SA vs IND: ପନ୍ତ ଏବଂ ଆୟରଙ୍କୁ ଚେତାବନୀ ଦେଲେ ଦ୍ରାଭିଡ! କହିଲେ ତମଠାରୁ…..

ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକାରେ ମିଳିଥୁବା ଲଜ୍ୟାଜନକ ପରାଜୟକୁ ମନେ ପକାଇ ହେର୍ଡ କୋଚ ରାହୁଲ ଦ୍ରାଭିଡ କହିଛନ୍ତି ଖେଳାଳିଙ୍କୁ ସ୍ଥିରତା ଓ ସୁରକ୍ଷା ମିଳିବ କିନ୍ତୁ ତାଙ୍କ ଠୁ ମଧ୍ୟ ଭଲ ପ୍ରଦର୍ଶନର ଆଶା ରହିବ। ଏହି କଥା ସେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନଙ୍କୁ ନେଇ କହିଛନ୍ତି। ରିଷଭ ପନ୍ତ ଓ ଶ୍ରେୟସ ଅୟର ଭଲ ପ୍ରଦର୍ଶନ କରିପାରିଲେନି। ଟିମ ଇଣ୍ଡିଆକୁ ଟେଷ୍ଟ ସିରିଜରେ ୧-୨ରେ ଓ ଏକଦିବସିୟ ସିରିଜରେ ୩-୦ରେ ପରାଜୟ ମିଳିଲା। ସିରିଜରେ ରୋହିତ ଶର୍ମାଙ୍କ ସହ ଅନେକ ବଡ଼ ଖେଳାଳି ଖେଳୁନଥିଲେ।

Google

ରାହୁଲ ଦ୍ରାଭିଡ କହିଛନ୍ତି,”ଆମେ ତାଙ୍କୁ ଲଗାତର ମୌକା ଦେଇଛୁ ଓ ଆମେ ଚାହୁଁଛୁ ସେ ନିଜ ଜାଗାକୁ ନେଇ ସୁନିଶ୍ଚିତ ରୁହନ୍ତୁ। କିନ୍ତୁ ସୁରକ୍ଷା ଓ ମୌକା ଦେବା ସହିତ ଆମେ ଆପଣଙ୍କ ଠୁ ଭଲ ପ୍ରଦର୍ଶନର ମଧ୍ୟ ଆଶା କରୁଛୁ। ଏହି ସ୍ତରରେ ଖେଳିବା ଵାଲାଙ୍କ ଠୁ ଏହି ଅପେକ୍ଷା ରହିଥାଏକି ଆବଶ୍ୟକତା ସମୟରେ ସେ ଭଲ ପ୍ରଦର୍ଶନ କରନ୍ତୁ”।ଶ୍ରେୟସ ତିନୋଟି ମ୍ୟାଚରେ ୧୭,୧୧ ଓ ୨୬ ରନ କରିଥିଲେ। ସିରିଜର ତିନୋଟି ଯାକ ମ୍ୟାଚରେ ମଧ୍ୟକ୍ରମ ଆଶା ଅନୁସାରେ ପ୍ରଦର୍ଶନ କରିନଥିଲା। ତୃତୀୟ ମ୍ୟାଚରେ ପନ୍ତ ଖରାପ ଶର୍ଟ ମାରି ଆଉଟ ହୋଇଥିଲେ।

ଟିମର ପ୍ରତି ଜାଗା ପାଇଁ ରେସ୍ ଲାଗିଛି:ରାହୁଲ ଦ୍ରାଭିଡ କହିଛନ୍ତି,”ଆପଣ ଚତ୍ରୁର୍ଥ, ପଞ୍ଚମ ବା ଷଷ୍ଠ ନମ୍ବରରେ ବ୍ୟାଟିଙ୍ଗ କରୁଛନ୍ତି ତେବେ ଆପଣଙ୍କୁ ଜଣାଥିବା ଦରକାର କି ଟିମକୁ କଣ ଆବଶ୍ୟକ ଅଛି। ଶ୍ରେୟସ ତିନୋଟି ଯାକ ମ୍ୟାଚରେ ଜଲ୍ଦି ଆଉଟ ହୋଇଗଲେ। ଆମେ ଜାଣିଛୁ ସେ ଲଗାତର ଭଲ ପ୍ରଦର୍ଶନ କରିକି ଆସିଛନ୍ତି ଓ ଆମେ ପୁରା ସମ୍ଭବତଃ ତାଙ୍କ ସାଥ ଦେବୁ। କିନ୍ତୁ ଟିମରେ ପ୍ରତିଟି ସ୍ଥାନ ପାଇଁ ଅନେକ ବିକଳ୍ପ ଅଛନ୍ତି ତେଣୁ ଏହା ସହଜ ହେବନାହିଁ”ଦ୍ରାଭିଡ କହିଛନ୍ତି ଆମେ ମଝି ଓଭରରେ ଭଲ ବ୍ୟାଟିଙ୍ଗ କରିପାରିଥାନ୍ତେ କିନ୍ତୁ ଦୁଇଟି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ଦକ୍ଷିଣ ଆଫ୍ରିକା ୨୯୦ ପାଖାପାଖି ରନ କରିଥିଲା। ଆମେ ଦେଖିବା ତ ଦୁଇଟି ଯାକ ମ୍ୟାଚରେ ୩୦ ଓଭର ପର୍ଯ୍ୟନ୍ତ ଆମେ ଲକ୍ଷ୍ୟ ହାସଲ କରିବା ସ୍ଥିତିରେ ଥିଲେ।

Google
ବ୍ୟାଟ୍ସମ୍ୟାନ ଖେଳିଲେ ଖରାପ ଶର୍ଟ:

ସେ କାହାର ନାମ ନନେଇ କହିଛନ୍ତି ଆମେ କିଛି ଖରାପ ଶର୍ଟ ଖେଳିଲେ ଓ ନିର୍ଣ୍ଣୟକ ସମୟରେ ଚତୁରତା ସହ ଖେଳିଲେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଭାରତ ପାଇଁ ସିମିତ ଓଭର କ୍ରିକେଟ ଖେଳିବା ପାଇଁ ଭେଙ୍କଟେସ ଅୟରଙ୍କୁ ମଧ୍ୟକ୍ରମରେ ନିଜକୁ ମଜବୁତ କରିବାକୁ ହେବ। ସେ କହିଛନ୍ତି ଷଷ୍ଠ ନମ୍ବରର ବୋଲିଙ୍ଗ ବିକଳ୍ପ ପାଇଁ ଭେଙ୍କଟେସ ଅୟରଙ୍କୁ ପ୍ରସ୍ତୁତ କରିବାକୁ ହେବ। ଭେଙ୍କଟେସ ହୁଅନ୍ତୁ, ଜାଡେଜା ବା ହାର୍ଦିକ ପାଣ୍ଡ୍ୟା ଯେବେ ଏମାନେ ଉପସ୍ଥିତ ହୋଇଯିବେ ଆମ ପାଖରେ ଅନେକ ବିକଳ୍ପ ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.