IND vs SL: ଧୁଆଁଧାର ପାରି ଖେଳି ଶ୍ରେୟସ ଅୟର ବଢ଼ାଇଲେ କ୍ୟାପଟେନ ରୋହିତଙ୍କ ଚିନ୍ତା! କଣ ହେବ ?

ବ୍ୟୁରୋ ରିପୋର୍ଟ: ଶ୍ରେୟସ ଅୟର ଲଗାତର ଦ୍ୱିତୀୟ ମ୍ୟାଚରେ ଆକ୍ରାମକ ଅନ୍ଦାଜରେ ବ୍ୟାଟିଙ୍ଗ କରିଥିଲେ। ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ସେ ଶ୍ରୀଲଙ୍କା ବିରୁଦ୍ଧରେ ୪୪ ବଲରେ ୭୪ ରନର ନଟଆଉଟ ପାରି ଖେଳିଥିଲେ। ତାଙ୍କର ଏହି ପାରି ଦ୍ଵାରା ଭାରତ ସେହି ମ୍ୟାଚ ୭ ୱିକେଟରେ ଜିତିଲା। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୮୩ ରନର ବିଶାଳ ସ୍କୋର କରିଥିଲା। କିନ୍ତୁ ଟିମ ଇଣ୍ଡିଆ ୧୭ ବଲ ବାକି ଥାଇ ୩ ୱିକେଟ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ଟିମ ତିନୋଟି ମ୍ୟାଚର ସିରିଜରେ ୨-୦ ରେ ଆଗୁଆ ହୋଇଯାଇଛି। ଶେଷ ମ୍ୟାଚ କାଲି ଖେଳାଯିବାର ଅଛି। ଏହା ପୂର୍ବରୁ ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ୩-୦ରେ କ୍ଲିନ ସୁଇପ କରିଥିଲେ।

Google

ଅୟର ଦ୍ୱିତୀୟ ମ୍ୟାଚରେ ଯେବେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଲେ ଟିମର ସ୍କୋର ୨ ୱିକେଟରେ ୪୪ ରନ ଥିଲା। କିନ୍ତୁ ନମ୍ବର ୩ରେ ଓହ୍ଲାଇଥିବା ଅୟରଙ୍କୁ ଏହା ଦ୍ଵାରା କୌଣସି ଫରକ ପଡିଲା ନାହିଁ। ନମ୍ବର ୩ ପୋଜିସନ ପାଇଁ ଅଧିକ ଆଲୋଚନା ହୋଇଥାଏ କାରଣ ଏହି ପୋଜିସନରେ ବିରାଟ କୋହଲି ଖେଳିଥାନ୍ତି। କିନ୍ତୁ ଅୟର ଦୁଇଟି ମ୍ୟାଚରେ ଆକ୍ରାମକ ବ୍ୟାଟିଙ୍ଗ କରି ରୋହିତ ଶର୍ମାଙ୍କ ଅସୁବିଧା ବଢ଼ାଇଦେଇଛନ୍ତି। କିନ୍ତୁ ଟିମ ହିସାବରେ ଏହା ଭଲ କଥା ଅଟେ। ଅୟର ଏହି ପ୍ରଦର୍ଶନକୁ ଆଇପିଏଲ ୨୦୨୨ରେ ମଧ୍ୟ ଜାରି ରଖିବା ପାଇଁ ଚାହିଁବେ। ତାଙ୍କୁ କେକେଆର ନିଜର ନୂଆ ଅଧିନାୟକ କରିଛି।

ଶ୍ରୀଲଙ୍କା ବିରୁଦ୍ଧରେ ଆଉଟ ହେଲେନାହିଁ:

ଶ୍ରେୟସ ଅୟର ୪୪ ବଲରେ ୭୪ ରନର ନଟଆଉଟ ପାରି ଖେଳିଥିଲେ। ଏଥିରେ ତାଙ୍କ ଷ୍ଟାଇକରେଟ ୧୬୮ର ରହିଥିଲା,ଏହି ପାରିରେ ସେ ୬ ଟି ଚୌକା ଓ ୪ ଟି ଛକା ମାରିଥିଲେ। ସେ ୪୮ରନ କେବଳ ବାଉଣ୍ଡରିରେ ହିଁ କରିଦେଇଥିଲେ।ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟି-୨୦ରେ ମଧ୍ୟଅୟର ଆକ୍ରାମକ ପାରି ଖେଳିଥିଲେ। ସେହି ମ୍ୟାଚରେ ସେ ୨୮ ବଲରେ ୫୭ ରନ କରି ନଟଆଉଟ ରହିଥିଲେ।ସେହି ପାରିରେ ସେ ୫ ଟି ଚୌକା ଓ ଦୁଇଟି ଛକା ମାରିଥିଲେ ଓ ତାଙ୍କ ଷ୍ଟାଇକରେଟ ୨୦୪ର ରହିଥିଲା। ମାନେ ଶ୍ରୀଲଙ୍କାର ବୋଲର ଏହି ସିରିଜରେ ତାଙ୍କୁ ଆଉଟ କରିପାରିନାହାଁନ୍ତି। ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ଶେଷ ମ୍ୟାଚରେ ଓହ୍ଲାଇଥିଲେ। ସେହି ମ୍ୟାଚରେ ସେ ୩ ନମ୍ବରରେ ବ୍ୟାଟିଙ୍ଗ କରି ୧୬ ବଲରେ ୨୫ ରନ କରିଥିଲେ। ସେହି ପାରିରେ ସେ ୪ ଟି ଚୌକା ମାରିଥିଲେ।

Google

ଟି-୨୦ କ୍ୟାରିଅରର ବେଷ୍ଟ ସ୍କୋର କରିଲେ:

ଟି-୨୦ ଇଣ୍ଟରନେସନାଲର ରେକର୍ଡକୁ ଦେଖିବେତ ନମ୍ବର ୩ରେ ଶ୍ରେୟସ ଅୟର ୭ ପାରିରେ ୫୩ ର ଔସତରେ ୨୬୭ ରନ କରିଛନ୍ତି। ୭୪ ରନର ନଟ ଆଉଟ ପାରି ତାଙ୍କର ସର୍ବଶ୍ରେଷ୍ଠ ପାରି ଅଟେ। ଏଥିରେ ତାଙ୍କର ଷ୍ଟାଇକରେଟ ୧୪୩ର ରହିଛି।ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି,ତାଙ୍କର ମୋଟ ଟି-୨୦ ଇଣ୍ଟରନେସନାଲ କଥା କହିବା ତ ସେ ଏବେ ପର୍ଯ୍ୟନ୍ତ ୩୧ ପାରିରେ ୩୩ ର ଔସତରେ ୭୩୬ ରନ କରିଛନ୍ତି। ଏଥିରେ ତାଙ୍କର ୫ ଟି ଅର୍ଦ୍ଧଶତକ ସାମିଲ ଅଛି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପାରି ହେଉଛି ୭୪ ରନ ନଟଆଉଟ, ତାଙ୍କର ଷ୍ଟାଇକ ରେଟ ୧୪୦ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *