ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ କମାଲ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୨-୦ରେ ସିରିଜରେ କ୍ଲିନ ସୁଇପ କରିଛି। ଖାସ କଥା ଏହାକି ଟିମ ଦୁଇଟି ଯାକ ଟେଷ୍ଟ ମ୍ୟାଚରେ ତିନି ଦିନ ଭିତରେ ବିଜୟ ହାସଲ କରିଛି। ବାଙ୍ଗାଲୋରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଟିମ ୨୩୮ ରନରେ ବିଜୟ ହାସଲ କରିଥିଲା। ସିରିଜ ବିଜୟ ପରେ ଭାରତୀୟ ଅଧିନାୟକ ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କର ପ୍ରଶଂସା କରିଛନ୍ତି। ଅୟର ବାଙ୍ଗାଲୋର ଟେଷ୍ଟର ଦୁଇଟି ଯାକ ପାରିରେ ୯୨ ଓ ୬୭ ରନ କରିଥିଲେ। ରୋହିତ କହିଛନ୍ତି ଶ୍ରେୟସ ମୌକାର ଭଲ ଫାଇଦା ଉଠାଇଛନ୍ତି।

ରୋହିତ କହିଛନ୍ତି,”ଶ୍ରେୟସ ମୌକାର ଭଲ ଫାଇଦା ଉଠାଇଛନ୍ତି। ସେ ଟି-୨୦ ସିରିଜରେ ପ୍ଲେଅର ଅଫ ଦି ସିରିଜ ରହିଥିଲେ। ଦ୍ୱିତୀୟ ଟେଷ୍ଟରେ ସେ ଶତକରୁ ଅଳ୍ପକେ ରହିଗଲେ।ଲାଗୁଥିଲାସେ ଶତକ କରିବେ କିନ୍ତୁ ଦ୍ୱିତୀୟ ପଟୁ ତାଙ୍କୁ କାହାର ସାଥ ମିଳିପାରିଲାନି”। ଟେଷ୍ଟ ଫର୍ମାଟରେ ନୂତନ ଅଧିନାୟକ ହୋଇଥିବା ରୋହିତ ଶର୍ମା କହିଛନ୍ତି ଅୟରଙ୍କୁ ମୌକା ଦିଆଗଲା ଓ ସେ ଏହାକୁ ଭଲ ସାବ୍ୟସ୍ତ କରି ଦେଖାଇଛନ୍ତି। ଅନୁଭବୀ ରାହାଣେଙ୍କ ଜାଗାରେ ଶ୍ରେୟସ ଅୟର ଓ ପୂଜାରାଙ୍କ ଜାଗାରେ ହନୁମା ବିହାରୀଙ୍କୁ ମୌକା ଦିଆଯାଇଥିଲା। ଅୟର ସୁନ୍ଦର ଭାବେ ବ୍ୟାଟିଙ୍ଗ କରି ଦୁଇ ଖେଳାଳିଙ୍କ ସ୍ଥାନ ପୂରଣ କରିଛନ୍ତି।
CHAMPIONS #TeamIndia @Paytm #INDvSL pic.twitter.com/GhLlAl1H0W
— BCCI (@BCCI) March 14, 2022
ରୋହିତ ପନ୍ତ ଓ ଜାଡେଜାଙ୍କ ପ୍ରଶଂସା ମଧ୍ୟ କଲେ:
ରୋହିତ ଶର୍ମା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ରବିନ୍ଦ୍ର ଜାଡେଜାଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଲେ,”ଆମେ ଏକ ଟିମ ରୂପରେ ଏହି ସିରିଜ ଜିତିବାକୁ ଚାହୁଁଥିଲୁ ଯାହା ଆମେ କରିକି ଦେଖାଇଛୁ। ଜାଡେଜା ସୁନ୍ଦର ପ୍ରଦର୍ଶନ କରିବା ସହ ଗ୍ରାଉଣ୍ଡରେ ସୁନ୍ଦର ଫିଲଡଡିଙ୍ଗ ଦେଖାଇଛନ୍ତି। ସେ ବୋଲିଙ୍ଗରେ ମଧ୍ୟ କମାଲ କରିଛନ୍ତି। ରାହାଣେ ଓ ପୂଜାରାଙ୍କ ସ୍ଥାନ ନେବା ସହଜ ନୁହେଁ। ଅୟର କାହାକୁ ନିରାଶ କରିନାହାଁନ୍ତି ଓ ସୁନ୍ଦର ପ୍ରଦର୍ଶନ କରି ଦେଖାଇଛନ୍ତି”।
ରିଷଭ ପନ୍ତଙ୍କୁ ନେଇ ଅଧିନାୟକ ରୋହିତ କହିଛନ୍ତି,”ତାଙ୍କ ୱିକେଟକିପିଙ୍ଗରେ ଆତ୍ମବିଶ୍ୱାସ ଦେଖାଯାଉଛି। ଏହା ସହିତ ସେ ନିଜ ବ୍ୟାଟିଙ୍ଗରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଆମେ ଇଂଲଣ୍ଡ ଟିମ ବିରୁଦ୍ଧରେ ମଧ୍ୟ ପନ୍ତଙ୍କର ସୁନ୍ଦର କିପିଙ୍ଗ ଦେଖିଥିଲୁ। ଏବେ ଏହି ସିରିଜରେ ତାଙ୍କର ସୁନ୍ଦର ବ୍ୟାଟିଙ୍ଗ ସର୍ଵସମୁଖକୁ ଆସିଲା”।
Words of praise from #TeamIndia Captain @ImRo45 for the champion bowler @ashwinravi99 ? ?#INDvSL | @Paytm pic.twitter.com/SKySkSMj13
— BCCI (@BCCI) March 14, 2022
ଅଶ୍ୱିନୀଙ୍କୁ ନେଇ କହିଲେ ସର୍ଵଦା ଭଲ ପ୍ରଦର୍ଶନ:
ଅଧିନାୟକ ରୋହିତ ଅଶ୍ୱିନୀଙ୍କୁ ନେଇ କହିଛନ୍ତି ସେ ସର୍ଵଦା ବିଜୟୀ ପ୍ରଦର୍ଶନ କରିଥାନ୍ତି। ସେ ଆଗକୁ କହିଛନ୍ତି ଆମେ ଯେବେବି ତାଙ୍କୁ ବୋଲିଙ୍ଗ ଦେଇଛୁ ସେ କମାଲ କରିଥାନ୍ତି। ଏହି ବର୍ଷର ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଗକୁ ଆହୁରି ବାକି ଅଛି। ଡେ ନାଇଟ ଟେଷ୍ଟକୁ ନେଇ ରୋହିତ କହିଛନ୍ତି ଆମକୁ ଏହା ଉପରେ କୌଣସି ଆଇଡିଆ ନଥିଲା। କିନ୍ତୁ ଏବେ ଆମେ ଏହାକୁ ମଧ୍ୟ ଭଲ ସେ ଶିଖୁଛୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।