ଦ୍ୱିତୀୟ ଟେଷ୍ଟରେ କାହିଁକି ମିଳିଲା ନାହିଁ ଶ୍ରେୟାସ ଆୟରଙ୍କୁ ଟିମରେ ଜାଗା? BCCI ପକ୍ଷରୁ କିଛି ଏମିତି ଆସିଲା ବୟାନ, ପଢନ୍ତୁ ପୁରା ଖବର

ଭାରତ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଅଛି ଯେଉଁଠି ତାକୁ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବାର ଅଛି। ପ୍ରଥମ ଟେଷ୍ଟ ୨୬ ଡିସେମ୍ବରରେ ସେଂଚୁରିଆନରେ ଖେଳାଯାଇଥିଲା ଓ ଭାରତ ସେହି ମ୍ୟାଚକୁ ୧୧୩ ରନରେ ଜିତି ଇତିହାସ ରଚିଥିଲା। ଦୁହିଁଙ୍କ ମଧ୍ୟରେ ଆଜିଠୁ ଦ୍ୱିତୀୟ ଟେଷ୍ଟ ଜୋହାନବର୍ଗରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ଆଘାତ ହେବାରୁ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି ଏହା ସହ କୋହଲିଙ୍କ ଜାଗାରେ କେବଳ ଗୋଟେ ଖେଳାଳି ଟିମରେ ଜାଗା ପାଇଁଛନ୍ତି ଓ ସେ ହେଉଛନ୍ତି ହନୁମା ବିହାରୀ।

Google

ଏବେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି କାରଣ ଟିମରେ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଉପସ୍ଥିତ ଥିଲେ କିନ୍ତୁ ଚୂଡାନ୍ତ ଏକାଦଶରେ ତାଙ୍କୁ ଜାଗା ମିଳିପାରିନାହିଁ। ସେ ନ୍ୟୁଜଲ୍ୟାଣ୍ଡ ସହ ଟେଷ୍ଟ ସିରିଜର ଡେବ୍ୟୁ ମ୍ୟାଚରେ ପ୍ରଥମ ପାରିରେ ଶତକ ଓ ଦ୍ୱିତୀୟ ପାରିରେ ଅର୍ଦ୍ଧଶତକ ମାରିଥିଲେ।କିନ୍ତୁ ଏହା ପରେ ମଧ୍ୟ ହନୁମାଙ୍କୁ ମୌକା ମିଳିଛି। ଏହା ମଧ୍ୟ କହିରଖିବୁ କି ହନୁମା ଭାରତ ଏ ଟିମ ସହ ପୂର୍ବରୁ ହିଁ ଦକ୍ଷିଣ ଆଫ୍ରିକାରେ ଥିଲେ ଏହାକୁଦେଖି ମଧ୍ୟ ତାଙ୍କୁ ମୌକା ମିଳିଥାଇପାରେ। ଯାହାବି ହେଉ ଟିମ ମ୍ୟାନେଜମେଣ୍ଟ ଉପରେ ଲୋକ ପ୍ରଶ୍ନ କରିବାରେ ଲାଗିଛନ୍ତି।

ତେବେ କହିରଖିବୁ ଏହାକୁ ନେଇ ବିସିସିଆଇ ବୟାନ ମଧ୍ୟ ଦେଇଛି। ବିସିସିଆଇର କହିବା ଅନୁସାରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରେୟସ ଅୟରଙ୍କ ପେଟ ଖରାପ ଥିଲା ଯାହା ଦ୍ୱାରା ତାଙ୍କୁ ମୌକା ମିଳିନାହିଁ। ଏହା ସହ ଏବେ ବିସିସିଆଇର ଡାକ୍ତରୀ ଦଳ ଅଧିନାୟକ କୋହଲିଙ୍କ ଆଘାତ ଉପରେ ଦୃଷ୍ଟି ରଖିଛନ୍ତି ଯେପରି ସେ ଜଲ୍ଦି ଫିଟ ହୋଇ ଫେରିବେ।ରାହୁଲଙ୍କୁ ଦ୍ୱିତୀୟ ଟେଷ୍ଟରେ ଅଧିନାୟକ କରାଯାଇଥିବାରୁ ବୁମରାଙ୍କୁ ଉପଅଧିନାୟକ କରାଯାଇଛି। ରାହୁଲ ଅଧିନାୟକ ରୂପରେ ପ୍ରଥମ ଟସ୍ ଜିତି ବ୍ୟାଟିଙ୍ଗ ନେଇଥିଲେ। ରାହୁଲଙ୍କୁ ଅଧିନାୟକ ହେବା ପରେ କିପରି ଲାଗୁଛି ପଚରାଯିବା ଦ୍ଵାରା ସେ କହିଥିଲେ ଭାରତ ପାଇଁ ଅଧିନାୟକତ୍ୱ କରିବାର ସ୍ୱପ୍ନ ସମସ୍ତଙ୍କର ଥାଏ ଓ ମତେ ବହୁତ ଖୁସି ଆନୁଭଵ ହେଉଛି ଓ ଆମେ ଆଗକୁ ମଧ୍ୟ ସିରିଜରେ ଭଲ ପ୍ରଦର୍ଶନ ପାଇଁ ପୁରା ଚେଷ୍ଟା କରିବୁ।

Google

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *