ଏସିଆ କପରେ ମିଳିନି ଇଶାନ କିଷାନଙ୍କୁ ଜାଗା, କଲେ ଭାବ ବିହ୍ୱଳ ପୋଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ

ଏସିଆ କପ ୨୦୨୨ ର ଆରମ୍ଭ ଅଗଷ୍ଟ ୨୭ ତାରିଖରୁ ହେବାକୁ ଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଦଳ ପାଇଁ ୧୫ ଜଣିଆ ଖେଳାଳି ଘୋଷଣା କରିଦେଇଛି। ଏଥିରେ ଭାରତୀୟ ଯୁବ ୱିକେଟ କିପର ଏବଂ ବ୍ୟାଟ୍ସମ୍ୟାନ୍ ଇଶାନ କିଶାନ ସ୍ଥାନ ପାଇ ନାହାନ୍ତି। ତାଙ୍କ ବ୍ୟତୀତ ୱିକେଟ କିପର ସଂଜୁ ସାମସନ ମଧ୍ୟ ଆଗାମୀ ଟୁର୍ଣ୍ଣାମେଂଟରେ ସ୍ଥାନ ପାଇ ନାହାନ୍ତି।

Google

ଦଳରେ ସ୍ଥାନ ପାଇ ନଥିବା ଦୁଃଖରେ ଇଶାନ କିଶାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପ୍ରେରଣାଦାୟକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦ୍ୱାରା ସେ ଜାହିର କରିଛନ୍ତି ଯେ, ସେ ସିଲେକ୍ସନ ନ ହୋଇ ମଧ୍ୟ ତାଙ୍କ ମନରେ ଦୁଃଖ ନାହିଁ। ତାଙ୍କ ଉପରେ କୌଣସି ନକରାତ୍ମକ ପ୍ରଭାବ ପଡିନାହିଁ। ସେ ପୁଣି ଥରେ ଦଳକୁ ଫେରିବେ।

୨୭ ଅଗଷ୍ଟ ରୁ ୧୧ ତମ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ୟୁଏଇରେ ଖେଳାଯିବାର ଅଛି। ଏହି ଦଳରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ପୂର୍ବରୁ କିଛି ଖେଳାଳି ଦଳରେ ସ୍ଥାନ ପାଇ ନାହାନ୍ତି। ଇଶାନ ପୂର୍ଵ ଭାରତୀୟ ସିରିଜରେ ଦୁଇଟି ମ୍ୟାଚ ଖେଳିଛନ୍ତି। ନିୟମିତ ଭାବରେ ଖେଳି ନଥିବା କାରଣରୁ ତାଙ୍କୁ ଏହି ଟୁର୍ଣ୍ଣାମେଂଟ ପାଇଁ ଚୟନ କରାଯାଇ ନାହିଁ। ଏଥିରୁ ଜଣା ଯାଉଛି ଯେ ,ଚୟନକର୍ତ୍ତା ତାଙ୍କ ବ୍ୟାଟିଂକୁ ନେଇ ଖୁସି ନଥିବା କାରଣରୁ ସେ ଦଳରେ ସ୍ଥାନ ପାଇ ପାରି ନାହାନ୍ତି।

Google

କିନ୍ତୁ ବର୍ତ୍ତମାନ ୱିକେଟ କିପର ହିସାବରେ ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଛି। ଉପ ଅଧିନାୟକ କେ ଏଲ ରାହୁଲ ମଧ୍ୟ ନିଜ ଇଂଜୁରୀ କାରଣରୁ ଏକ ଦୀର୍ଘ ସମୟ ଧରି ଭାରତୀୟ ଦଳ ଠାରୁ ଦୂରରେ ରହିଛନ୍ତି।ତେବେ ସେ ତାରକା ଏସିଆ କପରେ ଭାରତୀୟ ଦଳକୁ ଫେରିବାକୁ ଯାଉଛନ୍ତି। ଭାରତ ନିଜର ଏସିଆ କପର ଆରମ୍ଭ ପାକିସ୍ତାନ ବିପକ୍ଷରେ ଅଗଷ୍ଟ ୨୮ ତାରିଖରେ କରିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *