ବ୍ୟୁରୋ ରିପୋର୍ଟ: ଇସାନ କିସାନ ଆଇପିଏଲ ୨୦୨୨ରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏବେ ତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ମୁମ୍ବାଇ ଇଣ୍ଡିଆନ୍ସ ମେଗା ଅକ୍ସନରେ ଇସାନ କିସନଙ୍କୁ ୧୫.୨୫ କୋଟିରେ କିଣିଥିଲେ। ଇସାନ ଆଇପିଏଲ ୨୦୨୨ର ଆରମ୍ଭ ଭଲ ଭାବରେ କରିଥିଲେ କିନ୍ତୁ ନିଜ ଲୟ ରଖିପାରିନଥିଲେ। ଇସାନ ମୁମ୍ବାଇର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ୮୧ ରନର ପାରି ଖେଳିଥିଲେ।

ଏହା ପରେ ଦ୍ୱିତୀୟ ମ୍ୟାଚରେ ଇସାନ ରାଜସ୍ଥାନ ବିରୁଦ୍ଧରେ ୫୪ ରନ କରିଥିଲେ। ଏହା ପରେ ସେ କୌଣସି ମ୍ୟାଚରେ ୨୬ ରୁ ଅଧିକ ରନ କରିପାରିନାହାଁନ୍ତି। ତାଙ୍କ ନିରାଶା ଲକ୍ଷନଉ ବିରୁଦ୍ଧରେ ମ୍ୟାଚରେ ସଫା ସଫା ଦେଖାଯାଇଛି।ସେହି ମ୍ୟାଚରେ ମୁମ୍ବାଇକୁ ଜିତିବା ପାଇଁ ୨୦୦ ରନର ଆବଶ୍ୟକତା ଥିଲା କିନ୍ତୁ ମୁମ୍ବାଇ ନିଜ ଓପନର ଇସାନ କିସନ ଓ ରୋହତ ଶର୍ମାଙ୍କ ୱିକେଟ ଜଲ୍ଦି ହରାଇଦେଇଥିଲା।
ବାଉଣ୍ଡରି ଉପରେ ଶସ୍ତାରେ ଆଉଟ ହେବାର ରାଗ ଦେଖାଇଲେ:
ସେହି ସମୟରେ ଇସାନଙ୍କ ଠୁ ବଡ଼ ପାରିର ଆଶା କରାଯାଉଥିଲା। କିନ୍ତୁ ସେ ୧୭ ବଲରେ ମାତ୍ର ୧୩ ରନ କରି ୭ ମ ଓଭରରେ ମାର୍କସ ଷ୍ଟୋଇନିକ୍ସଙ୍କ ବଲରେ ଆଉଟ ହୋଇଗଲେ। ପୁଣି ଥରେ ଫ୍ଲପ ହୋଇ ଆଉଟ ହେବା ଦ୍ଵାରା ଏହାର ରାଗ ସେ ଡଗ ଆଉଟ ଯିବା ସମୟରେ ବାଉଣ୍ଡରି ଉପରେ ରାଗ ଦେଖାଇଲେ।
— Diving Slip (@SlipDiving) April 16, 2022
ଇସାନ ବାଉଣ୍ଡରିକୁ ବ୍ୟାଟରେ ପିଟିଦେଇଥିଲେ।ବାଉଣ୍ଡରିରେ ସ୍ପନ୍ସରଙ୍କ ନାମ ଛପାଯାଇଛି। ଇସାନଙ୍କ ଏହି ବ୍ୟବହାର ଆଚାର ସଂହିତାର ଉଲଘଂନରେ ଯାଇପାରେ। ଯଦି ଏପରି ହୁଏ ଏଥିପାଇଁ ତାଙ୍କୁ ଦଣ୍ଡ ମିଳିପାରେ। ଇସାନଙ୍କ ଉପରେ ଜୋରିମାନା ଲଗାଯାଇପାରେ। ସେ ୬ ଟି ପାରିରେ ୩୮.୨୦ ଔସତରେ ୧୯୧ ରନ କରିଛନ୍ତି। ତାଙ୍କ ଷ୍ଟାଇକରେଟ ୧୧୭.୧୭ ର ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।