ବ୍ୟୁରୋ ରିପୋର୍ଟ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜ ଆଇପିଏଲ ଲିଗର ଆରମ୍ଭ ଏପ୍ରିଲ ୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଵିପକ୍ଷରେ କରିବା ପାଇଁ ଯାଉଛି। ଦଳରେ ଫାଫ୍ ଡୁ ପ୍ଲେସିସ୍ ଙ୍କ ଅଧିନାୟକତ୍ୱ ଜବରଦସ୍ତ ନଜର ଆସୁଥିବା ବେଳେ ଗ୍ଲେନ ମାକ୍ସୱେଲ୍, ମଇକେଲ ବ୍ରେସୱେଲ ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ଅଭ୍ୟାସ ମ୍ୟାଚରେ ଗ୍ଲେନ ମାକ୍ସୱେଲ୍ ଜବରଦସ୍ତ ପାରି ଖେଳିଥିବା ବେଳେ ବ୍ରେସୱେଲ୍ ଏକ ଜବରଦସ୍ତ ଶତକ ଲଗାଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜର ପ୍ରଥମ ମ୍ୟାଚ ଆଗାମୀ ଏପ୍ରିଲ ୨ ତାରିଖରେ ନିଜ ଘରୋଇ ଷ୍ଟାଡିୟମ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହାର ପ୍ରଥମ ମ୍ୟାଚ ଖେଳିବାର ଅଛି। ଏହି ମ୍ୟାଚ ସନ୍ଧ୍ୟାରେ ୭ ଟା ବେଳେ ଖେଳାଯିବାର ଅଛି। ପୂର୍ବ ବର୍ଷ ପ୍ଲେଅଫରେ ପହଂଚି ଥିବା ଆରସିବି ଏବଂ ୫ ଥର ଆଇପିଏଲ ଚମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ବହୁତ ରୋମାଂଚକର ହେବାକୁ ଯାଉଛି।
ଆରସିବି ଦଳ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଏହି ଅଭ୍ୟାସ ମ୍ୟାଚ ଖେଳିଥିଲା। ଯଦିଓ କୋହଲି ଦଳରେ ଯୋଗ ଦେଇ ସାରିଛନ୍ତି, କିନ୍ତୁ ସେ ଅଭ୍ୟାସ ମ୍ୟାଚ ଖେଳି ନଥିଲେ। ଦୁଇ ଜଣ ଅଧିନାୟକ ଭାବରେ ସୂୟସ ଏବଂ ଫାଫ୍ ଡୁ ପ୍ଲେସିସ ବଛା ଯାଇଥିଲେ। ସୂୟାସଙ୍କ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୧୭ ରନ କରିଥିବା ବେଳେ ଦଳ ପକ୍ଷରୁ ମହିପାଲ ଲୋମରୋର ୨୭ ବଲରେ ୪୮ ରନ କରିଥିଲେ। ଗ୍ଲେନ ମାକ୍ସୱେଲ ୪୬ ବଲରେ ୭୮ ରନର ଏକ ଜବରଦସ୍ତ ପାରି ଖେଳିଥିଲେ।
ଏହାର ଜବାବରେ ଡୁ ପ୍ଲେସିସଙ୍କ ଦଳ ୨୦ ଓଭରରେ ୨୧୫ ରନ ହିଁ କରି ପାରିଥିଲେ। ମାଇକେଲ ବ୍ରେସୱେଲ ୫୫ ବଲରେ ୧୦୫ ରନର ଏକ ଜବରଦସ୍ତ ପାରି ଖେଳିଥିଲେ ମଧ୍ୟ ବୋଲିଂରେ କିଛି କମାଲ ଦେଖାଇ ପାରି ନଥିଲେ। ନିଜେ ଅଧିନାୟକ ଫାଫ୍ ଡୁ ପ୍ଲେସିସ ୩୫ ବଲରେ ୪୭ ରନ କରିଥିଲେ।