IND vs SA: ଶ୍ରେୟସ ଅୟରଙ୍କର ପ୍ରକୃତ ପରୀକ୍ଷା ହେବ ସାଉଥ ଆଫ୍ରିକାରେ, ଗାଙ୍ଗୁଲିଙ୍କ ବଡ଼ ବୟାନ

ଶ୍ରେୟସ ଅୟର ନିଜ ଟେଷ୍ଟ କ୍ୟାରିଅରର ଆରମ୍ଭ ସୁନ୍ଦର ଭାବେ କରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟ କାନପୁରରେ ଖେଳାଯାଉଥିବା ଟେଷ୍ଟର ପ୍ରଥମ ପାରିରେ ଶତକ ମାରିଥିବା ବେଳେ ଦ୍ୱିତୀୟ ପାରିରେ ସୁନ୍ଦର ୬୫ ରନର ପାରି ଖେଳିଥିଲେ। ସେହି ମ୍ୟାଚ ଡ୍ର ହୋଇଗଲା କିନ୍ତୁ ଅୟର ସୁନ୍ଦର ଖେଳ ଦେଖାଇଥିଲେ। ଏହାକୁ ବିଚାର କରି ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ଵ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଅୟର ସୁନ୍ଦର ଖେଳ ଦେଖାଇଛନ୍ତି କିନ୍ତୁ ତାଙ୍କ ପ୍ରକୃତ ପରୀକ୍ଷା ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ହେବ। ଏହାର ଆରମ୍ଭ ୨୬ ଡିସେମ୍ବରକୁ ତିନୋଟି ଟେଷ୍ଟ ମ୍ୟାଚ ଖେଳାଯିବାର ଚାନ୍ସ ଅଛି।

Google

ସୌରଭ ଗାଙ୍ଗୁଲି “ବ୍ୟାକ ଷ୍ଟେଜ ଉଇଥ ବୋରିଆ” ଶୋରେ କଥାହେବା ବେଳେ ଶ୍ରେୟସ ଅୟର ଓ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ବିଷୟରେ କଥା ହୋଇ କହିଛନ୍ତି,”ମତେ ଲାଗୁଛି କି ଶ୍ରେୟସ ଅୟର ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦ରୁ ଅଧିକ ଔସତ ରଖୀଛନ୍ତି। ମୁଁ ତାଙ୍କର ପ୍ରଥମ ଶ୍ରେଣୀ ଔସତ ଦେଖିଛନ୍ତି ତାଙ୍କର ୧୦ ବର୍ଷ ପର୍ଯ୍ୟନ୍ତ ଔସତ ୫୨ ରହିଥିଲା ଓ ଏପରି କରିବା ପାଇଁ ସାମାନ୍ୟ ହୋଇପାରିବନି”। ସେ ଆଗକୁ କହିଛନ୍ତି,”କୌଣସି ସ୍ତରରେ ଆପଣଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିଭା ଦେଖାଇବା ପାଇଁ ମୌକା ଆବଶ୍ୟକ”।

ସେ କହିଛନ୍ତି,”ମୁଁ ବହୁତ ଖୁସିକି ସେ ପ୍ରଥମ ଟେଷ୍ଟ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କର ପ୍ରକୃତ ପରୀକ୍ଷା ସେବେ ହେବ ଯେବେ ସେ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବେ। ଯେବେ ସେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଯିବେ ଅଧିକ ବେଗ ଓ ଉଚ୍ଚତାପୁର୍ଣ ବଲରେ ସାମ୍ନା କରିବେ। ଆଶା ଅଛିକି ସେ ଏହାକୁ ଭଲ ଭାବେ ଖେଳିବେ ଓ ଭଲ ପ୍ରଦର୍ଶନ କରିବେ”। ଶ୍ରେୟସ ନ୍ୟୁଜିଲାଣ୍ଡ ସହ ପ୍ରଥମ ସିରିଜରେ ଟେଷ୍ଟରେ ଡେଭ୍ୟୁ କରିଥିଲେ। ସେ ସେହି ସିରିଜରେ ଦ୍ୱିତୀୟ ସବୁଠୁ ଅଧିକ ରନ କରିଥିଲେ। ସେ ୫୦ ରୁ ଅଧିକ ଔସତରେ ୨୦୨ ରନ କରିଥିଲେ। ଦୁଇଟି ମ୍ୟାଚ ବିଶିଷ୍ଟ ସିରିଜରେ ୨୪୨ ରନ ସହିତ ମୟଙ୍କ ଅଗ୍ରୱାଲ ସବୁଠୁ ଅଧିକ ରନ କରିଥିଲେ। ଏବେ ଏହି ଦୁଇ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକା ସିରିଜରେ ମଧ୍ୟ ନିଜ ଫର୍ମ ଜାରିରଖିବାକୁ ପ୍ରୟାସ କରିବେ।

Google

କହିରଖିବୁକି ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମା ଆଘାତ ହୋଇ ଏହି ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ତାଙ୍କ ଅନୁପସ୍ଥିତରେ ଶ୍ରେୟସ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେବ। ଭାରତ ଏବେ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିନାହିଁ ତେଣୁ ବିରାଟ କୋହଲି ଓ ଭାରତୀୟ ଟିମ ପାଖରେ ଭଲ ମୌକା ଅଛି ଇତିହାସ ରଚିବାପାଇଁ।

ଭାରତ ଏହି ୨୦୨୧ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତରେ ଅଷ୍ଟ୍ରେଲିଆରେ ଯାଇ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ହରାଇଥିଲା। ଏହା ପରେ ଟିମ ଇଣ୍ଡିଆ ଇଂଲଣ୍ଡ ଗଲା ଓ ସେଠାରେ ମଧ୍ୟ ଆଗୁଆ ଥିଲା। ସେଠାରେ ପଞ୍ଚମ ଓ ଶେଷ ଟେଷ୍ଟ ମ୍ୟାଚ କୋଭିଡ-୧୯ କାରଣରୁ ସ୍ଥଗିତ କରିଦିଆଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *