IND vs SL: ଶ୍ରେୟସ ଅୟରଙ୍କ ସହିତ ସାମସନ-ଜାଡେଜାଙ୍କ ଧମାଲ, ଶ୍ରୀଲଙ୍କାକୁ ହରାଇ କବ୍ଜା କଲା ସିରିଜ!

ବ୍ୟୁରୋ ରିପୋର୍ଟ:ଟିମ ଇଣ୍ଡିଆର ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସୁନ୍ଦର ପ୍ରଦର୍ଶନ ଜାରି ଅଛି। ଟିମ ଇଣ୍ଡିଆ ଦ୍ୱିତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଛି ଓ ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୫ ଟି ୱିକେଟ ହରାଇ ୧୮୩ର ବିଶାଳ ସ୍କୋର କରିଥିଲା। ପାଥୁମ ନିସାଂକା ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ଅଧିନାୟକ ଦାସୁନ ସନାକା ମଧ୍ୟ ଆକ୍ରାମକ ପାରି ଖେଳିଥିଲେ। ଜବାବରେ ଭାରତ ଏହି ମ୍ୟାଚକୁ ୧୭.୧ ଓଭରରେ ୩ ୱିକେଟ ହରାଇ ଲକ୍ଷକୁ ହାସଲ କରିନେଇଥିଲା। ଶ୍ରେୟସ ଅୟର ଲଗାତର ଦ୍ୱିତୀୟ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ଶ୍ରେୟସ ଅୟର ହି ମ୍ୟାଚରେ ୭୪ ରନର ନଟଆଉଟ ପାରି ଖେଳିଥିଲେ। ସୈଞ୍ଜୁ ସୈମସନ ମଧ୍ୟ ୩୯ ରନ କରିଥିଲେ। ସିରିଜର ଶେଷ ମ୍ୟାଚ କାଲି ଏହି ଗ୍ରାଉଣ୍ଡରେ ହିଁ ଖେଳାଯିବ। ଟିମ ଘରେ ଲଗାତର ୭ମ ଟି-୨୦ ସିରିଜ ଜିତିଲା।

Google

ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଟିମ ଇଣ୍ଡିଆର ଆରମ୍ଭ ଭଲ ରହିନଥିଲା। ରୋହିତ ପ୍ରଥମ ହିଁ ଓଭରରେ ଏକ ରନ କର ଦୁଷ୍ମନ୍ତ ଚମିରାଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହା ପରେ ଇସାନ କିସନ କିଛି ଭଲ ଶର୍ଟ ମାରିଥିଲେସହ କିନ୍ତୁ ୧୫ ବଲରେ ୧୬ ରନ କରି ଲାହିରୁ କୁମାରଙ୍କ ବଲରେ ଆଉଟ ହୋଇଗଲେ। ଟିମର ସ୍କୋର ୪୪ ରନରେ ଦୁଇଟି ୱିକେଟ ହୋଇଯାଇଥିଲା।

୮୪ ରନର ବଡ଼ ପାର୍ଟନରସିପ:

୨ ୱିକେଟ ଗଳିବା ପରେ ଶ୍ରେୟସ ଅୟର ଓ ସଞ୍ଜୁ ସୈମସନ ୫୦ ବଲରର ୮୪ ରନର ପାର୍ଟନରସିପ କରି ଟିମକୁ ମଜଭୁତ ସ୍ଥିତିରେ ପହଁଞ୍ଚାଇଥିଲେ।ସୈମସନ ୨୫ ବଲରେ ୩୯ ରନ କରିଥିଲେ। ସେ ନିଜପାରିରେ ଦୁଇଟି ଚୌକା ଓ ତିନୋଟି ଛକା ମାରିଥିଲେ। ବିନୁରା ଫନାଡୋ ତାଙ୍କର ସୁନ୍ଦର କ୍ୟାଚ ଧରିଥିଲେ। ଶ୍ରେୟସ ଅୟର ଗୋଟେ ପଟେ ଠିଆହୋଇ ରହିଲେ ଓ ରବିନ୍ଦ୍ର ଜାଡେଜାଙ୍କ ସହ ୪.୧ ଓଭରରେ ୫୮ ରନର ନଟଆଉଟ ପାର୍ଟନରସିପ କରି ଟିମକୁ ଜିତାଇଥିଲେ। ଜାଡେଜା ୧୮ ବଲରେ ୪୫ ରନର ନଟଆଉଟ ପାରି ଖେଳିଥିଲେ। ସେ ନିଜ ପାରିରେ ୭ ଟି ଚୌକା ଗୋଟେ ଛକା ମାରିଥିଲେ। ଅୟର ୪୪ ବଲରେ ୭୪ ରନ କରିଥିଲେ ଯେଉଁଥିରେ ୬ଟି ଚୌକା ଓ ୪ ଟି ଛକା ସାମିଲ ଅଛି।

Google

ନିସାଂକା ଓ ସନାକାଙ୍କ ଆକ୍ରାମକପାରି:

ଏହା ପୂର୍ବରୁ ରୋହିତ ଟଚ ଜିତି ଶ୍ରୀଲଙ୍କାକୁ ବ୍ୟାଟିଙ୍ଗ ଦେଇଥିଲେ। ଶ୍ରୀଲଙ୍କାର ଆରମ୍ଭ ମଧ୍ୟ ବହୁତ ଭଲ ରହିଥିଲା। ପାଥୁମ ନିସାଂକା ଓ ଧନୁଷ୍କା ଗୁଣତିଲକା ପ୍ରଥମ ୱିକେଟ ପାଇଁ ୬୭ ରନ କରିଥିଲେ। ଏହା ପରେ ମଧ୍ୟ ସ୍କୋର ୪ ୱିକେଟରେ ୧୦୪ ରନ ହୋଇଯାଇଥିଲା। ନିସାଂକା ଅଧିନାୟକ ସନାକାଙ୍କ ସହ ମିଶି ଅର୍ଦ୍ଧଶତକୀୟ ପାର୍ଟନରସିପ କରି ଟିମର ସ୍କୋର ୧୫୦ ପାର କରିଦେଇଥିଲେ।

ନିସାଂକା ୫୩ ବଲରେ ୭୫ ରନ କରି ଆଉଟ ହୋଇଥିଲେ। ସେ ନିଜ ପାରିରେ ୧୧ ଟି ଚୌକା ମାରିଥିଲେ। ସେହିପରି ଅଧିନାୟକ ସନାକା ଆକ୍ରାମକ ବ୍ୟାଟିଙ୍ଗ କରି ୧୯ ବଲରେ ୪୭ ରନର ନଟଆଉଟ ପାରିଖେଳିଥିଲେ। ସେ ନିଜ ପାରିରେ ଦୁଇଟି ଚୌକା ଓ ୫ ଟି ଛକା ମାରିଥିଲେ। ଟିମ ଶେଷ ୫ ଓଭରରେ ୮୦ ରନ କରିଥିଲା। ହର୍ଷଲ ପଟେଲ ମହଙ୍ଗା ସାବ୍ୟସ୍ତ ହେଲେ ସେ ୪ ଓଭରରେ ୫୨ ରନ ଦେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *