ଭାରତୀୟ ଦଳ ବର୍ତ୍ତମାନ ଏସିଆ କପ ଏବଂ ଏହାପରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପର ଦଳକୁ ନେଇ ବ୍ୟସ୍ତ। ରୋହିତ ଶର୍ମାଙ୍କ ଅଧିନୟକତ୍ୱ ଏବଂ କୋଚ ରାହୁଲ ଦ୍ରାବିଡ଼ଙ୍କ ତତ୍ୱାବଧାନରେ ଦଳ ବର୍ତ୍ତମାନ ଏକ ସବୁଠାରୁ ଶକ୍ତିଶାଳୀ ଦଳ ଗଢିବାରେ ଲାଗିଛି।

ସେଥିପାଇଁ ଉଭୟ ବୋଲିଂ ଏବଂ ବ୍ୟାଟିଂ ଦିଗରେ ନୂଆ ଖେଳାଳିଙ୍କ ସୁଯୋଗ ମିଳୁଛି। ତାଙ୍କୁ ନେଇ ଅନେକ ପରୀକ୍ଷା କରାଯାଉଛି। ସେମାନଙ୍କ ପ୍ରଦର୍ଶନ ଦଳ ପାଇଁ କେତେ ସହାୟକ ହେବ ସେ ନେଇ ଅନେକ ଆଲୋଚନା ମଧ୍ୟ କରାଯାଉଛି। ଦଳକୁ ସମ୍ପୂର୍ଣ୍ଣ ରୂପରେ ସନ୍ତୁଳିତ ରଖିବା ଲାଗି ୱେଷ୍ଟ ଇଣ୍ଡିଜ, ଇଂଲଣ୍ଡ , ଆୟର୍ଲ୍ୟାଣ୍ଡ ଏବଂ ଜିମ୍ବାୱେ ଗସ୍ତରେ ଭାରତୀୟ ଦଳର ବ୍ୟାଟିଂ ଅର୍ଡରରେ ବାରମ୍ବାର ପରିବର୍ତ୍ତନ କରାଯାଉଥିଲା। ଅନେକ ନୂଆ ଖେଳାଳିଙ୍କୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଙ୍ଗ ମଧ୍ୟ କରାଯାଉଥିଲା।
ବର୍ତ୍ତମାନ ଏସିଆ କପ ପାଇଁ ଦଳ ଚୟନ ସାରି ଯାଇଥିବା ବେଳେ କେ ଏଲ ରାହୁଲ ଏଥିରେ ସ୍ଥାନ ପାଇଛନ୍ତି। ସେ ଅନେକ ସମୟ ଧରି ଇଂଜୁରୀ କାରଣରୁ ଦଳ ଠାରୁ ଦୁରରେ ରହିଥିଲେ। ତେବେ ସେ ଏସିଆ କପରେ ରୋହିତଙ୍କ ସହିତ ଓପନିଙ୍ଗ କରୁଥିବାର ଦେଖିବାକୁ ମିଳିପାରେ।

କିନ୍ତୁ ଏହି ଏସିଆ କପ ଦଳରେ ଇଶାନ କିଶାନ ସ୍ଥାନ ପାଇ ନାହାନ୍ତି। ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରଜ ପାଇଁ ଯଉଥିବା ସ୍କ୍ୱାର୍ଡରେ ତାଙ୍କୁ ସମିଲ କରାଯାଇଥିଲା। ତାଙ୍କ ପୂର୍ବ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ଏସିଆ କପ ଦଳରେ ତାଙ୍କୁ ସ୍ଥାନ ମିଳି ନଥିଲା।
ଇଶାନ କିଶାନ ଭାରତ ପକ୍ଷରୁ ଟି-ଟ୍ୱେଣ୍ଟିରେ ଖେଳି ୨୦୨୨ ମସିହାରେ ୧୪ ଟି ମ୍ୟାଚରେ ୧୩୦.୩ ଷ୍ଟ୍ରାଇକ ରେଟରେ ୪୩୦ ରନ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ବେଷ୍ଟ ସ୍କୋର ରହିଥିଲା ୮୯ ରନ। ଏଥିରେ ସେ ତିନୋଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଚଳିତ ବର୍ଷରେ ଦିନିକିଆ ସେ ମାତ୍ର ୨ ଟି ମ୍ୟାଚ ଖେଳିଛନ୍ତି ହେଲେ କୌଣସି ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ସେହିପରି ଚଳିତ ବର୍ଷ ତାଙ୍କର ଟି-ଟ୍ୱେଣ୍ଟି ଲିଗ ଟୁର୍ଣ୍ଣାମେଂଟରେ ପ୍ରଦର୍ଶନ ଅତି ଚମତ୍କାର ରହିଛି। ସେ ୧୪ ଟି ମ୍ୟାଚରୁ ତିନୋଟି ଅର୍ଦ୍ଧଶତକ ସହିତ ୪୧୮ ରନ ସଂଗ୍ରହ କରି ସାରିଛନ୍ତି। ତେବେ ଟି-ଟ୍ୱେଣ୍ଟି ଫର୍ମାଟରେ ତାଙ୍କ ପ୍ରଦର୍ଶନ ବହୁତ ଚମତ୍କାର ରହିଛି। ଅନ୍ୟପକ୍ଷରେ ଇଂଜୁରୀରୁ ଫେରିଥିବା କେ ଏଲ ରାହୁଲ ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଅଧିକ ମ୍ୟାଚ ଖେଳି ପାରି ନାହାନ୍ତି।
ତେବେ ସେ ନେଇ ବିସିସିଆଇ ଚୟନ କମିଟି ଚିନ୍ତାରେ। ଇଶାନଙ୍କ ପ୍ରଦର୍ଶନ ଏବଂ ରାହୁଲଙ୍କ ଇଂଜୁରୀ ଓ ତାଙ୍କ ନିରାଶାଜନକ ପ୍ରଦର୍ଶନ ଦେଖିଲେ ଲାଗୁଛି ଯେ, ଚୟନ କମିଟି ଇଶାନଙ୍କ ବିଶ୍ୱକପ ଦଳରେ ସୁଯୋଗ ଦେଇ ପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।