ବ୍ୟୁରୋ ରିପୋର୍ଟ: ଇସାନ କିସାନ ଏହି ଟି-୨୦ ସିରିଜରେ ଏକ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ସିରିଜର ପଞ୍ଚମ ବା ଶେଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ। କିନ୍ତୁ ବର୍ଷା କାରଣରୁ ସେହି ମ୍ୟାଚ ରଦ କରାଗଲା। ମ୍ୟାଚ ରଦ୍ଦ ହେବା ପୂର୍ବରୁ ଭାରତ ୩.୩ ଓଭରରେ ୨୮ ରନରେ ଦୁଇଟି ୱିକେଟ ହରାଇ ଦେଇଥିଲା। ଇସାନ ୭ ବଲରେ ୧୫ ରନ କରିଥିଲେ ଓ ଦୁଇଟି ଛକା ଲଗାଇଥିଲେ। ଏହି ପରି ତାଙ୍କର ଏହି ସିରିଜରେ ୨୦୦ ରନ ପୁରା ହୋଇଛି। ତାଙ୍କ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏହି ସିରିଜରେ ଏହି ସ୍ଥାନରେ ପହଁଚିପାରିନାହିଁ। ସିରିଜ ୨-୨ରେ ବରାବରୀରେ ରହିଲା।

ଇସାନ କିସାନ ଏହି ସିରିଜର ୫ ଟି ମ୍ୟାଚରେ ୪୧ ଔସତରେ ୨୦୬ ରନ କରିଛନ୍ତି। ଏହି ସମୟରେ ସେ ୧୫୦ ଷ୍ଟାଇକରେଟରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ଲଗାଇଛନ୍ତି। ତାଙ୍କ ପୁର୍ବରୁ ତିନିଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଦିପକ୍ଷ ଟି-୨୦ ସିରିଜରେ ୨୦୦ ରନ ପାର କରିଛନ୍ତି। ବିରାଟ କୋହଲି ମାର୍ଚ୍ଚ ୨୦୨୧ରେ ଇଂଲଣ୍ଡ ବିରୁଦ୍ଧରେ ଘରେ ଏହି କାରନାମା କରିଥିଲେ। ସେ ୫ ଟି ପାରିରେ ୧୧୬ ଔସତରେ ୨୩୧ ରନ କରିଥିଲେ। ତିନୋଟି ଅର୍ଦ୍ଧଶତକ ମାରିଥିଲେ ଓ ୮୦ ରନ ତାଙ୍କର ସେହି ସିରିଜରେ ସର୍ବଶ୍ରେଷ୍ଠ ପାରି ଥିଲା।
ରାହୁଲ ଓ ଅୟର ମଧ୍ୟ କରିଛନ୍ତି ଏପରି:
କେଏଲ ରାହୁଲ ଜାନୁଆରୀ ୨୦୨୦ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଏପରି କରିଥିଲେ। ନ୍ୟୁଜିଲାଣ୍ଡ ସହ ତାଙ୍କ ଦେଶରେ ଖେଳାଯାଇଥିବା ୫ ଟି ମ୍ୟାଚ ବିଶିଷ୍ଟ ସିରିଜରେ ରାହୁଲ ୫୬ ଔସତରେ ୨୨୪ ରନ କରିଥିଲେ। ସେବେ ସେ ୨ ଟି ଅର୍ଦ୍ଧଶତକ ଲଗାଇଥିଲେ ଓ ୫୭ ରନର ତାଙ୍କର ସର୍ବଶ୍ରେଷ୍ଠ ପାରି ଥିଲା। ସେହିପରି ଶ୍ରେୟସ ଅୟର ଜାନୁଆରୀ ୨୦୨୨ରେ ଶ୍ରୀଲଙ୍କା ବିରୁଦ୍ଧରେ ଏପରି କରିଥିଲେ। ସେ ୩ ଟି ପାରିରେ ୨୦୪ ରନ କରିଥିଲେ ଓ କୌଣସି ମଧ୍ୟ ପାରିରେ ଆଉଟ ହୋଇନଥିଲେ। ୩ ଟି ଅର୍ଦ୍ଧଶତକ ଲଗାଇଥିଲେ ଓ ୭୦ ରନ ତାଙ୍କର ସର୍ବଶ୍ରେଷ୍ଠ ପାରି ଥିଲା।
Ishan Kishan becomes the first batsman to complete 200 runs in this T20 series.
— Johns. (@CricCrazyJohns) June 19, 2022
ଏହା ଛଡା ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଏକ ଦିପକ୍ଷ ଟି-୨୦ ସିରିଜରେ ୨୦୦ ରନ କରିପାରିନାହଁନ୍ତି। ବିରାଟ କୋହଲି ୨୦୧୬ ରେ ଅଷ୍ଟ୍ରେଲିଆରେ ୩ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧୯୯ ରନ କରିଥିଲେ। ଏହି ସମୟରେ ସେ ତିନୋଟି ଅର୍ଦ୍ଧଶତକ ଲଗାଇଥିଲେ ଓ ୮୦ ରନ ତାଙ୍କର ସର୍ବଶ୍ରେଷ୍ଠ ପାରି ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।