IND vs NZ, 1st Test: ଶ୍ରେୟାସ ଆୟରଙ୍କୁ ମିଳିବ ସୁଯୋଗ, କରିବେ ଡେବ୍ୟୁ, ଏମିତି ରହିବ ସମ୍ଭାବ୍ୟ ଏକାଦଶ

ନ୍ୟୁଜିଲ୍ୟାଣ୍ଡ ସହ ୨୫ ନଭେମ୍ବରରୁ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଛି। ଓପନର କେଏଲ ରାହୁଲ ଆଘାତ କାରଣରୁ ସିରିଜରୁ ବାହାର ହୋଇ ଯାଇଛନ୍ତି। ତାଙ୍କ ଜାଗାରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରେ ସାମିଲ କରାଯାଇଛି। ବିଶ୍ୱଟେଷ୍ଟ ଚମ୍ପିୟାନ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଅଧିନାୟକ ରାହାଣେଙ୍କୁ କିଛି ଖାସ ନିର୍ଣ୍ଣୟ ନେବାକୁ ହେବ। ଏହା ନିଶ୍ଚିନ୍ତକି ଶୁଭମନ ଗିଲ ମୟଙ୍କ ଅଗ୍ରୱାଲଙ୍କ ସହିତ ଓପନିଙ୍ଗ କରିବେ କିନ୍ତୁ ଏହା ଜଣାପଡୁନାହିଁକି ନମ୍ବର ୪ ରେ କିଏ ବ୍ୟାଟିଙ୍ଗ କରିବ? କୋଚ ଦ୍ରାଭିଡ ଓ ଅଧିନାୟକ ରାହାଣେଙ୍କୁ ସୂର୍ଯ୍ୟକୁମାର ଏବଂ ଶ୍ରେୟସ ଅୟରଙ୍କୁ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। କିନ୍ତୁ ମ୍ୟାଚର ଏକ ଦିନ ପୂର୍ବରୁ ଅଧିନାୟକ ରାହାଣେ ଶ୍ରେୟସ ଅୟରଙ୍କୁ ନେଇ ବୟାନ ଦେଇଛନ୍ତି।

Google

ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟ ପାଇଁ ଏହା ବଡ଼ ପ୍ରଶ୍ନକୁ ୪ ନମ୍ବରରେ କିଏ ବ୍ୟାଟିଙ୍ଗ କରିବ। କୋହଲି ଓ ରିଷଭ ପନ୍ତଙ୍କ ଅନୁପସ୍ଥିତରେ ଭାରତର ମଧ୍ୟକ୍ରମ କମଜୋର ଦେଖାଯାଉଛି। ଏହା ସହ ରାହୁଲ ମଧ୍ୟ ଆଘାତ କାରଣରୁ ବାହାର ହୋଇଯାଇଛନ୍ତି। ଏହା ପାଇଁ ଶ୍ରେୟସ ଅୟର ଓ ସୂର୍ଯ୍ୟକୁମାର ଯାଦବ ବିକଳ୍ପ ଅଛନ୍ତି। କିନ୍ତୁ ରାହାଣେ ପ୍ରେସ କନ୍ଫରେନ୍ସରେ ସଫା ସଫା କହିଛନ୍ତିକି ଶ୍ରେୟସ ଡେଭ୍ୟୁ କରିବାକୁ ଯାଉଛନ୍ତି।

ସର୍ଜରି ପରେ ଅଧିକ ରନ କରିପାରି ନାହାନ୍ତି ଶ୍ରେୟସ ଅୟର: ଶ୍ରେୟସ ଅୟର ନିଜ କାନ୍ଦର ସର୍ଜରି ପରେ ରନ କରିବା ପାଇଁ ସଂଘର୍ଷ କରୁଛନ୍ତି। ସେ ଟିମରେ ନିଜ ଦାବି ମଜଭୁତ କରିବା ପାଇଁ ଅଧିକ ରନ କରି ନାହାନ୍ତି। ତାଙ୍କୁ ଇଂଲଣ୍ଡ ବିରୁଦ୍ଧରେ ସିରିଜରେ ବିକଳ୍ପ ରୂପରେ ନିଆଯାଇଥିଲା କିନ୍ତୁ ଖେଳିବର ମୌକା ମିଳିଲା ନାହିଁ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅନେକ ସମୟରୁ ରେଡ ବଲ ମ୍ୟାଚ ଖେଳିନାହାନ୍ତି।

Google

ଶ୍ରେୟସ ଅୟର ବା ସୂର୍ଯ୍ୟକୁମାର ଯାଦବ ? ହୋଇଗଲା ଫଇସଲା: ଘରୋଇ କ୍ରିକେଟରେ ଶ୍ରେୟସ ଅୟର ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ୮୧.୫୪ର ଷ୍ଟାଇକରେଟ ଓ ୫୨.୧୮ ର ଔସତରେ ୪୫୦୦ ରୁ ଅଧିକ ରନ କରିଛନ୍ତି। ଯେଉଁଥିରେ ସେ ୫୪ ମ୍ୟାଚରେ ୧୨ ଶତକ ଓ ୨୩ ଅର୍ଦ୍ଧଶତକ ମାରିଛନ୍ତି। କିନ୍ତୁ ଶ୍ରେୟସ ଅୟର ପୂର୍ଵ ୨୪ ମାସରେ କୌଣସି ରେଡ ବଲ କ୍ରିକେଟ ଖେଳିନାହାନ୍ତି। ଶେଷ ଥର ସେ ୨୦୧୯ରେ ସେ ପ୍ରଥମ ଶ୍ରେଣୀ ମ୍ୟାଚ ଇରାନିକପ ଖେଳିଥିଲେ।ଅନ୍ୟ ପଟେ ସୂର୍ଯ୍ୟକୁମାର ଯାଦବଙ୍କ ପାଖରେ କୌଣସି ବଡ଼ ରେକର୍ଡ ନାହିଁ କିନ୍ତୁ ତାଙ୍କ ବର୍ତ୍ତମାନର ରେକର୍ଡ ବହୁତ ସୁନ୍ଦର ଅଟେ। ଏବେ ଅଧିନାୟକ ରାହାଣେ ଏହା କହିଛନ୍ତିକି ଶ୍ରେୟସ ଅୟର ଡେଭ୍ୟୁ କରିବାକୁ ଯାଇଛନ୍ତି। ତେଣୁ ଅୟର ୪ ନମ୍ବରରେ ବ୍ୟାଟିଙ୍ଗ କରିବାର ସମ୍ଭାବନା ଅଛି।

ବୋଲିଙ୍ଗ ସଂଯୋଜନ ପିଚ ଉପରେ ରହିବ ନିର୍ଭର: ବହୁତ କିଛି ଏହି କଥା ଉପରେ ନିର୍ଭର କରିବକି କାନପୁରର ପିଚ କିପରି ପ୍ରସ୍ତୁତ ହେବ। ଏଠାରେ ଭାରତ ୨୦୧୬ ରେ ଶେଷ ଥର ଗୋଟେ ଟେଷ୍ଟ ମ୍ୟାଚ ଖେଳିଥିଲା ଓ ୨୦୧୭ରେ ଗୋଟେ ଟି-୨୦ ଓ ଗୋଟେ ଏକଦିବସିୟ ଇଣ୍ଟରନେସନାଲ ମ୍ୟାଚ ଖେଳିଛି।

Google

ଏହି ପିଚରେ ପୂର୍ଵ ରେକର୍ଡ ଅନୁସାରେ ଏଠାରେ ସ୍ପିନରଙ୍କୁ ଅଧିକ ସାହାଯ୍ୟ ମିଳିବ। ତେଣୁ ଭାରତ ତିନୋଟି ସ୍ପିନରଙ୍କୁ ଖେଳାଇପାରେ।ରବିଚନ୍ଦ୍ରନ ଅଶ୍ୱିନୀ ଓ ଅକ୍ଷର ପଟେଲ ଦୁଇ ମୁଖ୍ୟ ସ୍ପିନର ଓ ରବିନ୍ଦ୍ର ଜାଡେଜା ଅଲରାଉଣ୍ଡରର ଭୂମିକା ନିଭାଇବେ।

ଇସାନ୍ତ ଶର୍ମା ଓ ମହମ୍ମଦ ସିରାଜ ଖେଳିବା ପ୍ରାୟ ନିଶ୍ଚିତ: ପ୍ରେସ ବୋଲିଙ୍ଗ ପାଇଁ ଭାରତ ପାଖରେ ମହମ୍ମଦ ସିରାଜ ଓ ଇସାନ୍ତ ଶର୍ମା ଅଛନ୍ତି। ମ୍ୟାଚ ଦିନ ଜଣାପଡିବ ରାହାଣେ ତିନୋଟି ପ୍ରେସର ବୋଲର ବା ତିନୋଟି ସ୍ପିନର ବୋଲର ସହିତ ଯିବେ। ଯଦି ତିନୋଟି ସ୍ପିନରଙ୍କ ସହ ଯିବେ ତେବେ ଅକ୍ଷର ପଟେଲ ଖେଳିବେ କିନ୍ତୁ ଯଦି ତିନୋଟି ପ୍ରେସର ଖେଳିବେ ତେବେ ଉମେଶ ଯାଦବ ଖେଳିବେ।

Google

ବ୍ୟାଟିଙ୍ଗରେ ମୟଙ୍କ ଅଗ୍ରୱାଲଙ୍କ ସହିତ ଶୁଭମନ ଗିଲ ଉପନିଙ୍ଗ କରିପାରନ୍ତି। ନମ୍ବର ୩ ରେ ଚେତେଶ୍ୱର ପୂଜାରା, ନମ୍ବର ୪ ରେ ଶ୍ରେୟସ ଅୟର , ନମ୍ବର ୫ ରେ ରାହାଣେ ଓ ନମ୍ବର ୬ ରେ ରିଧିମାନ ସାହା ବ୍ୟାଟିଙ୍ଗ କରିବେ।

ପ୍ରଥମ ଟେଷ୍ଟରେ ଏପରି ହୋଇପାରେ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ: ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଶ୍ରେୟସ ଅୟର, ଅଜିଙ୍କ୍ୟ ରାହାଣେ(ଅଧିନାୟକ), ରିଧିମାନ ଶାହା,ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ମହମ୍ମଦ ସିରାଜ ଓ ଇସାନ୍ତ ଶର୍ମା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *