ଟି-୨୦ ବିଶ୍ୱକପର ୨ ବଡ଼ ଖେଳାଳି ଆଇପିଏଲରେ ହେଲେ ଧରାଶାୟୀ! ଏଥର ଟିମରୁ ହେବେ ବାହାର ନା ମିଳିବ ଚାନ୍ସ?

ବ୍ୟୁରୋ ରିପୋର୍ଟ: ଆଇପିଏଲର ପ୍ରତ୍ୟେକ ସିଜନରେ ଭାରତୀୟ ଟିମକୁ ଯୁବ ଖେଳାଳି ମିଳିଥାନ୍ତି। ଏହି ସିଜନରେ ମଧ୍ୟ କିଛି ଯୁବ ଖେଳାଳି ପ୍ରଭାବିତ କରିଛନ୍ତି।କିନ୍ତୁ ଦୁଇ ମହାନ ଖେଳାଳି ଯିଏକି ପୂର୍ଵ ଟି-୨୦ବିଶ୍ୱକପ ଟିମରେ ଥିଲେ ସେ ଏହି ଆଇପିଏଲ ସିଜନରେ ଅସଫଳ ରହିଛନ୍ତି। ଏବେ ତାଙ୍କୁ ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଟିମରେ ଜାଗା ମିଳିବା କଷ୍ଟକର। ଏଥିରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଇସାନ କିସନ ଓ ଲେଗ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ନାମ ଟପରେ ଅଛି।

Google

ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିବା ଇସାନ କିସନଙ୍କ କାରଣରୁ ହିଁ ପୂର୍ଵ ଟି-୨୦ ବିଶ୍ୱକପ ଟିମରେ ଅନୁଭବୀ ଓପନର ଶିଖର ଧାୱନଙ୍କ ଚୟନ ହୋଇନଥିଲା। କିନ୍ତୁ ଏହି ଆଇପିଏଲ ସିଜନରେ ଇସାନ ଅସଫଳ ରହିଥିବା ବେଳେ ଧାୱନ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ଏହି ଆଇପିଏଲ ସିଜନରେ ଏବେ ପର୍ଯ୍ୟନ୍ତ ଇସାନ ୮ ଟି ମ୍ୟାଚରେ ୨୯ ଔସତରେ ୧୯୯ ରନ କରିଛନ୍ତି ଓ ତାଙ୍କ ଷ୍ଟାଇକରେଟ ୧୦୮ର ରହିଛି। ଯାହାକି ଟି-୨୦ ହିସାବରେ ଭଲ ନୁହେଁ। ସେ ଶେଷ ୬ ଟି ମ୍ୟାଚରୁ ୫ ଟି ମ୍ୟାଚରେ ୨୦ ରନ ପର୍ଯ୍ୟନ୍ତ ମଧ୍ୟ ପହଁଚିନାହାଁନ୍ତି।

ଧାୱନ ୩୦୦+ ରନ କରିଛନ୍ତି:

ଶିଖର ଧାୱନଙ୍କ କଥା କହିବାତ ସେ ଏହି ଆଇପିଏଲ ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏହି ସିଜନରେ ପଞ୍ଜାଵ କିଙ୍ଗସ ଟିମରୁ ଖେଳୁଛନ୍ତି। ସେ ଏହି ଆଇପିଏଲ ସିଜନରେ ୮ ଟି ମ୍ୟାଚରେ ୪୩ ଔସତରେ ୩୦୨ ରନ କରିଛନ୍ତି। ଏଥିରେ ତାଙ୍କର ଦୁଇଟି ଅର୍ଦ୍ଧଶତକ ସାମିଲ ଅଛି ଓ ଷ୍ଟାଇକରେଟ ୧୩୨ର ରହିଛି। ମାନେ ରନ ରେଟ ଓ ଷ୍ଟାଇକରେଟ ଦୁଇଟିରେ ଧାୱନ ଇସାନଙ୍କ ଠୁ ଭଲ କରିଛନ୍ତି। ବରୁଣ ଚକ୍ରବର୍ତ୍ତୀଙ୍କ କଥା କହିବା ତ ସେ ଏହି ସିଜନରେ ଫ୍ଲପ ରହିଛନ୍ତି।

Google

ଆଇପିଏଲର ଏହି ସିଜନରେ ବରୁଣ କେକେଆର ତରଫରୁ ଖେଳି ୮ ମ୍ୟାଚରେ ୬୨ ଔସତରେ ମାତ୍ର ୪ ଟି ୱିକେଟ ନେଇଛନ୍ତି।ତାଙ୍କ ଇକୋନୋମି ୯ ପାଖାପାଖି ଅଛି। ସେ କୌଣସି ମ୍ୟାଚରେ ଦୁଇଟି ୱିକେଟ ନେଇପାରିନାହାଁନ୍ତି। ୟୁଜବେନ୍ଦ୍ର ଚହଲ ପୂର୍ଵ ଟି-୨୦ ବିଶ୍ୱକପ ଟିମରେ ଚୟନ ହୋଇନଥିଲେ କିନ୍ତୁ ଏହି ଆଇପିଏଲ ସିଜନରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ରାଜସ୍ଥାନ ଟିମ ତରଫରୁ ଖେଳି ୮ ମ୍ୟାଚରେ ୧୩ ଔସତରେ ୧୮ ଟି ୱିକେଟ ନେଇଛନ୍ତି। ଏହି ସମୟରେ ତାଙ୍କ ଇକୋନୋମି ୭ ପାଖାପାଖି ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *