IPL 2022: ଆୟର ହେବେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ! ଏହି ଦୁଇ ଟିମ ଆୟରଙ୍କୁ ନେବାକୁ ବ୍ୟାକୁଳ!

ବ୍ୟୁରୋ ନ୍ୟୁଜ: ଶ୍ରେୟସ ଅୟର ଆଇପିଏଲରେ ନିଜ ଅଧିନାୟକତ୍ୱ ଦ୍ଵାରା ପ୍ରାୟ କେତେକଙ୍କୁ ପ୍ରଭାବିତ କରିଥିଲେ। ଶ୍ରେୟସ ଅୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୦ର ଫାଇନାଲରେ ପହଁଚିଥିଲା ଓ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ସହ ହାରିଯାଇଥିଲା। ଆଇପିଏଲ ୨୦୨୧ ପୂର୍ବରୁ ସେ ଆଘାତ ହେବା ଦ୍ଵାରା ଦିଲ୍ଲୀ କ୍ୟାପିଟଲ୍ସ ରିଷଭ ପନ୍ତଙ୍କୁ ଅଧିନାୟକ କରିଥିଲା। ଆଇପିଏଲ ୨୦୨୨ ପାଇଁ ମଧ୍ୟ ଦିଲ୍ଲୀ କ୍ୟାପିଟଲ୍ସ ପନ୍ତଙ୍କୁ ଅଧିନାୟକ ରଖିବା ଦ୍ଵାରା ଶ୍ରେୟସ ଟିମରୁ ଅଲଗା ହୋଇଯାଇଛନ୍ତି। ଦୁଇ ଟିମ ମଧ୍ୟରେ ଅୟରଙ୍କୁ ନେବାକୁ ଚେଷ୍ଟା କରାଯାଉଛି।

Google

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁସାରେ ମେଗା ଅକ୍ସନରେ କେକେଆର ଟିମ ଅୟରଙ୍କୁ ନିଜ ଟିମରେ ସାମିଲ କରିବାକୁ ଚାହୁଁଛି। ଟିମ ତାଙ୍କୁ ଅଧିନାୟକ କରିପାରେ କାରଣ ଟିମ ପୂର୍ଵ ଅଧିନାୟକ ମୋର୍ଗାନଙ୍କୁ ରିଟେନ କରିନାହିଁ। ସେହିପରି ସ୍ପୋର୍ଟସ ଟୁଡେର ଖବର ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଅୟରଙ୍କୁ ଟିମରେ ସାମିଲ କରିବାକୁ ଚାହୁଁଛି। ମୁମ୍ବାଇ ଅୟରଙ୍କୁ ଭବିଷ୍ୟତ ପାଇଁ ଅଧିନାୟକତ୍ୱ ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଛି। ମୁମ୍ବାଇର ଅଧିନାୟକତ୍ୱ ରୋହିତ ଶର୍ମାଙ୍କ ପାଖରେ ଅଛି। ତାଙ୍କ ଟିମ ଆଇପିଏଲରେ ସବୁଠୁ ଅଧିକ ୫ ଥର ଚମ୍ପିୟାନ ହୋଇଛି।

ରାବଡା ଓ ନୋର୍କୀଆଙ୍କ ସହ ମଧ୍ୟ ଚର୍ଚ୍ଚା:ଏହା ମଧ୍ୟରେ ଖବର ଅନୁସାରେ ନୂଆ ଟିମ ଲଖନଉ ଦକ୍ଷିଣ ଆଫ୍ରିକାର ପ୍ରେସର ରବାଡ଼ା ଓ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କସ ଷ୍ଟୋଇନିକ୍ସଙ୍କ ସହ ମଧ୍ୟ ଚର୍ଚ୍ଚା କରୁଛି। ଟିମ ମେଗା ଅକ୍ସନ ପୂର୍ବରୁ ମହାନ ବ୍ୟାଟ୍ସମ୍ୟାନ ଡେଭିଡ ୱାରନରଙ୍କୁ ମଧ୍ୟ ଟିମ ସହିତ ଯୋଡିପାରେ। ପୂର୍ଵ ସିଜନରେ ହାଇଦ୍ରାବାଦ ୱାରନରଙ୍କ ଠୁ ଅଧିନାୟକତ୍ୱ ପଦ ଛଡାଇନିଆଯିବା ସହ ପ୍ରାୟ ଶେଷ ମ୍ୟାଚ ମାନଙ୍କରେ ତାଙ୍କୁ ଚୂଡାନ୍ତ ଏକାଦଶରେ ମଧ୍ୟ ସାମିଲ କରାଯାଇନଥିଲା। ଏହା ପରେ ୱାରନର ଟି-୨୦ ବିଶ୍ୱକପରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଯାହା ଦ୍ୱାରା ଅଷ୍ଟ୍ରେଲିଆ ଟିମ ପ୍ରଥମ ଥର ଟି-୨୦ ବିଶ୍ୱକପ ଜିତିବାର ସଫଳ ରହିଥିଲା।

Google

କେ ଏଲ ରାହୁଲଙ୍କୁ ଲଖନଉ ଅଧିନାୟକତ୍ୱ କରିଥିବା ଖବର ସାମ୍ନାକୁ ଆସୁଛି। ସେ ପୂର୍ଵ ସିଜନରେ ପଞ୍ଜାଵ କିଙ୍ଗସ ତରଫରୁ ଖେଳିଥିଲେ। ସେହିପରି ହାର୍ଦିକ ପାଣ୍ଡ୍ୟାଙ୍କୁ ଅହମ୍ମଦାବାଦ ଅଧିନାୟକ କରିଥିବା ଖବର ସାମ୍ନାକୁ ଆସୁଛି। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଟେନ କରିନଥିଲା।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *