ବ୍ୟୁରୋ ରିପୋର୍ଟ: ଆଇପିଏଲରେ ଦୁଇଥରର ଚମ୍ପିୟାନ ଟିମ କେକେଆର ଏହି ଆଇପିଏଲ ସିଜନରେ ଖରାପ ଫର୍ମ ଦେଇ ଗତି କରୁଛି। କିନ୍ତୁ ଅଧିନାୟକ ଶ୍ରେୟସ ଅୟର ନିଜ ଟିମ ଉପରେ ଭରସା ଦେଖାଇଛନ୍ତି। ପ୍ରଥମ ଥର କେକେଆର ଟିମରେ ଅଧିନାୟକତ୍ୱ ସମ୍ଭାଳୁଥିବା ଅୟର କହିଛନ୍ତି ଥରେ କେକେଆର ଲୟକୁ ଆସିଲେ ତାକୁ ଅଟକାଇବା କଷ୍ଟକର ହେବ। କେକେଆର ଏହି ସିଜନରେ ୮ ରୁ ପାଞ୍ଚଟି ମ୍ୟାଚ ହାରିସାରିଲାଣି ଓ ଶେଷ ଚାରିଟି ମ୍ୟାଚ ହାରିଛି। ସେ ଏବେ ଅଙ୍କ ତାଲିକାରେ ୮ ମ ସ୍ଥାନରେ ଅଛି।

ଟିମର ଅଧିକାରୀକ ୱେବସାଇଟ ଅୟରଙ୍କ ତରଫରୁ କହିଛନ୍ତି,”ଆମେ ବାସ୍ତବରେ ଭଲ ଆରମ୍ଭ କରିଥିଲୁ। ଆରମ୍ଭ ୪ ଟିରୁ ତିନୋଟି ମ୍ୟାଚ ଜିତିଥିଲୁ କିନ୍ତୁ ଏବେ ପରିସ୍ଥିତି ଆମ ଅନୁକୂଳରେ ହେଲାନି। କିନ୍ତୁ ମତେ ଟିମ ଉପରେ ପୁରା ଭରସା ଅଛି। ଆମେ ଗ୍ରାଉଣ୍ଡକୁ ଓହ୍ଲାଇବା ପରେ ସବୁ ବିଭାଗରେ ଭଲ କରୁଛୁ କିନ୍ତୁ ରଣନୀତି ଅନୁସାରେ ସଫଳ ହୋଇପାରିନାହୁଁ। ଏହା କେବଳସମୟର କଥା ଥରେ ଆମେ ଲୟ ଧରିଲେ ଟିମକୁ ଅଟକାଇବା କଷ୍ଟକର ହେବ”।
କେକେଆର ବର୍ଷ ୨୦୨୧ ଭଲି ପୁଣି ଫେରିବାର ଆଶା କରିଛି। ସେବେ ଟିମ ପ୍ରଥମ ୭ ରୁ ଦୁଇଟି ମ୍ୟାଚ ହିଁ ଜିତିଥିଲା କିନ୍ତୁ ପରେ ୭ ରୁ ୫ ମ୍ୟାଚ ଜିତିଥିଲା। ଏହା ପରେ ଟିମ କ୍ୱାଲିଫାୟର ଜାଗା ସୃଷ୍ଟି କରିବାରେ ସଫଳ ହୋଇଥିଲା।

ଅୟର କହିଛନ୍ତି,”ଆମକୁ ଏବେ ଜଣାପଡିଛି କି କ୍ୟାଲିଫାୟର ଇର୍ଡନଗାର୍ଡେନରେ ଆୟୋଜନ କରାଯିବ। ତେଣୁ ଆମେ ପୁରା ସତପ୍ରତିଶତ ଚେଷ୍ଟା କରିବୁ କ୍ୟାଲିଫାୟରରେ ପହଁଚି ସେଠାରେ ଖେଳି ନିଜ ପ୍ରସଂସକଙ୍କୁ ଖୁସି କରିବୁ। ଆରମ୍ଭ ଭଲ ରହିଥିଲା ବିଜୟ ପରାଜୟର ଲାଗି ରହିଥାଏ। ଆମେ ଏକ ଟିମ ରୂପରେ ଯେଉଁଭଳି ପ୍ରସ୍ତୁତି କରିଛୁ ତାହା ବହୁତ ଭଲ ଅଟେ। ମ୍ୟାଚ ଜିତିବା ପାଇଁ ଆମ ଖେଳାଳି କଡା ପରିଶ୍ରମ କରୁଛନ୍ତି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।