ବ୍ୟୁରୋ ରିପୋର୍ଟ: ଘରେ ଆଉ ଏକ ଟେଷ୍ଟ ଓ ଶ୍ରେୟସ ଅୟରଙ୍କ ଧମାକାଦାର ପାରି। ଅୟର ଶ୍ରୀଲଙ୍କା ବିରୁଦ୍ଧରେ ଶନିବାରକୁ ବାଙ୍ଗାଲୋର ଟେଷ୍ଟର ପ୍ରଥମ ଦିନ କଷ୍ଟକର ପିଚରେ ପ୍ରଥମ ପାରିରେ ୯୨ ରନ କରିଥିଲେ। ଏହାର ଆଗାମୀ ଦିନ ଦ୍ୱିତୀୟ ପାରିରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହା ସହିତ ଅୟର ଡେ ନାଇଟ ଟେଷ୍ଟର ଦୁଇଟି ଯାକ ପାରିରେ ଅର୍ଦ୍ଧଶତକ ମାରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।
#TeamIndia declare their innings on 303/9
Come out to bowl and @Jaspritbumrah93 has already struck with a wicket.
Scorecard – https://t.co/t74OLq7xoO #INDvSL @Paytm pic.twitter.com/siU4o4Fne9
— BCCI (@BCCI) March 13, 2022
ବିଶ୍ୱରେ ଡେ ନାଇଟ ଟେଷ୍ଟରେ ଦୁଇଟି ଯାକ ପାରିରେ ୫୦ ବା ତାଠୁ ଅଧିକ ରନ କରିଥିବା ଅୟର ଚତ୍ରୁର୍ଥ ବ୍ୟାଟ୍ସମ୍ୟାନ ଅଟନ୍ତି। ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ଡେରେନ ବ୍ରାଭୋ ପାକିସ୍ତାନ ବିରୁଦ୍ଧରେ ୨୦୧୬ରେ ଦୁବାଇରେ ୮୭ ଓ ୧୧୬ ରନର ପାରି ଖେଳିଥିଲେ। ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ସେହି ବର୍ଷ ପାକିସ୍ତାନ ବିରୁଦ୍ଧରେ ବ୍ରିସବେନ ଟେଷ୍ଟର ଦୁଇ ପାରିରେ ୧୩୦ ଓ ୬୩ ରନ କରିଥିଲେ। ସେହିପରି ମାର୍ଣସ ଲାବୁସେନ ଡେ ନାଇଟ ଟେଷ୍ଟରେ ଏପରି ଦୁଇ ଥର କରିଛନ୍ତି।
ସେ ପ୍ରଥମ ଥର ଏପରି ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପର୍ଥରେ ୨୦୧୯ରେ କରିଥିଲେ। ସେବେ ସେ ୧୪୩ ଓ ୫୦ ରନ କରିଥିଲେ। ଏହା ପରେ ଦ୍ୱିତୀୟ ଥର ପୂର୍ଵ ବର୍ଷ ଆଡିଲେଡ଼ରେ ଇଂଲଣ୍ଡ ବିରୁଦ୍ଧରେ କରିଥିଲେ ଓ ସେବେ ସେ ୧୦୩ ଓ ୫୧ ରନ କରିଥିଲେ।
FIFTY!
Back to back half-centuries for @ShreyasIyer15 👏👏
Live – https://t.co/loTQPg3SYl #INDvSL @Paytm pic.twitter.com/Dmuc1qhJIq
— BCCI (@BCCI) March 13, 2022
ଅୟର ହାସଲ କଲେ ଖାସ ସ୍ଥାନ:
ଅୟର ଶ୍ରୀଲଙ୍କା ବିରୁଦ୍ଧରେ ବାଙ୍ଗାଲୋର ଟେଷ୍ଟର ଦ୍ୱିତୀୟ ପାରିରେ ୮୭ ବଲରେ ୬୭ ରନ କରିଥିଲେ। ଏହି ପାରିରେ ସେ ୯ ଟି ଚୌକା ମାରିଥିଲେ। ପ୍ରଥମ ପାରି ପରି ଦ୍ୱିତୀୟ ପାରିରେ ମଧ୍ୟ ସେ ଭାରତର ଟପ ସ୍କୋରର ରହିଲେ।ଶ୍ରେୟସ ପ୍ରଥମେ ପନ୍ତଙ୍କ ସହ ୫ମ ୱିକେଟ ପାଇଁ ୩୮ ବଲରେ ୪୫ ରନର ପାର୍ଟନରସିପ କରିଥିଲେ। ଏହା ପରେ ୬ ନମ୍ବର ୱିକେଟ ପାଇଁ ଜାଡେଜାଙ୍କ ସହ ୬୩ ରନର ପାର୍ଟନରସିପ କରିଥିଲେ।
ଅୟର ପ୍ରଥମ ପାରିରେ ମଧ୍ୟ ଟିମ ପକ୍ଷରୁ ସୁନ୍ଦର ବ୍ୟାଟିଂ କରିଥିଲେ। ଭାରତର ପ୍ରଥମ ପାରିରେ ୮୬ ରନରେ ୪ ଟି ୱିକେଟ ଗଳିପଡିଥିଲା। ଏହା ପରେ ଅୟର ଭାରତୀୟ ପାରିକୁ ଶେଷ ପର୍ଯ୍ୟନ୍ତ ସମ୍ଭାଳିଥିଲେ ଓ ୯୨ ରନ କରିଥିଲେ। ତାଙ୍କର ଏହି ଆବଶ୍ୟକ ପାରି ଦ୍ଵାରା ଭାରତ ୨୫୨ ରନର ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ପହଁଚିଥିଲା। ସେ ଶତକ ମାରିପାରିଲେ ନାହିଁ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ।
That's a 50-run partnership between @ShreyasIyer15 & @imjadeja 💪💪
Live – https://t.co/t74OLq7xoO #INDvSL @Paytm pic.twitter.com/vPna7COaTM
— BCCI (@BCCI) March 13, 2022
ଅୟର ପ୍ରଥମ ଦିନ ଖେଳ ଶେଷ ପରେ କହିଥିଲେ ଶତକ ନମାରିବାପରିବା ଦ୍ଵାରା ଦୁଃଖୀତ କିନ୍ତୁ ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ପାରି ଖେଳି ଖୁସି। କାରଣ ଏହି ପରିସ୍ଥିତିରେ ମୋ ପାଇଁ ଅର୍ଦ୍ଧଶତକ ମଧ୍ୟ ଶତକ ପରି ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।