IND vs SA: ରାହାଣେଙ୍କ ଜାଗାରେ କାହାକୁ ମିଳିବା ଦରକାର ମୌକା? ୬୮୬ ୱିକେଟ ନେଇଥିବା ବୋଲର କହିଲେ ନାମ

ହରଭଜନ ସିଂହଙ୍କର ମାନିବା ଅଟେ କି ଶ୍ରେୟସ ଅୟର ରାହାଣେଙ୍କ ଜାଗା ନେବାକୁ ପ୍ରସ୍ତୁତ ଅଛନ୍ତି। ଅୟର ଟେକ୍ନିକ ରୂପରେ ଜଣେ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି। ଅୟର ନ୍ୟୁଜିଲାଣ୍ଡ ବିରୁଦ୍ଧରେ କାନପୁର ଟେଷ୍ଟରେ ଡେବ୍ୟୁ କରିଥିଲେ ଓ ଦୁଇଟି ଯାକ ପାରିରେ ଭଲ ବ୍ୟାଟିଙ୍ଗ କରିଥିଲେ। ସେ ପ୍ରଥମ ପାରିରେ ଶତକ ଓ ଦ୍ୱିତୀୟ ପାରିରେ ଅର୍ଦ୍ଧଶତକ ମାରିଥିଲେ। ସେ ମ୍ୟାଚରେ ଏପରି କରିଥିବା ପ୍ରଥମ ଭାରତୀୟ ଖେଳାଳି ଅଟନ୍ତି। ଅନ୍ୟ ପଟେ ରାହାଣେ ନିଜ ଫର୍ମକୁ ନେଇ ଅସୁବିଧାରେ ଅଛନ୍ତି। ରାହାଣେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟର ଦୁଇଟି ଯାକ ପାରିରେ ମୋଟ ୩୯ ରନ କରିଥିଲେ। ତେଣୁ ହରଭଜନ ରାହାଣେଙ୍କ ଜାଗାରେ ଶ୍ରେୟସଙ୍କୁ ମୌକା ଦେବାକୁ କହିଛନ୍ତି।

Google

ହରଭଜନ ସିଂହ ନିଜ ୟୁଟୁବ ଚ୍ୟାନେଲରେ କଥା ହେବା ବେଳେ କହିଛନ୍ତି,”ଶ୍ରେୟସ ଅୟର ପୂର୍ଵ ମ୍ୟାଚରେ ସୁନ୍ଦର ବ୍ୟାଟିଙ୍ଗ କରି ନିଜ ଟ୍ୟାଲେଣ୍ଟ ଦେଖାଇଛନ୍ତି। ମତେ ବହୁତ ଖୁସି ଲାଗୁଛିକି ସେ ମଧ୍ୟ କ୍ରମରେ ମିଳିଥିବା ମୌକାର ପୁରା ଫାଇଦା ଉଠାଇଛନ୍ତି। ରାହାଣେ ରନ କରିପାରୁନାହାନ୍ତି ଓ ଶ୍ରେୟସ ଆଗକୁ ଯାଇ ଭାରତ ପାଇଁ ଭଲ ବିକଳ୍ପ ହୋଇପାରନ୍ତି। ମତେ ଜଣାନାହିଁ କି ରାହାଣେ ଆଗକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଚୟନ ହେବେ କି ନାହିଁ କିନ୍ତୁ ଅୟର ମଧ୍ୟକ୍ରମରେ ନିଜ ଦାବି ମଝବୁତ କରିଛନ୍ତି”।

ଅୟରଙ୍କୁ ଏବେ ଅଣଦେଖା କରିବା କଷ୍ଟକର:ହରଭଜନ:

ଏହି ଅଫସ୍ପିନର କହିଛନ୍ତି,”ବର୍ତ୍ତମାନର ଫର୍ମକୁ ଦେଖି ଏହା ଆଶା କମ କି ରାହାଣେ ଚୟନକର୍ତାଙ୍କ ପ୍ରଥମ ପସନ୍ଦ ହେବେ। ଏବେ ଚୟନକର୍ତାଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଅୟରଙ୍କୁ ଅଣଦେଖା କରିବା କଷ୍ଟକର”।

Google
ରାହାଣେ ଗୋଟେ ବର୍ଷରେ ୨୪ର ଔସତରେ ରନ କରିଛନ୍ତି:

୩୩ ବର୍ଷୀୟ ରାହାଣେ ପୂର୍ଵ ଗୋଟେ ବର୍ଷରେ ୧୪ ଟି ଟେଷ୍ଟରେ ୨୪.୬୬ ଔସତରେ ୫୯୨ ରନ କରିଛନ୍ତି। ଏହି ସମୟରେ ସେ ମାତ୍ର ଗୋଟେ ଶତକ ମାରିଛନ୍ତି। ଏହି ସମୟରେ ତାଙ୍କ ଔସତ ତାଙ୍କ କ୍ୟାରିଅର ଟେଷ୍ଟ ଔସତ ୪୦ ମଧ୍ୟ କମ ଥିଲା। ବର୍ଷ୨୦୨୧ ରେ ରାହାଣେ ୧୨ ଟି ଟେଷ୍ଟ ମ୍ୟାଚରେ ୨୦ ର ଆଉସତରେ ୪୧୧ ରନ କରିଛନ୍ତି ଓ ସର୍ବଶ୍ରେଷ୍ଠ ସ୍କୋର ସେ ଏହି ସମୟରେ ୬୭ କରିଛନ୍ତି। ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ରାହାଣେ ଅଧିନାୟକତ୍ୱ କରିଥିଲେ। ଏହି ମ୍ୟାଚ ଭାରତ ଜିତୁ ଜିତୁ ଡ୍ର ହୋଇଯାଇଥିଲା। ରାହାଣେ ଏହି ମ୍ୟାଚର ଦୁଇଟି ଯାକ ପାରିରେ ମୋଟ ୩୯ ରନ କରିଥିଲେ।ତେଣୁ ତାଙ୍କ ଉପରେ ଏବେ ଟିମରୁ ବାହାରିବାର ବିପଦ ଦେଖାଯାଉଛି।

ଭାରତର ଦକ୍ଷିଣ ଆଫ୍ରିକା ଗ୍ରସ୍ତ ୧୭ ଡିସେମ୍ବରରୁ ଆରମ୍ଭ ହେବ। କିନ୍ତୁ ଆଫ୍ରିକା ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ମାମଲା ବଢିବା କାରଣରୁ ଗ୍ରସ୍ତ ଗୋଟେ ସପ୍ତାହ ଡେରିରେ ହୋଇପାରେ। ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *