ବ୍ୟୁରୋ ରିପୋର୍ଟ: IPL ୧୫ ତମ ସିଜନ ନୂଆ ଟିମ ଗୁଜୁରାଟ ଟାଇଟନ୍ସ ପାଇଁ ସୁନ୍ଦର ରହିଛି। ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଏହି ଟିମ ଦିଲ୍ଲୀ କ୍ୟାପିଟଲ୍ସକୁ ହରାଇ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି। ଏହା ସହିତ ଗୁଜୁରାଟ ଟିମ ପଏଣ୍ଟ ଟେବୁଲରେ ୪ ଅଙ୍କ ସହିତ ତୃତୀୟ ନମ୍ବରରେ ପହଁଚିଯାଇଛି। ରାଜସ୍ଥାନ, କେକେଆର ଓ ଗୁଜୁରାଟ ତିନୋଟି ଯାକ ଟିମର ୪-୪ ପଏଣ୍ଟ ଅଛି। କିନ୍ତୁ ନେଟ ରନରେଟ ସହିତ ରାଜସ୍ଥାନ ଟିମ ପ୍ରଥମ ନମ୍ବରରେ ଅଛନ୍ତି,କେକେଆର ଦ୍ୱିତୀୟ ଓ ଗୁଜୁରାଟ ତୃତୀୟ ନମ୍ବରରେ ଅଛନ୍ତି।

ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱ ରାଜସ୍ଥାନ ରୟାଲ୍ସର ନେଟ ରନରେଟ ୨.୧୦୦ ଅଟେ,ଶ୍ରେୟସ ଅୟରଙ୍କ ଅଧିନାୟକତ୍ୱ କେକେଆରର ନେଟ ରନରେଟ ୦.୮୪୩ ଅଟେ। ଗୁଜୁରାଟର ନେଟ ରନରେଟ ୦.୪୯୫ ଅଟେ। ଚତ୍ରୁର୍ଥ ନମ୍ବରରେ ଦିଲ୍ଲୀ କ୍ୟାପିଟଲ୍ସ ଅଛି ଯାହାର ଦୁଇଟି ମ୍ୟାଚରେ ଦୁଇ ଅଙ୍କ ଅଛି। ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟଲ୍ସର ରନରେଟ ୦.୦୬୫ ଅଟେ। ଲକ୍ଷନୌ, ଆରସିବି ଓ ପଞ୍ଜାଵ କିଙ୍ଗସର ଦୁଇ ଦୁଇ ମ୍ୟାଚରେ ୨-୨ ଅଙ୍କ ।
ଲକ୍ଷନଉ ସୁପର ଜାଏଣ୍ଟସର ନେଟରନରେଟ -୦.୦୧୧ ସହ ପଞ୍ଚମ, ଆରସିବି -୦.୦୪୮ ସହ ଷଷ୍ଠ, ଯେବେକି ପଞ୍ଜାଵ କିଙ୍ଗସ -୧.୧୮୩ ସହ ସପ୍ତମ ସ୍ଥାନରେ ଅଛି। ସିଏସକେ ଓ ମୁମ୍ବାଇ ଏବେ ପର୍ଯ୍ୟନ୍ତ ଖାତା ଖୋଲିନାହିଁ। ଦୁହେଁ ନିଜ ଆରମ୍ଭ ଦୁଇଟି ମ୍ୟାଚ ହାରିଛନ୍ତି। ସିଏସକେର ରନରେଟ -୦.୫୨୮ ଯେବେକି ମୁମ୍ବାଇର -୧.୦୨୯ସହ ନବମରେ। ହାଇଦ୍ରାବାଦକୁ ପ୍ରଥମ ମ୍ୟାଚରେ ପରାଜୟ ମିଳିଥିଲା।
ଇସାନ କିସନଙ୍କ ପାଖରେ ଅଛି ଅରେଞ୍ଜ କ୍ୟାପ:
ମୁମ୍ବାଇର ବ୍ୟାଟ୍ସମ୍ୟାନ ଇସାନ କିସନଙ୍କ ପାଖରେ ଅରେଞ୍ଜ କ୍ୟାପ ଅଛି। ସେ ଦୁଇଟି ମ୍ୟାଚରେ ୧୩୫ ରନ କରିଛନ୍ତି। ରାଜସ୍ଥାନର ଜୋସ ବଟଲର ମଧ୍ୟ ୧୩୫ ରନ କରିଛନ୍ତି କିନ୍ତୁ ଷ୍ଟାଇକରେଟ ଓ ଔସତରେ ଇସାନ ଆଗରେ ଅଛନ୍ତି। ଦିଲ୍ଲୀ ବିରୁଦ୍ଧରେ ଇସାନ ଅର୍ଦ୍ଧଶତକିୟ ନଟଆଉଟ ପାରି ଖେଳିଥିଲେ। ନିଜର ଦୁଇଟି ଯାକ ମ୍ୟାଚରେ ଇସାନ ଅର୍ଦ୍ଧଶତକ ମାରିଛନ୍ତି। ଆଇପିଏଲର ଏହି ସିଜିନରେ ପ୍ରଥମ ଶତକ ବଟଲର ମାରିଛନ୍ତି।

ଅରେଞ୍ଜ କ୍ୟାପ ଲିଷ୍ଟରେ ଇସାନ ଓ ବଟଲର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ଲିଷ୍ଟରେ ଆନ୍ଦ୍ର ରସଲ ତୃତୀୟ ନମ୍ବରରେ ଅଛନ୍ତି। ସେ ତିନୋଟି ମ୍ୟାଚରେ ୯୫ ରନ କରିଛନ୍ତି। ସେହିପରି ଆରସିବିର ଅଧିନାୟକ ଫାଫ ଡୁ ପ୍ଲେସି ୯୩ ରନ ସହ ଚତ୍ରୁର୍ଥରେ ଅଛନ୍ତି ଓ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ୮୫ ରନ ସହ ଏହି ଲିଷ୍ଟରେ ପଞ୍ଚମ ସ୍ଥାନରେ ଅଛି।
ଉମେଶ ଯାଦବଙ୍କ ପାଖରେ ଅଛି ପର୍ପଲ କ୍ୟାପ:
କେକେଆରର ବୋଲର ଉମେଶ ଯାଦବ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏହି ସିଜନରେ ୩ ଟି ମ୍ୟାଚରେ ୮ ଟି ୱିକେଟ ନେଇଛନ୍ତି। ସେ ପପଲ କ୍ୟାପ ମାମଲାରେ ପ୍ରଥମରେ ଅଛନ୍ତି। ଦ୍ୱିତୀୟ ନମ୍ବରରେ ୟୁଜବେନ୍ଦ୍ର ଚହଲଅଛନ୍ତି। ସେ ଏବେ ପର୍ଯ୍ୟନ୍ତ ଏହି ଆଇପିଏଲରେ ୫ ଟି ୱିକେଟ ନେଇଛନ୍ତି। ମହମ୍ମଦ ସାମୀ, ଟିମ ସାଉଦି ଓ ୱାନିନ୍ଦୁ ହସରଙ୍ଗା ୫-୫ ୱିକେଟ ସହ ତୃତୀୟ, ଚତ୍ରୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।