ଶ୍ରେୟସ ଅୟର ନା ଅତୀତତକୁ ଜାଣିବାକୁ ଚାହୁଁଛନ୍ତି ନା କି ଭବିଷ୍ୟତ ବିଷୟରେ। ସେ ବର୍ତ୍ତମାନରେ ବଞ୍ଚିବାକୁ ଚାହୁଁଛନ୍ତି ଯେପରି ତାଙ୍କୁ ଡେବ୍ୟୁ କ୍ୟାପ ଦେଲାବେଳେ ସୁନୀଲ ଗାଭାସ୍କର କହିଥିଲେ। ଡେବ୍ୟୁ ଟେଷ୍ଟରେ ଶତକ ମାରିଥିବା ୧୬ ତମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି ଅୟର ଓ ସେ ଜାଣିଛନ୍ତିକି ଆଗାମୀ ଟେଷ୍ଟରେ ବିରାଟ କୋହଲି ଆସିବା ପରେ ମଧ୍ୟକ୍ରମରେ ପରିବର୍ତ୍ତନ ହେବାର ଚାନ୍ସ ଅଛି। ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ଅୟର ୧୦୫ ରନ କରିଥିଲେ।

ଅୟର ଦ୍ୱିତୀୟ ଦିନ ଖେଳ ଶେଷ ପରେ କହିଥିଲେ ସୁନୀଲ ଗାଭାସ୍କର ସାର ମତେ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ। “ସାର କହିଥିଲେକି ତମକୁ ଅତିତ ବିଷୟରେ ଜାଣିବାର ନାହିଁକି ଭବିଷ୍ୟତକୁ ନେଇ ଭାବିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ବିଷୟରେ ଭାବିବା ଉଚିତ ଓ ବଲ ଉପରେ ଧ୍ୟାନ ଦେବା ଉଚିତ”। ଅୟର କହିଛନ୍ତି,” ମୁଁ ସେହିପରି କଲି କାରଣ ଯଦି ମୁଁ ଆଗାମୀ ଚିନ୍ତା କରିଥାନ୍ତି ବର୍ତ୍ତମାନ ଉପରେ ଧ୍ୟାନ ଦେଇପାରିନଥାନ୍ତି। ଯାହା କିଛିବି ହୋଇଥାଏ ଭଲ ପାଇଁ ହୋଇଥାଏ”।
ଗାଭାସ୍କରଙ୍କ ଠୁ ଡେବ୍ୟୁ ଟେଷ୍ଟ କ୍ୟାପ ହାସଲ କରିବା ଏକ ବଡ଼ କଥା ଓ ଅୟର ଏହା ପରେ ଶତକ ମାରି ଏହାକୁ ଆହୁରି ସମ୍ମାନ ଜନକ କରିଦେଇଛନ୍ତି। ଅୟର କହିଛନ୍ତି,”ସୁନୀଲ ସାର ଓ ରାହୁଲ ସାର ଦୁହେଁ ଟେଷ୍ଟ କ୍ରିକେଟର ମହାନ ଖେଳାଳି ଅଟନ୍ତି ଓ ଦୁହିଁଙ୍କ ଠୁ କ୍ୟାପ ହାସଲ କରିବା ମୋ ପାଇଁ ଏକ ସୋଭାଗ୍ୟର କଥା”। ସେ କହିଛନ୍ତି ଏହାର ଆଗାମୀ ଫଳ ପାଇଁ ମୁଁ ଖୁସି ଅଛି ଓ ଯେଉଁ ଆଉଟ ହେଲି ଏହା ଦୁଃଖର ବିଷୟ।
?Shreyas Iyer shares a light moment with the great Sunil Gavaskar at the end of Day 2 in Kanpur.#INDvNZ @Paytm pic.twitter.com/WMJXgigje0
— BCCI (@BCCI) November 26, 2021
ଗାଭାସ୍କର ତାଙ୍କୁ କହିଥିଲେ କି ଆଗକୁ ବାଵନି କିନ୍ତୁ ଅୟର ଶତକ ପରେ ରାତିସାରା ଶୋଇ ପାରିନଥିଲେ। ଅୟର କହିଛନ୍ତି,”ଯେଉଁଭଳି ପ୍ରଥମ ଦିନ ସବୁ ଭଲ ଗଲା ଏହା ଦ୍ଵାରା ମୁଁ ବହୁତ ଖୁସି ଥିଲି। ଗୁରୁବାର ରାତିରେ ମୁଁ ଭଲସେ ସୋଇପାରିଲି ନାହିଁ ଖାସ କରି ଯେବେ ଆପଣ ବ୍ୟାଟିଙ୍ଗକୁ ନେଇ ଏତେ ଭାବୁଥିବେ। ମୁଁ ପ୍ରଥମ ଦିନ ଭଲ ଖେଳିଥିଲି ଓ ଦ୍ୱିତୀୟ ଦିନ ମଧ୍ୟ ମତେ ଅଧିକ ଧ୍ୟାନ ଦେବାର ଥିଲା”।
ଅୟର କହିଛନ୍ତି କି ପରିସ୍ଥିତି ସତରେ କଷ୍ଟକର ଥିଲା ଭାରତ ପାଇଁ। ଭାରତ ପ୍ରଥମ ପାରିରେ ୩୪୫ ରନ କରିଥିଲା ଓ ନ୍ୟୁଜଲ୍ୟାଣ୍ଡ ଦ୍ୱିତୀୟ ଦିନ ଖେଳ ଶେଷ ସୁଧା କୌଣସି ୱିକେଟ ନହରାଇ ୧୨୯ ରନ କରିଥିଲା। ଅୟର କହିଛନ୍ତି,”ଦ୍ୱିତୀୟ ଦିନ ଆମପାଇଁ କଷ୍ଟକର ଥିଲା କାରଣ ଆମ ବୋଲରଙ୍କୁ ୱିକେଟ ମିଳିପାରିଲା ନାହିଁ। ଆମ ଧ୍ୟାନ ପ୍ରେସର ପକାଇ ୱିକେଟ ନେବାରେ ଥିଲା”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।