ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ଓ ଟେଷ୍ଟ ସିରିଜ ହାରିବା ପରେ ଏବେ ଭାରତୀୟ ଟିମର ଲକ୍ଷ୍ୟ ୱେଷ୍ଟଇଣ୍ଡିଜ ସହ ଏକଦିବସିୟ ଓ ଟି-୨୦ ସିରିଜ ଜିତିବା ଥିଲା। ଭାରତ ODI ସିରିଜ ଜିତି ଯାଇଛି । ଭାରତର ସୀମିତ ଓଭରର ନୂତନ ଅଧିନାୟକ ରୋହିତ ଶର୍ମା ସିରିଜ ବିଜୟ ସହ ଅଧିନାୟକତ୍ୱ ଆରମ୍ଭ କରିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସିୟ ସିରିଜ ଚାଲିଛି। ଏହି ସିରିଜ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଥିଲା। ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ,ମଧ୍ୟକ୍ରନର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଓ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକବାଡ଼ କରୋନା ସଂକ୍ରମଣ ହୋଇଥିଲେ ଯାହା କାରଣରୁ ସେମାନେ ଆଇଶୋଲେଟ ହୋଇଥିଲେ।

ପ୍ରଥମ ଏକଦିବସିୟ ମ୍ୟାଚ ୬ ଫେବୃଆରୀକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା ଯେଉଁ ମ୍ୟାଚରେ ଭାରତୀୟ ଟିମ ୬ ୱିକେଟରେ ବିଜୟ ହାସଲ କରିଥିଲା। ଦ୍ୱିତୀୟ ଏକଦିବସିୟ ପୂର୍ବରୁ ମଙ୍ଗଳବାର ଦିନ ଶ୍ରେୟସ ଅୟର ଓ ଶିଖର ଧାୱନଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଛି କିନ୍ତୁ ଏହା ପରେ ମଧ୍ୟ ସେ ଦ୍ୱିତୀୟ ଏକଦିବସିୟ ଖେଳିପାରିବେନି। ଦୁହିଁଙ୍କୁ ଅଭ୍ୟାସ ପାଇଁ ଅନୁମତି ମିଳିଛି କିନ୍ତୁ ଆଉଥରେ ରିପୋର୍ଟ ଆସିବ ଓ ତାଙ୍କ ଟ୍ରିଟମେଣ୍ଟ ପୁରା ହେବା ପରେ ଯାଇ ସେ ଖେଳିପାରିବେ।
ଏହି ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଋତୁରାଜ ଗାୟକବାଡ଼ଙ୍କୁ ଏବେ ମଧ୍ୟ ଆଇସୋଲେସନରେ ରଖାଯାଇଛି। ମୋଟ ୭ ଜଣ ସଂକ୍ରମଣ ହୋଇଥିଲେ ଯେଉଁଥିରେ। ପ୍ରେସର ବୋଲର ନବଦୀପ ସୈନି ମଧ୍ୟ ସାମିଲ ଥିଲେ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ ୯ ଫେବୃଆରୀକୁ ଖେଳାଯାଇଥିଲା ଯେଉଁଥିରେ ଭାରତ ବିଜୟ ହୋଇ ସିରିଜ ଜିତିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶାଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।