ଶ୍ରେୟସ ଅୟର ଓ ରବିନ୍ଦ୍ର ଜାଡେଜା ସୁନ୍ଦର ବ୍ୟାଟିଙ୍ଗ କରି ଟିମକୁ ସମ୍ଭାଳିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ଟି ୱିକେଟ ହରାଇ ୨୫୮ ରନ କରିଛି ବୋଲି ଜଣା ଯାଇଛି। ଶ୍ରେୟସ ଅୟର ଓ ରବିନ୍ଦ୍ର ଜାଡେଜା ୫ ମ ୱିକେଟ ପାଇଁ ନଟ ଆଉଟ ୧୧୩ ରନର ପାର୍ଟନରସିପ କରିଛନ୍ତି, ଯାହା ଦଳ ପାଇଁ ଭଲ ଅଟେ। ମ୍ୟାଚରେ ଅଧିନାୟକ ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲେ। ଏହି ମ୍ୟାଚରେ ଶ୍ରେୟସ ଅୟର ଟେଷ୍ଟରେ ଡେଭ୍ୟୁ କଲେ ଓ ସେ ଏବେ ୭୫ ରନ କରି ନଟ ଆଉଟ ରହିଛନ୍ତି।ତାଙ୍କ ଛଡା ଜାଡେଜା ଓ ଶୁଭମନ ଗିଲ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ କ୍ଲିନ ସୁଇପ କରିଥିଲା।
FIFTY for @imjadeja 👌
This is his 17th 50 in Test cricket.
Live – https://t.co/WRsJCUhS2d #INDvNZ @Paytm pic.twitter.com/pbnOyGerAz
— BCCI (@BCCI) November 25, 2021
ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ ଓପନିଙ୍ଗ କରିଥିଲେ ଓ ଦୁହେଁ ପ୍ରଥମ ୱିକେଟ ପାଇଁ୨୧ ରନ କରିଥିଲେ। ମୟଙ୍କ ଅଗ୍ରୱାଲ ଆରମ୍ଭରୁ ଠିକ ଲାଗୁନଥିଲେ ଓ ସେ ପ୍ରେସର ବୋଲର କାଇଲ ଯେମିସନଙ୍କ ବଲରେ ଆଉଟ ହୋଇଗଲେ। ଏହା ପରେ ଚେତେଶ୍ୱର ପୂଜାରା ଦ୍ୱିତୀୟ ୱିକେଟ ପାଇଁ ଗିଲଙ୍କ ସହିତ ଅର୍ଦ୍ଧଶତକୀୟ ପାର୍ଟନରସିପ କରିଥିଲେ। ପ୍ରଥମ ସେସନରେ ଟିମ ଗୋଟେ ୱିକେଟ ହରାଇଥିଲା।
ଟିମ ୪ ଟି ୱିକେଟ ଜଲ୍ଦି ହରାଇଲା:
ଶୁଭମନ ଗିଲ ୯୩ ବଲରେ ୫୨ ରନ କରି ଆଉଟ ହୋଇଗଲେ। ସେ ୫ ଟି ଚୌକା ଓ ଗୋଟେ ଛକା ମାରିଥିଲେ। ତାଙ୍କୁ କାଇଲ ଯେମିସନ ବୋଲ୍ଡ କରିଥିଲେ। ଚେତେଶ୍ୱର ପୂଜାରା ୮୮ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ସେ ମାତ୍ର ୨ ଟି ଚୌକା ମାରିଥିଲେ ଓ ତାଙ୍କୁ ଟିମ ସାଉଦି ଆଉଟ କରିଥିଲେ। ଏହା ପରେ ଅଧିନାୟକ ରାହାଣେ ମଧ୍ୟ୩୫ ରନ କରି ଆଉଟ ହୋଇଯାଇଥିଲେ ଓ ସେ ୬୩ ବଲରେ ୬ ଟି ଚୌକା ମାରିଥିଲେ। ସେ ମଧ୍ୟ ଯେମିସନଙ୍କ ବଲରେ ବୋଲ୍ଡ ହୋଇଥିଲେ। ଟିମ ୧୪୫ ରନରେ ୪ ଟି ୱିକେଟ ହରାଇ ଦେଇଥିଲା।
୪ ଟି ୱିକେଟ ଜଲ୍ଦି ଗଳିବା ଦ୍ଵାରା ଲାଗୁଥିଲାକି ଟିମ ଜଲ୍ଦି ଅଲଆଉଟ ହୋଇଯିବ କିନ୍ତୁ ଶ୍ରେୟସ ଅୟର ଓ ରବିନ୍ଦ୍ର ଜାଡେଜା ଶତକୀୟ ପାର୍ଟନରସିପ କରି ଟିମକୁ ସମ୍ଭାଳିଥିଲେ। ଅୟର ୧୩୬ ବଲରେ ୭୫ କରିଛନ୍ତି। ସେ ୭ ଟି ଚୌକା ଓ ୨ ଟି ଛକା ମାରିଛନ୍ତି। ଜାଡେଜା ୧୦୦ବଲରେ ୫୦ ରନ କରିଛନ୍ତି ଓ ୬ ଟି ଚୌକା ମାରିଛନ୍ତି।
💯 – run partnership comes up between @ShreyasIyer15 & @imjadeja 💪💪
Live – https://t.co/9kh8Df6cv9 #INDvNZ @Paytm pic.twitter.com/jowlva50Go
— BCCI (@BCCI) November 25, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।