IND vs NZ: ଆୟରଙ୍କ ବଡ଼ ଉପଲବ୍ଧି! ଡେବ୍ୟୁ ମ୍ୟାଚରେ ଶତକ ମାରି ଏକ ବିଶେଷ କ୍ଳବରେ ହେଲେ ସାମିଲ, ପଢନ୍ତୁ ପୁରା ଖବର

ଶ୍ରେୟସ ଆୟର ଡେବ୍ୟୁ ଟେଷ୍ଟରେ ଶତକ ମାରି ନିଜକୁ ଏକ ବିଶେଷ କ୍ଳବରେ ସାମିଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ସହ ପ୍ରଥମ ଟେଷ୍ଟରେ ସେ ୧୦୫ ରନ କରିଥିଲେ। ସେ ଭାରତ ତରଫରୁ ଡେବ୍ୟୁ ଟେଷ୍ଟରେ ଶତକ ମାରିଥିବା ୧୬ ତମ ଖେଳାଳି ଅଟନ୍ତି। ଭାରତ ପ୍ରଥମ ପାରିରେ ୩୪୫ ରନ କରିଥିଲା। ଶୁଭମନ ଗିଲ ଓ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ମାରିଥିଲେ।କେ ଏଲ ରାହୁଲ ଆଘାତ ହେବା ଦ୍ଵାରା ଶ୍ରେୟସ ଅୟରଙ୍କୁ ଖେଳିବାର ମୌକା ମିଳିଲା। ନ୍ୟୁଜିଲ୍ୟାଣ୍ଡର ପ୍ରେସର ଟିମ ସାଉଦି ୫ ଟି ୱିକେଟ ଅକ୍ତିଆର କରିଛନ୍ତି।

Google

ଶ୍ରେୟସ ଅୟର ୧୭୧ ବଲର ସାମ୍ନା କରି ୧୦୫ ରନ କରିଥିଲେ। ସେ ୧୩ ଟି ଚୌକା ଓ ୨ ଟି ଛକା ମାରିଥିଲେ। ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ ଶତକ ମାରିଥିବା ପ୍ରଥମ ଖେଳାଳି ଅଟନ୍ତି ଲାଲା ଅମରନାଥ। ସେ ଡିସେମ୍ବର ୧୯୯୩ରେ ମୁମ୍ବାଇରେ ଇଂଲଣ୍ଡ ବିରୁଦ୍ଧରେ ୧୧୮ ରନର ପାରି ଖେଳିଥିଲେ। ଶ୍ରେୟସ ଅୟରଙ୍କ ପୂର୍ବରୁ ୨୦୧୮ରେ ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୧୩୪ ଓ ବର୍ଷ ୨୦୧୩ରେ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୧୭୭ ରନର ପାରି ଖେଳିଥିଲେ। ତିନୋଟି ଯାକ ଖେଳାଳି ମୁମ୍ବାଇର ଅଟନ୍ତି।

ଧୱନ ୧୮୭ ରନ ମାରି ମଧ୍ୟ ଖେଳିନଥିଲେ ଆଗାମୀ ଟେଷ୍ଟ: ମାର୍ଚ୍ଚ ୨୦୧୩ରେ ଶିଖର ଧୱନଙ୍କୁ ଟେଷ୍ଟରେ ଡେବ୍ୟୁ କରିବାର ମୌକା ମିଳିଥିଲା। ସେ ଡେବ୍ୟୁ ମ୍ୟାଚରେ ୧୮୭ ରନର ପାରି ଖେଳିଥିଲେ। ସେ ଡେବ୍ୟୁ ମ୍ୟାଚରେ ଭାରତ ପାଇଁ ସବୁଠୁ ଅଧିକ ସ୍କୋର କରିଥିବା ଖେଳାଳି ଅଟନ୍ତି। ସେ ୧୭୪ ବଲରେ ୩୩ ଚୌକା ଓ ୨ ଟି ଛକା ଦ୍ଵାରା ୧୮୭ ରନ କରିଥିଲେ। ପରେ ମ୍ୟାଚରେ ତାଙ୍କ ଆଙ୍ଗୁଠିରେ ଆଘାତ ପାଇଁ ସେ ଖେଳିପାରି ନଥିଲେ। ଅନ୍ୟ ୧୪ ଖେଳାଳି ଆଗାମୀ ମ୍ୟାଚ ଖେଳିଥିଲେ।

Google

ଶ୍ରେୟସ ଅୟରଙ୍କ ପୂର୍ବରୁ ସୁରେଶ ରାଇନା, ବିରେନ୍ଦ୍ର ସେହ୍ଵାଗ, ସୌରଭ ଗାଙ୍ଗୁଲି ମଧ୍ୟ ଡେବ୍ୟୁ ଟେଷ୍ଟରେ ଶତକ ମାରିସାରିଛନ୍ତି। ଡେବ୍ୟୁ ଟେଷ୍ଟ ପରେ ଭାରତ ମାତ୍ର ୪ ଟି ଟେଷ୍ଟ ମ୍ୟାଚ ଜିତିପାରିଛି। ତିନୋଟି ହାରିଛି ଓ ୮ ଟି ମ୍ୟାଚ ଡ୍ର ହୋଇଛି। ଏବେ ଦେଖିବା ବାକି ରହିଲା କି ଶ୍ରେୟସ ଅୟରଙ୍କ ଶତକ ପରେ ଭାରତ ଜିତିବ କି ହାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.