ଇଣ୍ଡିଆନ ପ୍ରିମୀୟର ଲିଗ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସବୁ ୮ ଯାକ ଟିମକୁ ୩୦ ନଭେମ୍ବର ମଧ୍ୟରେ ନିଜର ରିଟେନ ଖେଳାଳିଙ୍କ ଲିଷ୍ଟ ଦେବାକୁ ପଡିବ। ଆଇପିଏଲ ୨୦୨୨ ପୂର୍ବରୁ ମେଗା ଅକ୍ସନ ହେବ ବୋଲି ଜଣା ଯାଉଛି। ୮ ଟି ପୁରୁଣା ଟିମ ଅତିବେଶୀରେ ୪ ଜଣ ଖେଳାଳିଙ୍କୁ ରିଟେନ କରିପାରିବେ। ଆଗାମୀ ସିଜନରେ ୮ ଜାଗାରେ ୧୦ ଟି ଟିମ ଖେଳିବାର ଚାନ୍ସ ଅଛି । ଏହା ମଧ୍ୟରେ କୁହାଯାଉଛିକି ଶ୍ରେୟସ ଅୟର ଦିଲ୍ଲୀ କ୍ୟାପିଟଲ୍ସର ରିଟେନ ସୁଚିରେ ନାହାନ୍ତି।

ଏହି ବ୍ୟାଟ୍ସମ୍ୟାନ ବର୍ଷ ୨୦୧୫ ରେ ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ଦିଲ୍ଲୀର ଅଧିନାୟକ ମଧ୍ୟ ଥିଲେ କିନ୍ତୁ ଏବେ ଦିଲ୍ଲୀ ସହିତ ସମ୍ପର୍କ ଭାଙ୍ଗିବାକୁ ଯାଉଛନ୍ତି। କାରଣ ଦିଲ୍ଲୀ କ୍ୟାପିଟଲ୍ସ ରିଷଭ ପନ୍ତ, ଅକ୍ଷର ପଟେଲ, ପୃଥୀ ସ୍ୱ ,ଏନରିକ ନୋରକିଆଙ୍କୁ ରିଟେନ କରିବା ପାଇଁ ଯୋଜନା କରିପାରେ ବୋଲି ଖବର ଭାଇରଲ ହେଉଛି। ରିପୋର୍ଟ ଅନୁସାରେ ଅୟର ନିଲାମୀରେ ଓହ୍ଲାଇପାରନ୍ତି ଓ ମୋଟା ଦାମରେ କିଣାଯାଇପାରନ୍ତି।
୨୬ ବର୍ଷୀୟ ଶ୍ରେୟସ ଅଳ୍ପ ଦିନ ତଳେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଟେଷ୍ଟରେ ଡେଭ୍ୟୁ କରିଛନ୍ତି ଓ ସୁନ୍ଦର ଶତକ ମାରିଛନ୍ତି। ସେ ୧୦୫ ରନର ପାର ଖେଳିଥିଲେ।ସେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ରହିଛନ୍ତି କିନ୍ତୁ ସେ ଆଘାତ ହେବା ପରେ ରିଷଭ ପନ୍ତଙ୍କୁ ଦିଲ୍ଲୀ ଅଧିନାୟକ କରିଛି। ରିପୋର୍ଟ ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେୟସଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ପ୍ଲାନ କରୁଛି। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅଟନ୍ତି। ଖାସ କଥା ଏହାକି ଘରୋଇ କ୍ରିକେଟରେ ମୁମ୍ବାଇ ପଟୁ ଦୁହେଁ ଖେଳନ୍ତି।

ପାଞ୍ଚ ଥରର ଆଇପିଏଲ ଚମ୍ପିୟାନ ଟିମ ମୁମ୍ବାଇକୁ ନିଜ ସବୁ ପ୍ରମୁଖ ଖେଳାଳିଙ୍କୁ ରଖିବା କଷ୍ଟକର ହେବ। କିନ୍ତୁ ମଧ୍ୟକ୍ରମକୁ ମଜବୁତ କରିବା ପାଇଁ ମୁମ୍ବାଇ ଅୟରଙ୍କୁ ସାମିଲ କରିପାରେ। ରିପୋର୍ଟ ଅନୁସାରେ,”ମୁମ୍ବାଇ ଶ୍ରେୟସଙ୍କୁ ନେବାକୁ ରୁଚି ଡେଖାଉଛି ଓ କମସେ କମ ଆଉ ଏକ ନୂଆ ଟିମ କିଣିବାକୁ ଚାହୁଁଛି ଯାହାକୁ ଅଧିନାୟକ ଆବଶ୍ୟକ”।ଆଇପିଏଲ ୨୦୨୨ରେ ଦୁଇଟି ନୂଆ ଟିମ ଲଖନଉ ଓ ଅହମ୍ମଦାବାଦ ଖେଳୁଥୁବା ଦେଖାଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।