ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ସୁନ୍ଦର ଖେଳର ପ୍ରଦର୍ଶନ କଲା। ପ୍ରଥମ ଦିନ ୪ ୱିକେଟ ହରାଇ ୨୫୮ ରନ ବନେଇଦେଇଥିଲେ। ପ୍ରଥମ ଦିନରେ ଡେବ୍ୟୁ କରିଥିବା ଆୟର ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ୧୩୬ ବଲରେ ୭୫ ରନ ବନାଇଥିଲେ। ଭାରତକୁ ଆୟରଙ୍କ ଏହି ପାରି ଏକ ମଝଭୁତ ସ୍ଥିତିରେ ପଂହଚାଇଥିଲେ। ତାଙ୍କର ଏହି ଖେଳ ଦ୍ଵାରା ଭାରତୀୟ ଦଳ କ୍ୟାପଟେନଙ୍କର ଚିନ୍ତା ବଢ଼ାଇଦେଇପାରେ।

ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳୁନାହାନ୍ତି। ଦ୍ୱିତୀୟ ଟେଷ୍ଟରେ କୋହଲି ଦଳ ସହ ଯୋଗ ଦେବେ ବୋଲି ଜଣା ଯାଉଛି। ସେ ଆସିଲେ କ୍ୟାପଟେନ ଭାବରେ ଦଳରେ ଖେଳିବେ। ଏମିତି ହେଲେ ଏବେ ଖେଳୁଥିବା ଏକ ଖେଳାଳି ବସି ପାରନ୍ତି। ହେଲେ କାହାକୁ ବାହାର କରିବେ ତାହା ଚିନ୍ତାର ବିଷୟ ବନିପାରେ।
ଶ୍ରେୟାସ ଆୟର ମଧ୍ୟକ୍ରମର ବ୍ୟାଟ୍ସମାନ ଅଟନ୍ତି। ଓପନିଙ୍ଗ ଯୋଡି ଚେଞ୍ଜ ନ ହୋଇପାରେ ବୋଲି ଲାଗୁଛି। ବିରାଟ କୋହଲି ଆସିଲେ ମଧ୍ୟ କ୍ରମ ଚେଞ୍ଜ ହୋଇପାରେ। ଚେତେଶ୍ୱର ପୂଜାର, ଆୟର ଏବଂ ରାହାଣେ କ୍ରମାଗତ ଭାବରେ ନମ୍ବର ୩,୪,୫ ରେ ଖେଳିଛନ୍ତି। କୋହଲି ପ୍ରାୟତଃ ନମ୍ବର ୪ ରେ ଖେଳିଥାଆନ୍ତି।

ଯଦି କୋହଲି ଖେଳନ୍ତି ତେବେ ଆୟରଙ୍କୁ ଦଳରେ ରଖିବାକୁ ହେଲେ ରାହାଣେ ନହେଲେ ପୂଜାରାଙ୍କୁ ଦଳରୁ ବାହାରିବାକୁ ହେବ। ଭିଭିଏସ ଲକ୍ଷ୍ମଣ କହିଛନ୍ତି ଆୟରଙ୍କ ଜାଗାରେ କୋହଲି ପ୍ଲେଇଁ ଇଲେଭେନକୁ ଫେରିବେ। ସେ କହିଲେ ଗୋଟିଏ ମ୍ୟାଚର ଫର୍ମକୁ ନେଇ ପୂଜାରା ଏବଂ ରାହାଣେ ଜାଗା ବଦଳି ନହୋଇପାରେ। ତେବେ ଶ୍ରେୟାସ ଯେତେ ରନ ବନାଇଲେ ଯଦି ଦଳରେ ସମସ୍ତେ ଫିଟ ଅଛନ୍ତି ତେବେ ଆୟର ବସିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।