ବଡ଼ ଖବର: ଇସାନ୍ତ ଶର୍ମାଙ୍କ ଟେଷ୍ଟ କ୍ୟାରିଅର ହୋଇଗଲା ଶେଷ! କିଏ ନେବ ତାଙ୍କ ଜାଗା? ପଢନ୍ତୁ ପୁରା ଖବର

ଇସାନ୍ତ ଶର୍ମା ୧୦୦ ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି ଓ ୩୦୦ ରୁ ଅଧିକ ୱିକେଟ ଅକ୍ତିଆର କରିସାରିଛନ୍ତି। ଏହା ଛଡା ଅଜିଙ୍କ୍ୟ ରାହାଣେ ଓ ପୂଜାରାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ଅଛି। ରାହାଣେ ଟେଷ୍ଟର ଉପଅଧିନାୟକ ନାହାଁନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ଖେଳାଯିବାର ଅଛି ଓ ଏହି ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହୋଇପାରେ । ଏହି ତିନି ଖେଳାଳି ଭଲ ପ୍ରଦର୍ଶନ କରି ଫେରିବାକୁ ଚାହିଁବେ।

Google

ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ଇସାନ୍ତ ଶର୍ମାଙ୍କ ଫର୍ମ ପୂର୍ଵ କିଛି ସମୟରୁ ଭଲ ରହିନାହିଁ। ତେଣୁ ଏହି ସିରିଜ ତାଙ୍କ ଶେଷ ସିରିଜ ହୋଇପାରେ। ବୋର୍ଡର ଜଣେ ଅଧିକାରୀ କହିଛନ୍ତି,”ରାହାଣେଙ୍କୁ ଉପଅଧିନାୟକ ପଦରୁ ହଟାଇବା ତାଙ୍କ ପାଇଁ ଏକ ଚେତାବନି ଅଟେ। ଟିମର ସିନିଅର ଖେଳାଳି ଯୋଗୁ ତାଙ୍କୁ ଅଧିକ ଯୋଗଦାନ ଦେବାକୁ ହେବ। ଏହି କଥା ପୂଜାରାଙ୍କ ଉପରେ ମଧ୍ୟ ଲାଗୁହେଉଛି। ଯଦିସେ ଭଲ ପ୍ରଦର୍ଶନ କରିବେ ତେବେ ଯାଇ ତାଙ୍କ କ୍ୟାରିଅର ଆଗକୁ ବଢିବ। କିନ୍ତୁ ଏହା ଇସାନ୍ତ ଶର୍ମାଙ୍କ ପାଇଁ ଶେଷ ସିରିଜ ହୋଇପାରେ? ଟିମ ଇଣ୍ଡିଆର ଅନେକ ଯୁବ ବୋଲର ଆସିବା ଯୋଗୁ ଏହା ଇସନ୍ତଙ୍କର ଶେଷ ସିରିଜ ହୋଇପାରେ।

ଇସାନ୍ତ ପୂର୍ଵ ୧୨ ମାସରେ ୮ ଟି ଟେଷ୍ଟରେ ୧୪ ୱିକେଟ ଅକ୍ତିଆର କରିଛନ୍ତି। ଏହା ଛଡା ସେ ଆଘାତ ଦେଇ ମଧ୍ୟ ଗତି କରିଛନ୍ତି। ଟେଷ୍ଟ କଥା କହିବା ତ ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀଙ୍କ ରୂପରେ ଦୁଇ ଭଲ ବୋଲର ଅଛନ୍ତି। ଏହା ଛଡା ମହମ୍ମଦ ସିରାଜ, ସାରଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ, ନବଦୀପ ସୈନି ଲଗାତର ଟିମ ଇଣ୍ଡିଆରେ ଜାଗା ପାଇବା ପାଇଁ ପରିଶ୍ରମ କରୁଛନ୍ତି। ଏହା ଛଡା ଆଇପିଏଲରେ ପୂର୍ଵ ସିଜନରେ ଅତ୍ୟଧିକ ଗତି ଦ୍ଵାରା ସମସ୍ତଙ୍କ ଧ୍ୟାନରେ ଥିବା ଉମରାନ ମଲିକ ମଧ୍ୟ ଏବେ ଲିଷ୍ଟରେ ଅଛନ୍ତି। ସେ ଏବେ ଇଣ୍ଡିଆ ଏ ରେ ଅଛନ୍ତି ଓ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇଛନ୍ତି।

Google

ଘରେ ତିନୋଟି ବୋଲର ଖେଳିବା କଷ୍ଟକର:

ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପରେ ଟିମ ଇଣ୍ଡିଆ ଆଗାମୀ ଟେଷ୍ଟ ସିରିଜ ଫେବୃୟାରୀ-ମାର୍ଚ୍ଚରେ ଘରେ ଖେଳିବ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଘରୋଇ ଟେଷ୍ଟ ସିରିଜରେ ତିନୋଟି ପ୍ରେସ ବୋଲର ଖେଳିବା କଷ୍ଟକର। ଏହା ପରେ ଗରମ ସମୟରେ ଇଂଲଣ୍ଡରେ ଏକ ଟେଷ୍ଟ ମ୍ୟାଚ ଖେଳାଯିବାର ଅଛି। ଏହା ପୂର୍ବରୁ ଅଳ୍ପ ଦିନ ତଳେ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ କୌଣସି ୱିକେଟ ନେଇପାରିନଥିଲେ ଓ ଦ୍ୱିତୀୟ ଟେଷ୍ଟରେ ସେ ଆଘାତ କାରଣରୁ ଖେଳିପାରିନଥିଲେ। ସେ ୧୦୫ ଟେଷ୍ଟ ମ୍ୟାଚରେ ୩୧୧ ୱିକେଟ ଅକ୍ତିଆର କରିଛନ୍ତି। ୭୪ ରନ ଦେଇ ୭ଟି ୱିକେଟ ତାଙ୍କ ବେଷ୍ଟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *