି ନେଇଛି। ଏହି ମ୍ୟାଚଟି ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ପୁନେର ସୁପରନୋଭା ବନାମ ଭେଲୋସିଟି ମଧ୍ୟରେ ଖେଳା ଯାଇଥିଲା। ଭେଲୋସିଟି ଦଳର କ୍ୟାପ୍ଟେନ ଦୀପ୍ତି ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇ ସୁପରନୋଭା ଦଳର ଓପନର ପ୍ରିୟା ପୁନିୟା ଏବଂ ଡଟିନ ଓପନି ଙ୍ଗ ଆରମ୍ଭ କରିଥିଲେ। ଉଭୟ ନିଜ ଉତ୍ତମ ପ୍ରଦର୍ଶନ କରି ଓପନିଙ୍ଗ ପାର୍ଟନର୍ସିପ୍ପରେ ୭୩ ରନ କରିଥିଲେ। ଏହାପରେ ପ୍ରିୟ ପୁନିୟା ଦୁଇଟି ଚୌକା ସହିତ ୨୯ ବଲରେ ୨୮ ରନ କରି କ୍ୟାଚ ଆଉଟ ହୋଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲ କ୍ୟାପ୍ଟେନ ହରମନପ୍ରୀତ କୌର। ସେ ଡଟିନଙ୍କ ସହିତ ମିଶି ଦ୍ଵିତୀୟ ଉଇକେଟ ଯୋଡ଼ିରେ ୫୮ ରନ ସଂଗ୍ରହ କରିଥିଲେ। ସେହି ସମୟରେ ଡଟିନ ୪୪ ବଲରେ ୬୨ ରନ କରି ଦୀପ୍ତି ଶର୍ମାଙ୍କ ବଲରେ ଆଉଟ ହୋଇଥିଲେ। ତାଙ୍କର ଏହି ଅର୍ଧଶତକୀୟ ଇନିଂସରେ ଗୋଟିଏ ଚୌକା ସହିତ ୪ ଟି ଛକା ସମିଲ ଥିଲା। ଦଳୀୟ ସ୍କୋର ୧୪୪ ଥିବା ବେଳେ ନୂତନ ବ୍ୟାଟ୍ସମ୍ୟାନ ଭାବରେ ବ୍ୟାଟିଂ କରିବାକୁ ଆସିଥିବା ପୂଜା ବସ୍ତ୍ରକାର୍ ମାତ୍ର ୫ ରନ କରୁ ଆଉଟ ହୋଇଥିଲେ। ଏହା ପରେ କ୍ରମାଗତ ଭାବରେ ୱିକେଟ ପଡି ଚାଲିଥିଲା।
ହରମନପ୍ରୀତ କୌର ୩ ଛକା ଏବଂ ଗୋଟିଏ ଚୌକା ସହିତ ୨୯ ବଲରେ ୪୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ତାଙ୍କ ପରେ ଇକଲେଷ୍ଟୋନ ୩ ବଲରେ ୨ ରନ , ସନ ଲୁସ ୪ ବଲରେ ୩ ରନ , ହରଲିନ ଦେୱଲ ମାତ୍ର ୭ ରନ କରି ପାରିଥିଲେ। ଯାହାଦ୍ୱାରା ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୫ ରନ କରିଥିଲା। ଭେଲୋସିଟି ପକ୍ଷରୁ କାଟେ କ୍ରସ, ଦୀପ୍ତି ଶର୍ମା, ଏବଂ ସିମରନ ବାହାଦୂର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

ଏହାର ଜଵାବରେ ଭେଲୋସିଟି ଦଳର ଦୁଇ ଓପନର ସେଫଳି ବର୍ମା ଏବଂ ୟସ୍ତିକା ଭାଟିଆ ଓପନିଙ୍ଗ କରିଥିଲେ। ମାତ୍ର ସେଫଳି ବର୍ମା ୮ ବଲରେ ୧୫ ରନ ଏବଂ ୟସ୍ତିକା ଭାଟିଆ ୯ ବଲରେ ୧୩ ରନ କରି ଜଲ୍ଦି ଆଉଟ ହୋଇ ଯାଇଥିଲେ। ଏହାପରେ କ୍ରମାଗତ ଭାବେ କିରଣ ନାଭିଗ୍ରେ ୧୩ ବଲରେ ଶୂନ୍ୟ , ନାଥକାନ ଚନଥାମ ୧୩ ବଲରେ ମାତ୍ର ୬ ରନ ଏବଂ ଦୀପ୍ତି ଶର୍ମା ୫ ବଲରେ ୨ ରନ କରି ଆଉଟ ହୋଇଥଲେ। ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟି ଦଳ ୬୪ ରନରେ ୫ ଟି ୱିକେଟ ହରାଇ ସାରିଥିଲା।
ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ନେହା ରାଣା ୧୫ ବଲରେ ୧୫ ରନ, କାଟେ କ୍ରସ ୭ ବଲରେ ୧୩ ରନ ଏବଂ ସିମରନ ବାହାଦୂର ଦଳକୁ ଜିତାଇବା ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରି ନଥିଲା।

ଲଉରା ଓଲଭରଡ଼ଟ ୫ ଟି ଚୌକା ଏବଂ ୩ ଟି ଛକା ସହିତ ୪୦ ବଲରେ ୬୫ ରନର ଏକ ଧୁଆଁଧାର ଇନିଂସ ଖେଳି ଥିଲେ ମଧ୍ୟ ନିଜ ଦଳକୁ ଜିତାଇ ପାରି ନଥିଲେ। ଏହା ଫଳରେ ଫାଇନାଲ ମ୍ୟାଚକୁ ସୁପରନୋଭା ୪ ରନରେ ଜିତି ନେଇଥିଲା। ସୁପରନୋଭା ତରଫରୁ ଆଲାନ କିଙ୍ଗ ୩ ଟି ୱିକେଟ ନେଇଥିଲେ। ସୁପରନୋଭା ବ୍ୟାଟ୍ସମ୍ୟାନ ଡଟିନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ମଧ୍ୟ ଘୋଷଣା କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।